କାବୁଲ, ୨୬/୧୨: ପାକିସ୍ତାନ ମଙ୍ଗଳବାର ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌  କରିଛି । ପାକ୍‌ ସେନା ତାଲିବାନ୍‌ର ସନ୍ଦିଗ୍ଧ ଠିକଣାକୁ ଟାର୍ଗେଟ  କରିଥିଲା । ଏଥିରେ ଅନ୍ୟୁନ ୪୬ ଜଣଙ୍କ ମୃତ୍ୟୁ ଘଟିଛି ।  ଆଫଗାନିସ୍ତାନର ପକାଟିକା ପ୍ରାନ୍ତର ପାହାଡ଼ିଆ ଅଞ୍ଚଳରେ  ଆକ୍ରମଣ କରାଯାଇଛି । ସେଠାରେ ଥିବା ତହରିକ୍‌-ଏତାଲିବାନ୍‌ ପାକିସ୍ତାନ(ଟିଟିପି) ଆତଙ୍କବାଦୀଙ୍କ ପାଇଁ ଥିବା  ଟ୍ରେନିଂ ସେଣ୍ଟରକୁ ନଷ୍ଟ କରାଯାଇଥିବା ପାକିସ୍ତାନ ପକ୍ଷରୁ  କୁହାଯାଇଛି । 

ଚଳିତ ବର୍ଷ ଆଫଗାନିସ୍ତାନରେ ପାକିସ୍ତାନ  ପକ୍ଷରୁ ଏହା ଦ୍ୱିତୀୟ ଏୟାରଷ୍ଟ୍ରାଇକ୍‌ । ପାକ୍‌ର ଆକ୍ରମଣକୁ  ତାଲିବାନ ନିନ୍ଦା କରିଛି । ପାକିସ୍ତାନର ଆକ୍ରମଣରେ ଅନେକ  ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଘଟିଥିବା ତାଲିବାନ୍‌ କହିଛି । ଆଫଗାନିସ୍ତାନ ଏହାର ଜବାବ ଦେବ । ନିଜ ମାତୃଭୂମିର ସୁରକ୍ଷା ଅଧିକାର ତାଲିବାନ୍‌ ପାଖରେ ଅଛି ବୋଲି  ତାଲିବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଟିଟିପି ଆତଙ୍କବାଦୀ ଅନେକ ସମୟରେ ପାକିସ୍ତାନରେ ଆକ୍ରମଣ କରୁଥିବା ପାକ୍‌ ବାରମ୍ବାର ଅଭିଯୋଗ ଆଣୁଛି ।