ନୂଆଦିଲ୍ଲୀ,୨୫।୯: ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମୁଦ ଆବାସ ଗାଜା ଓ ହମାସକୁ ନେଇ ଦେଇଛନ୍ତି ବଡ଼ ବୟାନ। ଗୁରୁବାର ସେ ବିଶ୍ବ ନେତାଙ୍କୁ ଅପିଲ କରିଛନ୍ତି ତାଙ୍କ ଲୋକ ୨୦୨୩ ର ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣକୁ ସମ୍ପୂର୍ଣ୍ଣ ଅସ୍ବୀକାର କରୁଛି। ସେ ସଫା ସଫା କହିଦେଇଛନ୍ତି ଯେ, ଯୁଦ୍ଧ ଶେଷ ହେବାପରେ ଗାଜାରେ ହମାସ ଭଳି ଆତଙ୍କୀ ସଂଗଠନର କୌଣସି ପ୍ରଶାସନିକ ସ୍ଥାନ ରହିବନି। ତାଙ୍କୁ ନିଜର ଅସ୍ତ୍ରର ପାଲେଷ୍ଟାଇନ୍ ଅଧିକାରୀଙ୍କୁ ଦେବାକୁ ହେବ।

ଜାତିସଂଘର ମହାସଭାରେ ନିଜର କଥା ରଖି ପାଲେଷ୍ଟାଇନ୍ ରାଷ୍ଟ୍ରପତି କହିଛନ୍ତି, ଗାଜାର ନିବାସୀ ଇସ୍ରାଏଲୀ ଆକ୍ରମଣ କାରଣରୁ ନରସଂହାର,ଧ୍ବଂସ ଏବଂ ଅନାହାର ଓ ବିସ୍ଥାପନ ଭଳି କଠୋର ପୀଡି ସହୁଛନ୍ତି। ତାଙ୍କର ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଶୁକ୍ରବାର ନ୍ୟୁୟର୍କରେ ବ୍ୟକ୍ତିଗତ ଭାବରେ ସମ୍ବୋଧନ ଦେବାକୁ ଯାଉଛନ୍ତି। ଗାଜାରେ ହୋଇଥିବା ଭୟାବହ ମୃତ୍ୟୁ ଓ ବିଧ୍ବଂସର ଉଲ୍ଲେଖ କରି ଆବାସ ଦୋହରାଇଛନ୍ତି ଯେ,ପାଲେଷ୍ଟାଇନର ଜନତା ୭ଅକ୍ଟୋବରେ ହମାସର କାର୍ଯ୍ୟାନୁଷ୍ଠାନକୁ ଖଣ୍ଡନ କରିଛନ୍ତି।   

ପାଲେଷ୍ଟାଇନ୍ ରାଷ୍ଟ୍ରପତି କହିଛନ୍ତି, ପ୍ରଶାସନ ଓ ସୁରକ୍ଷାର ଭାର ସରକାର ବହନ କରିବେ। ହମାସକୁ ଶାସନ ବ୍ୟବସ୍ଥାରୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯିବ। ଆବ୍ବାସ ଚେତାବନୀ ଦେଇ କହିଛନ୍ତି, ପାଲେଷ୍ଟାଇନକୁ ପୂର୍ଣ୍ଣ ସ୍ବତନ୍ତ୍ରତା ନମିଳିବା ପର୍ଯ୍ୟନ୍ତ ପ୍ରକୃତ ନ୍ୟାୟ ମିଳିପାରିବନି। ଉଲ୍ଲେଖନୀୟ ଯେ ଆମେରିକା ଭିସା ନମିଳିବା କାରଣରୁ ଆବ୍ବାସଙ୍କୁ ଜାତିସଂଘର ମହାସଭାରେର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।