ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଗାଜାରେ ଏକାଠି ହେଲେ ହଜାର ହଜାର ପାଲେଷ୍ଟନୀୟ ନାଗରିକ: ହମାସ ବିରୋଧରେ ଦେଲେ ନାରା, କହିଲେ ଆମେ ବଞ୍ଚିବାକୁ ଚାହୁଁ...

Published By : Prameya | March 26, 2025 3:52 PM

ନୂୂଆଦିଲ୍ଲୀ,୨୬।୩: ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଏବେ ହଜାର ହଜାର ପାଲେଷ୍ଟନୀୟ ନାଗରିକଙ୍କ ବିରୋଧ ପ୍ରଦର୍ଶନ। ସେମାନେ ଗାଜାରୁ ହମାସକୁ ବାହାର କରିବା ନେଇ ରାଜରାସ୍ତାରେ ଏକାଠି ହୋଇଛନ୍ତି। ପ୍ରଥମ ଥର ଲୋକମାନେ ହମାସ ବିରୋଧରେ ନାରାବାଜି କରି ଗାଜା ଛାଡିବାକ ଧମକ ଦେଇଛନ୍ତି।

ହମାସ ବିରୋଧରେ ପ୍ରବଳ ସଂଖ୍ୟାରେ ଗାଜାର ରାସ୍ତାରେ ଏକଜୁଟ ହୋଇଛନ୍ତି ଲୋକେ। ଏହି ସମୟରେ ପ୍ରଦର୍ଶନକାରୀମାନେ ବାହାର ହମାସ , ଆମେ ବଞ୍ଚିବାକୁ ଚାହୁଁ।’ ଏଭଳି ନାରା  ଦେଇ ବିରୋଧ କରିଛନ୍ତି। କୁହାଯାଉଛି ଏହି ବିରୋଧରେ ପରେ ହମାସର ଅନ୍ତ ହେବାର ଆରମ୍ଭ ହୋଇଛି। 

ଉଲ୍ଲେଖନୟ ଯେ, ୭ ଅକ୍ଟୋବର ୨୦୨୩ ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା,ଯେଉଁଥିରେ  ୧୨୦୦ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେଭଳି ବହୁ ଲୋକଙ୍କୁ ଅପହରଣ କରି ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଗାଜା ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଛି।ଲୋକ ଯୁଦ୍ଧ ଦେଖି ଥକି ଗଲେଣି, ତେଣୁ ସେମାନେ ଶାନ୍ତିରେ ଜୀବନ ବିତାଇବାକୁ ଚାହାନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.