ନୂଆଦିଲ୍ଲୀ,୨୩/୧୧: ଆୟକର ବିଭାଗ ୧୦-ଅଙ୍କ ବିଶିଷ୍ଟ ଆଲଫାନ୍ୟୁମେରିକ୍ ସ୍ଥାୟୀ ଆକାଉଣ୍ଟ ନମ୍ବର (PAN)ର ଏକ ଅପଗ୍ରେଡେଡ୍ ସଂସ୍କରଣ, PAN 2.0 ପ୍ରଚଳନ କରିବାକୁ ଯାଉଛନ୍ତି । ଯାହାର ଲକ୍ଷ୍ୟ ଏହାକୁ ବ୍ୟକ୍ତିବିଶେଷ ଏବଂ ବ୍ୟବସାୟ ପାଇଁ ପ୍ରାଥମିକ ଚିହ୍ନଟ କରିବା । ରିପୋର୍ଟ ଅନୁଯାୟୀ, ସମସ୍ତ PAN କାର୍ଡରେ ଏକ QR କୋଡ୍, ଏକ ସମ୍ପୂର୍ଣ୍ଣ ଅନଲାଇନ୍ ଆବେଦନ ପ୍ରକ୍ରିୟା ଏବଂ PAN ଅଧୀନରେ ପରିଚୟ ନମ୍ବରଗୁଡ଼ିକର ଏକୀକରଣ ଅନ୍ତର୍ଭୁକ୍ତ ହେବ ।

ନିକଟରେ କେନ୍ଦ୍ର କ୍ୟାବିନେଟ୍ ପ୍ୟାନ୍ ୨.୦ ପ୍ରୋଜେକ୍ଟକୁ ଅନୁମୋଦନ କରିଛନ୍ତି । ନୂଆ ନିୟମ ଅନୁଯାୟୀ ବିର୍ତ୍ତମାନ ଥିବା PAN କାର୍ଡଗୁଡ଼ିକ ବୈଧ ରହିବ । ଭାରତୀୟ ଧାରକମାନେ ୫୦ ଟଙ୍କା ଶୁଳ୍କ ଦେଇ QR କୋଡ୍ ସହିତ ସେମାନଙ୍କର ପ୍ୟାନ କାର୍ଡର ପୁନଃମୁଦ୍ରଣ ପାଇଁ ଅନୁରୋଧ କରିପାରିବେ। PAN ରେକର୍ଡରେ ଯେକୌଣସି ସଂଶୋଧନ ପରେ ଅପଡେଟ୍ ହୋଇଥିବା କାର୍ଡ କରଦାତାଙ୍କ ପଞ୍ଜିକୃତ ଠିକଣା କିମ୍ବା ଇମେଲ୍ ଠିକଣାରେ ପଠାଯିବ । ପ୍ୟାନ କାର୍ଡ ଦୁଇଟି ଏଜେନ୍ସି ଦ୍ୱାରା ଜାରି ଏବଂ ପରିଚାଳିତ ହୁଏ - ପ୍ରୋଟିନ୍(ପୂର୍ବରୁ NSDL ଇ-ଗଭର୍ଣ୍ଣାନ୍ସ) ଏବଂ UTI ଇନଫ୍ରାଷ୍ଟ୍ରକ୍ଚର ଟେକ୍ନୋଲୋଜି ଆଣ୍ଡ୍ ସର୍ଭିସେସ୍ ଲିମିଟେଡ୍ (UTIITSL)। ଆବେଦନର ୧୨ରୁ୨୦ ଦିନ ଭିତରେ ପ୍ୟାନ ଘରେ ପହଞ୍ଚିବ ।

କେମିତି କରିବେ ଆବେଦନ ?

.ଏନ୍ଏସଡିଏର ପ୍ୟାନ୍ ପୁନଃପ୍ରିଣ୍ଟ ୱେବପେଜ୍କୁ ଯାଆନ୍ତୁ ।

. PAN, ଆଧାର ନମ୍ବର (ବ୍ୟକ୍ତିଙ୍କ ନାମ), ଏବଂ ଜନ୍ମ ତାରିଖ ଦେବେ ।

.ଆବଶ୍ୟକୀୟ ବିକଳ୍ପଗୁଡିକୁ ଚୟନ କରନ୍ତୁ ଏବଂ ସବମିଟ୍ ଉପରେ କ୍ଲିକ୍ କରୁନ୍ତୁ ।

. ବିବରଣୀ ସମୀକ୍ଷା କରନ୍ତୁ ଏବଂ ମୋବାଇଲ୍, ଇମେଲ୍ କିମ୍ବା ଉଭୟ ମାଧ୍ୟମରେ ଓଟିପି କେଉଁଠାରେ ପାଇବେ ତାହା ବାଛନ୍ତୁ ।

. ରେଜିଷ୍ଟ୍ରେସନ୍ ଯୋଗାଯୋଗ ଠିକଣାକୁ ପ୍ୟାନ୍ କାର୍ଡ଼ ପଠାଇବା ପାଇଁ ବକ୍ସରେ ଟିକ୍ ଚିହ୍ନ ଦିଅନ୍ତୁ ।

.ଓଟିପି ଜେନେରେଟ୍ କରନ୍ତୁ ଉପରେ କ୍ଲିକ୍ କରିବେ । ୧୦ ମିନିଟ୍ ମଧ୍ୟରେ ଓଟିପି ଏଣ୍ଟର କରିବେ ।

.୫୦ ଟଙ୍କା ପେମେଣ୍ଟ କରିବାକୁ ଆଗକୁ ବଢିବେ । ସର୍ତ୍ତାବଳୀରେ ଆଗକୁ ବଢି ପେମେଣ୍ଟ କରିବେ ।

.୨୪ ଘଣ୍ଟା ପରେ ଇ-ପ୍ୟାନ୍ ଡାଉନଲୋଡ୍ କରିବା ପାଇଁ ସ୍ୱୀକୃତି ପ୍ରାପ୍ତି ରସିଦ୍‌କୁ ରଖିବେ ।