ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକିସ୍ତାନର ସ୍ଵଦେଶୀ ଫାଇଟର୍ ଜେଟ୍, ଯାହା ଆକାଶରେ ଉଡୁନି ବରଂ ରାସ୍ତାରେ ଗର୍ଜନ କରୁଛି...

Published By : Rasmita Pradhan | May 10, 2025 1:01 PM

ନୂଆଦିଲ୍ଲୀ, ୧୦/୦୫ : ପାକିସ୍ତାନର ଦେଶୀ ରାଫେଲ୍। ଦେଶ ପାଇଁ ସମ୍ପୂର୍ଣ୍ଣ ସ୍ଵଦେଶୀ କୌଶଳରେ ଫାଇଟର୍ ଜେଟ୍ ତିଆରି କରିଛନ୍ତି ପାକିସ୍ତାନୀ। ଯାହା ଆକାଶରେ ଉଡୁନି ବରଂ ରାସ୍ତାରେ ଗର୍ଜନ କରୁଛି। ଏଥିରେ ସବାର ହେବାକୁ ଲୋକଙ୍କ ଭିତରେ ପ୍ରତିଯୋଗୀତା ଚାଲିଛି। ଯାହାକୁ ଦେଖିଲେ ହସ ରୋକି ପାରିବେନି ଆପଣ। କାରଣ ଆକାଶ ତ ଛାଡ଼ ମାଟିରେ ବି ଖୁବ୍ ମୁସ୍କିଲରେ ଚାଲିବ ଏହି ରାଫେଲ୍। ଦେଶୀ ଜୁଗାଡ଼ ଲଗାଇ ଲୁହା, କାଠ, ପାଇପ୍ ସାହାଯ୍ୟରେ ଏହି ଫାଇଟର୍ ଜେଟ୍ ନିର୍ମାଣ କରିଛନ୍ତି ପାକିସ୍ତାନୀ ୱେଲ୍ଡର।

ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ପାକିସ୍ତାନ ଗଳିରେ ରାଫେଲ୍ ଫାଇଟର୍ ଘୂରୁଥିବାର ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ରାଫେଲର ରଙ୍ଗ ନୀଳ ଏବଂ ଏଥିରେ ପାକିସ୍ତାନ ଜାତୀୟ ପତାକା ବି ଲାଗିଛି। ତେବେ ଏହା କୌଣସି ଅସଲି ଫାଇଟର୍ ଜେଟ୍ ନୁହେଁ, କାଠ ଏବଂ ଲୁହାରେ ନିର୍ମିତ ହୋଇଥିବା ଏକ ଗାଡି। ଏହି ରାଫେଲ୍ ଗାଡିର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ୟୁଜରମାନେ ପାକିସ୍ତାନୀଙ୍କ ପାଗଳାମୀର ମଜାକ୍ ଉଡାଉଛନ୍ତି। ଏହାକୁ ନେଇ ମିମ୍ ସେୟାର କରାଯାଉଛି। ଏହି ରାଫେଲ୍ ଉଡ଼ୁଛି ନା ଏହାକୁ ଟାଣିବାକୁ ପଡ଼ୁଛି ବୋଲି ୟୁଜରମାନେ ପ୍ରଶ୍ନ କରୁଛନ୍ତି। 

ଜଣେ ୟୁଜର ଲେଖିଛନ୍ତି ଯେ, ଏହାଠୁ ଭଲ ଭାରତର ଥ୍ରେସର ମେସିନ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଏହାଠୁ ଅଧିକ ସ୍ପିଡ୍‌ରେ ମୋ ସାଇକେଲ୍ ଚାଲିବ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ପାକିସ୍ତାନରେ କେମିତିକା ଲୋକ ଅଛନ୍ତି। 

ଏହି ଖବରଟିକୁ ପଢନ୍ତୁ-'ପାକ୍‌ ମିଛ-ଗୁଜବ ପ୍ରଚାର କରୁଛି', ୬ ଜାଗାରେ ପଶି ମୁହଁତୋଡ଼ ଜବାବ୍ ଦିଆଯାଇଛି: ସେନା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.