ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଇଞ୍ଜିନ୍ ଫେଲ୍ ଆକାଶରେ ଅଟକିଲା ଜୀବନ; ପ୍ୟାନ୍-ପ୍ୟାନ୍-ପ୍ୟାନ୍ କହିଲେ ପାଇଲଟ୍, ଜାଣନ୍ତୁ କଣ ଅର୍ଥ ?

Published By : Ankita S | July 17, 2025 10:29 AM

ନୂଆଦିଲ୍ଲୀ,୧୭/୦୭: ଦିଲ୍ଲୀରୁ ଗୋଆ ଅଭିମୁଖେ ଉଡାଣ ଭରିଥିବା ଏକ ଇଣ୍ଡିଗୋ ବିମାନ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିଥିଲା । ଇଞ୍ଜିନ୍‌ରେ ସମସ୍ୟା ଦେଖାଦେବା କାରଣରୁ ଏହାକୁ ମୁମ୍ବାଇରେ ଏମରଜେନ୍ସିଂ ଲାଣ୍ଡିଂ ହୋଇଥିଲା । ବିମାନ (୬ଇ ୬୨୭୧)ଟି ଉଡୁଥିବା ବେଳେ ହିଁ ଆକାଶ ମାର୍ଗରେ ଇଞ୍ଜିନରେ ସମସ୍ୟା କାରଣରୁ ଝୁଲି ରହିଥିଲା । ଏହାପରେ ବିମାନ ସତର୍କତାପୂର୍ବକ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଏବି ସମୟରେ ପାଇଲଟ ପ୍ୟାନ୍ -ପ୍ୟାନ୍- ପ୍ୟାନ୍ ବୋଲି କହିଥିଲେ । ଏହାର ଅର୍ଥ କଣ ଜାଣନ୍ତୁ ଏହି ରିପୋର୍ଟରେ ।

ପ୍ୟାନ୍-ପ୍ୟାନ୍-ପ୍ୟାନ୍ ଅର୍ଥ କଣ ? ଏହା ଏକ ଇଣ୍ଟରନ୍ୟାସନାଲ ଏମରଜେନ୍ସିଂ ମେସେଜ । ଯାହା ବିମାନ ଯୋଗାଯୋଗରେ ବ୍ୟବହୃତ ହୁଏ । ଏହା ମଧ୍ୟମ ସ୍ତରର ଜରୁରୀଅବତରଣକୁ ସୂଚିତ କରେ । ଏଥିରେ ତୁରନ୍ତ କୌଣସି ବିପଦ ନାହିଁ କିନ୍ତୁ ପରିସ୍ଥିତି ଆସିଲେ ତୁରନ୍ତ ସହାୟତା ଉପରେ ଧ୍ୟାନ ଦେବା ଆବଶ୍ୟକ । ପ୍ୟାନ୍ ଫ୍ରାନ୍ସିସ୍‌ ଶବ୍ଦ ଫ୍ୟାନ୍‌ରୁ ଆସିଛି । ଦିଲ୍ଲୀ-ଗୋଆ ବିମାନ (୬ଇ ୬୨୭୧) ମୁମ୍ବାଇ ଏୟାରପୋର୍ଟରେ ଜରୁରୀଅବତରଣ କିଛି ସମୟ ପୂର୍ବରୁ ପ୍ୟାନ୍-ପ୍ୟାନ୍-ପ୍ୟାନ୍ ବୋଲି କହିଥିଲେ । ଜଣେ ଅଧିକାରୀ ନାମ ଗୋପନ ରଖିବାର ଅନୁରୋଧ କରି କହିଛନ୍ତି, "ଇଞ୍ଜିନ ନମ୍ବର ୧ରେ ତ୍ରୁଟି ଯୋଗୁଁ ପାଇଲଟ "PAN PAN PAN" ଅର୍ଥ (ଜୀବନ ପ୍ରତି ବିପଦ ନ ଥିବା ଜରୁରୀକାଳୀନ ପରିସ୍ଥିତି ସୂଚାଇ ଦେଉଥିବା ଏକ ବାର୍ତ୍ତା) ଦେଇଥିଲେ। "

ସୂତ୍ର ଅନୁଯାୟୀ, ଏହି ବିମାନର ଅବତରଣ ସମୟ ରାତି ୯ଟା ୪୨ ମିନିଟ୍ ଥିଲା। ରାତି ୯ଟା ୨୫ରେ ଏହାର ଗୋଟିଏ ଇଞ୍ଜିନ୍ ଖରାପ ହେବା ପରେ ପାଇଲଟ୍ ଆଲାର୍ମ ବଜାଇଥିଲେ। ବିମାନକୁ ସୁରକ୍ଷିତ ଭାବରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଫ୍ଲାଇଟ୍ ଟ୍ରାକରଗୁଡ଼ିକ ଦର୍ଶାଇଥିଲେ ଯେ ଇଣ୍ଡିଗୋର ଏକ ବିମାନ ରାତି ପ୍ରାୟ ୮ ଟାରେ ଦିଲ୍ଲୀରୁ ଉଡ଼ାଣ ଭରଥିଲା, ଯାହା ପ୍ରାୟ ଅଧ ଘଣ୍ଟା ବିଳମ୍ବ ହୋଇଥିଲା । ଇଞ୍ଜିନରେ ସମସ୍ୟା ପାଇଁ  ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ଦିଲ୍ଲୀ- ଗୋଆ ବିମାନରେ ୧୯୧ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ଘଟଣା ପାଇଁ ଇଣ୍ଡିଗୋ ଦୁଃଖ ପ୍ରକାଶ କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.