ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପାନାବେଡା କଳା ସଂସ୍କୃତି ସଂଘର ବୈଠକ

Published By : Suraj Kumar | February 12, 2025 9:18 PM

ଚନ୍ଦାହାଣ୍ଡି ୧୨।୨ (ଆ ପ୍ର )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା କଳା ଏବଂ ସଂସ୍କୃତି ସଂଘର ସଭାପତି  ପୁରୁଷୋତ୍ତମ ପାରିଙ୍କ ଅଧ୍ୟକ୍ଷତାରେ  ସାଲେବିଡି ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳି ଠାରେ ସଂଘ ର   ବିଭିନ୍ନ ସମସ୍ୟାକୁ ନେଇ   ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ   ମୁଖ୍ୟ ଅତିଥି ଭାବେ ରାଇଘର ବ୍ଲକ  ବି କେ ଏସ    ସଂଘର ସଭାପତି   ତଥା   ଜିଲ୍ଲା  କଳା ସଂସ୍କୃତି ସଂଘର କୋଷାଧ୍ୟକ୍ଷ ସହଦେଵ ବାଘ ଯୋଗଦାନ କରି ଥିଲେ l   ମୁଖ୍ୟ ଵକ୍ତା ଭାବରେ ଜିଲ୍ଲା କଳାକାର ସଂଘ ର ସଦସ୍ୟ ପବିତ୍ର ନାୟକ ଯୋଗଦାନ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବ୍ଲକ କଳା  ସଂସ୍କୃତି ସଂଘର ଉପସଭାପତି ଭୀମ ଡ଼ଙ୍ଗରି, ବରିଷ୍ଠ କଳାକାର   କୁଞ୍ଜ ବିହାରୀ ଜଗତ, ହଳଧର ଜଗତ, ହରି ଶଙ୍କର ସୋନି, ବଳରାମ କଟା, ସମାଜସେବୀ ଜଗଦୀଶ ବାଘ ପ୍ରମୁଖ ମଞ୍ଛାସିନ ରହି ଥିଲେ l  

କଳା ସଂସ୍କୃତି ସଂଘ ର ସଭାପତି ପୁରୁଷୋତ୍ତମ ପାରିଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା l ବୈଠକ ରେ ସ୍ଥାନୀୟ ଲୋକ, କଳା ଏବଂ ସଂସ୍କୃତି କୁ ଜୀବିତ ରଖିବା ସହ ଏହାକୁ ଆଗେଇ ନେବା ପାଇଁ ମୁଖ୍ୟ ଅତିଥି ମୁଖ୍ୟଵକ୍ତା କଳାକାର ମାନଙ୍କୁ ଆହ୍ୱାନ ଦେଇ ଥିଲେ l  ଜିଲ୍ଲା ଏବଂ ବ୍ଲକ ମଣ୍ଡେଇ ଉତ୍ସବ ପାଳନ ରେ ପ୍ରଶାସନ ସ୍ଥାନୀୟ କଳା ଏବଂ କଳାକାର, ଲୋକଗୀତ କୁ ସୁଯୋଗ ନ ଦେଇ   ଲକ୍ଷ ଲକ୍ଷ ଟଙ୍କା ରାଜକୋଷ ରୁ ଖର୍ଚ୍ଚ କରି ବାହାର କଳାକାର କୁ ଆଣୁଥିବା ରୁ ଲୋକ କଳା ର ବିକାଶ ପତନ ହେବା ସହ ସ୍ଥାନୀୟ କଳାକାର ରୋଜଗାର ହରାଇ ବସୁଛି l ଏହା ଛଡା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା  ରେକର୍ଡ ଡ୍ୟାନ୍ସ,ଆଦିବାସୀ ନୃତ୍ୟ ପରିବେଷଣ କରିବା  ଦ୍ୱାରା କଳାକାର ନିଜର ରୋଜଗାର ହରାଇ ବସିବା ସହ ପିଲାଙ୍କ ପାଠ ପଢା ରେ ବ୍ୟାଘାତ  ଦେଖା ଦେଉଛି l  ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ୨୦୨୫ ମଣ୍ଡେଇ ଉତ୍ସବ କୁ କଳାକାର ମାନେ ବର୍ଜନ କରିବେ ବୋଲି  ବୈଠକ ରେ ଆଲୋଚନା ହୋଇ ଥିଲା l 

   ବୈଠକ କୁ ବି କେ ଏସ ଉପସଭାପତି ପରିଚାଳନା କରି ଥିବା ବେଳେ  ପିତାମ୍ଭର ସୋରି ଧନ୍ୟବାଦ ଦେଇ ଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଠ ଝାଙ୍କର, ସନ୍ତୋଷ ଖମାରୀ, ନିରନ ସାହୁ, ନୀଳାମ୍ଭର ସାହୁ, ଇସ୍ତାରାମ ଗତିଆ, କାନୁ ଦାଶ, ସୁରେନ୍ଦ୍ର ନାଗ, ବଳରାମ କଟା, ଲଛ ପୂଜାରୀ, ଲଛୀନ ବାଗ ମାଧବ ପଣ୍ଡା, ପତିରାମ ଜୁଏଡ଼, ପ୍ରମୁଖ କଳାକାର ଉପସ୍ଥିତ ରହି ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.