ମଥୁରା,୨୪/୦୫: ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ  ସ୍ଥିତି ଭିତରେ ମଥୁରାରେ ମିଳିଛି ‘ମେଡ୍‌  ଇନ୍‌ ପାକିସ୍ତାନ’ ପଙ୍ଖା । ଏହି ପଙ୍ଖା  ଏବେ ସ୍ଥାନୀୟ ଲୋକ ଓ ପ୍ରଶାସନ  ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।  ନିକଟରେ ସାଧୁ ବେଶରେ ଜଣେ ମହିଳା  ସାଙ୍ଗରେ ଏକ ପଙ୍ଖା ଆଣିଥିଲେ । ପଙ୍ଖାଟି  ଅଚଳ ହୋଇଥିବାରୁ ତାକୁ ସଜାଡ଼ିବାକୁ  ଦୋକାନୀକୁ ଦେଇଥିଲେ । ଦୋକାନୀ  ପଙ୍ଖା ଦେଖି ଭୟଭୀତ ହୋଇଗଲେ ।  କାରଣ ପଙ୍ଖାରେ ସ୍ପଷ୍ଟ ଭାବେ ଲେଖାଥିଲା  ‘ମେଡ୍‌ ଇନ୍‌ ପାକିସ୍ତାନ’ । ଦୋକାନୀ ପଙ୍ଖା  ଫଟୋ ସୋସିଆଲ ମିଡିଆରେ ଭାଇରାଲ  କରିଦେଲେ । ଏହା ପରେ ପୁଲିସ ମଧ୍ୟ  ମାମଲାର ଯାଞ୍ଚ୍‌ ଆରମ୍ଭ କରିଛି । 

ଦୋକାନୀ ପୁଲିସକୁ ପଙ୍ଖା ବିଷୟରେ କହିଲେ, କିନ୍ତୁ  ମହିଳାଙ୍କ ବିଷୟରେ ପୁଲିସକୁ ଅଦ୍ୟାବଧି କିଛି ସୂଚନା ମିଳିପାରିନି । ପୁଲିସ ଏବେ ମହିଳାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା  କରୁଛି । ମାମଲାଟି ମଥୁରାର ଗୋବର୍ଦ୍ଧନ  ଥାନା କ୍ଷେତ୍ରର ରାଧା କୁଣ୍ଡ ଛକ ନିକଟସ୍ଥ  ପରିକ୍ରମା ମାର୍ଗର।