ନୂଆଦିଲ୍ଲୀ,୧୧।୧୦: ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ମଙ୍ଗତ ସିଂହଙ୍କୁ ଶନିବାର ଅଲୱାରରୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ଆଜି କୋର୍ଟରେ ହାଜର କରାଯାଇଥିଲା। ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କୁ ସିଜେଏମ କୋର୍ଟରେ ହାଜର କରି ତିନି ଦିନର ପୋଲିସ ହାଜତ ରିମାଣ୍ଡ (ପିସିଆର) ଅନୁରୋଧ କରିଥିଲେ, ଯାହାକୁ କୋର୍ଟ ମଞ୍ଜୁର କରିଥିଲେ।
ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏବେ ମଙ୍ଗତ ସିଂହକୁ ତିନି ଦିନ ପାଇଁ ପଚରାଉଚରା କରିପାରିବେ, ଏବଂ ତାକୁ ଅଲୱାର ମଧ୍ୟ ନିଆଯିବ। ସୂତ୍ର ଅନୁସାରେ, ମଙ୍ଗତ ସିଂହ ବହୁ ଦିନ ଧରି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଜଡିତ ଜଣେ ହ୍ୟାଣ୍ଡଲରଙ୍କ ସମ୍ପର୍କରେ ଥିଲା। ସେ ଭାରତ ସହ ଜଡିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ପାକିସ୍ତାନୀ ନମ୍ବରଗୁଡ଼ିକୁ ସୂଚନା ପଠାଇବା ପାଇଁ ବ୍ୟବହାର କରୁଥିଲା, ସେଗୁଡ଼ିକ ତା ମୋବାଇଲ୍ ଫୋନ୍ରେ ‘ଇଶା ଶର୍ମା’ ଏବଂ ‘ଇଶା ଘୋଷ’ ନାମରେ ସେଭ୍ ଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ଏହି ନାମଗୁଡ଼ିକ ନକଲି ଥିଲା ଏବଂ ସମ୍ଭବତଃ ହନି ଟ୍ରାପ୍ରରେ ଫଶାଇବା ପାଇଁ ବ୍ୟବହୃତ ହେଉଥିଲା। ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁଦେଶ ସତ୍ୟବାନ କହିଛନ୍ତି, ଅଭିଯୁକ୍ତ ମଙ୍ଗତ ସିଂହ କେବଳ ଗୁପ୍ତଚର କାର୍ଯ୍ୟରେ ଜଡିତ ନଥିଲା ବରଂ ପାକିସ୍ତାନରୁ ଟଙ୍କା ମଧ୍ୟ ପାଉଥିଲା। ପାକିସ୍ତାନରୁ ତା’ର ବ୍ୟାଙ୍କ ଆକାଉଣ୍ଟକୁ ଅନେକ ଥର ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ମଙ୍ଗତ ସିଂହ ଅଲୱାରରେ ବହୁ ଲୋକଙ୍କୁ ମଧ୍ୟ ଠକିସାରିଛି। ସେଥିପାଇଁ ତାକୁ ‘ମହାଠକ’ ବୋଲି କୁହାଯାଉଥି