ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମେଗା ପାନୀୟଜଳ ପ୍ରକଳ୍ପ ଓ ମହାନଦୀ କୂଳରେ ନିର୍ମାଣ ହୋଇଥିବା ଇନଟେକ୍ ୱଲ ସମୀକ୍ଷା କଲା ପଞ୍ଚାୟତିରାଜ ବିଭାଗ...

Published By : Ladu Kishor | December 24, 2024 10:21 PM

ଭାପୁର ୨୪।୧୨:  ଫତେଗଡ ଥାନା ଅନ୍ତର୍ଗତ ବନମାଳିପୁର ପଞ୍ଚାୟତରେ ନିର୍ମାଣଧୀନ ମେଗା ପାନୀୟଜଳ ପ୍ରକଳ୍ପ ଓ ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ମହାନଦୀ କୂଳରେ ନିର୍ମାଣ ହୋଇଥିବା ଇନଟେକ୍ ୱଲ ସମୀକ୍ଷା କରିଛନ୍ତି ପଞ୍ଚାୟତି ରାଜ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ । ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ପ୍ରଥମେ ଭାପୁର ବ୍ଳକ ପଦ୍ମାବତୀ ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ନିର୍ମାଣ ହୋଇଥିବା ଇନଟେକ୍ ୱେଲର ସ୍ଥିତି ଅନୁଧ୍ୟାନ କରିଥିଲେ । ସମୀକ୍ଷା ବେଳେ ନୟାଗଡ଼ ଅଧିକ୍ଷଣ ଯନ୍ତ୍ରୀ ସରଫରାଜ ଖାଁ, ଏସଡିଓ ସୁବାଷ ଚନ୍ଦ୍ର ସ୍ଵାଇଁ, ଜିଭିପିଆର ଏଜିଏମ ଏମ. ମୁରଲୀ ନାଇଡୁ, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରଶନ୍ନ ପଣ୍ଡା, ଗ୍ରାମ୍ୟ ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ପାଣିଗ୍ରାହୀ, ନୃସିଂହ ଚରଣ ଦାସ ପ୍ରମୁଖ  ଉପସ୍ଥିତ ରହିଥିଲେ । ପରେ ସନ୍ଧ୍ୟା ୬ ଟାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ଗିରିଶ ଏସ ଏନ ବନମାଳୀପୁର ପଞ୍ଚାୟତ ଅଧୀନ ପୁରୁଷୋତ୍ତମପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ଅଧୀନରେ ତିଆରି ହେଉଥିବା ଟ୍ରିଟମେଣ୍ଟ ପ୍ଳାଣ୍ଟ କାମ ବୁଲି ଦେଖିଥିଲେ। 

ଏ ଅବସରରେ କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଥିବାରୁ ଶ୍ରୀ ଏସ ଏନ ଅସନ୍ତୋଷ ପ୍ରକାଶ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ପ୍ରକଳ୍ପ ବାବଦରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ । ବିଶେଷକରି କାମ ନେଇଥିବା ଘରୋଇ ସଂସ୍ଥା ଜିଭିପିଆର ଇଞ୍ଜିନିୟରର୍ସ ଲିମିଟେଡ ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବ କରିଥିବା ବେଳେ ବହୁ ପଞ୍ଚାୟତରେ ଉଚ୍ଚ ସମ୍ପନ୍ନ ପାଣି ଟାଙ୍କି କାର୍ଯ୍ୟ ଶେଷ ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯିବା କାର୍ଯ୍ୟ ଚାଲିଥିବା ନେଇ ଅଧିକାରୀ ମାନେ ଶ୍ରୀ ଏସ ଏନ ଙ୍କୁ ସୂଚନା ଦେଇଥିଲେ । ୱାଟର ଟ୍ରିଟମେଣ୍ଟ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିବା ରହିଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ ଶେଷ ହେବା ସହ ପ୍ରତ୍ୟେକ ଘରେ ଜଳ ଯୋଗାଣ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକଳ୍ପ ପରିସର ମଧ୍ୟରେ ଥିବା ଅଫିସ ଗୃହରେ ଶ୍ରୀ ଏସ ଏନ ଙ୍କୁ ଏହି ପ୍ରକଳ୍ପ ଅଧୀନରେ ଚାଲିଥିବା କାମ ସମ୍ପର୍କରେ ଗୋଲାପି ଚିତ୍ର ଦେଖାଇଥିଲା । ଅନ୍ୟପକ୍ଷରେ ଖୁବଶୀଘ୍ର କାମ ତ୍ୱରାନ୍ୱିତ କରିବା ପାଇଁ ପ୍ରିନ୍ସିପାଲ ସେକ୍ରେଟାରୀ କମ୍ପାନୀ କର୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ବନମାଳୀପୁର ଠାରେ ଖଣ୍ଡପଡ଼ା  ବିଡିଓ ଅଙ୍କୁର ଅଭିଳାଷ, ସହକାରୀ ଯନ୍ତ୍ରୀ ଆଶୁତୋଷ ମହାନ୍ତି, କନିଷ୍ଠ ଯନ୍ତ୍ରୀ ପ୍ରତିଭା ମଞ୍ଜରୀ ବାରିକ ପ୍ରମୁଖ ଉପସ୍ଥିତ ରହିଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.