ନୂୂଆଦିଲ୍ଲୀ,୨୬।୩: ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଏବେ ହଜାର ହଜାର ପାଲେଷ୍ଟନୀୟ ନାଗରିକଙ୍କ ବିରୋଧ ପ୍ରଦର୍ଶନ। ସେମାନେ ଗାଜାରୁ ହମାସକୁ ବାହାର କରିବା ନେଇ ରାଜରାସ୍ତାରେ ଏକାଠି ହୋଇଛନ୍ତି। ପ୍ରଥମ ଥର ଲୋକମାନେ ହମାସ ବିରୋଧରେ ନାରାବାଜି କରି ଗାଜା ଛାଡିବାକ ଧମକ ଦେଇଛନ୍ତି।

ହମାସ ବିରୋଧରେ ପ୍ରବଳ ସଂଖ୍ୟାରେ ଗାଜାର ରାସ୍ତାରେ ଏକଜୁଟ ହୋଇଛନ୍ତି ଲୋକେ। ଏହି ସମୟରେ ପ୍ରଦର୍ଶନକାରୀମାନେ ବାହାର ହମାସ , ଆମେ ବଞ୍ଚିବାକୁ ଚାହୁଁ।’ ଏଭଳି ନାରା  ଦେଇ ବିରୋଧ କରିଛନ୍ତି। କୁହାଯାଉଛି ଏହି ବିରୋଧରେ ପରେ ହମାସର ଅନ୍ତ ହେବାର ଆରମ୍ଭ ହୋଇଛି। 

ଉଲ୍ଲେଖନୟ ଯେ, ୭ ଅକ୍ଟୋବର ୨୦୨୩ ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା,ଯେଉଁଥିରେ  ୧୨୦୦ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେଭଳି ବହୁ ଲୋକଙ୍କୁ ଅପହରଣ କରି ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଗାଜା ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଛି।ଲୋକ ଯୁଦ୍ଧ ଦେଖି ଥକି ଗଲେଣି, ତେଣୁ ସେମାନେ ଶାନ୍ତିରେ ଜୀବନ ବିତାଇବାକୁ ଚାହାନ୍ତି।