ଭୁବନେଶ୍ବର,୧୧/୧୨ : ୨୦୨୫-୨୬ରେ ୧ ଲକ୍ଷ ୩୪୪ହଜାର ଘର ମଞ୍ଜୁର ହୋଇଥିବାବେଳେ ସମ୍ପୂର୍ଣ୍ଣ ହୋଇଛି ୪ ହଜାର ୧୪୪ଘର । ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ ମନ୍ତ୍ରୀ । କହିଥିଲେ, ୨୦୨୫-୨୬ରେ ୪ହଜାର ଘର ଆମର ଆଚିଭମେଣ୍ଟ । ଯେଉଁମାନଙ୍କ ଜାଗା ନାହିଁ କିମ୍ବା ଏମିତି ଜାଗାରେ ଅଛି ସେଠି ଦେଇହେବନାହିଁ, ଗୋଟେ ଇନଷ୍ଟାଲମେଂଟ ପାଇଲା ପରେ ଲୋକେ ବାହାରକୁ ଚାଲିଯାଉଛନ୍ତି। ଘର ପାଇଁ ବାଲି, ଇଟା, ସିମେଣ୍ଟ ଅବଶ୍ୟକ ସେଥିପାଇଁ ଅଧିକାରୀ କାମ କରୁଛନ୍ତି । ଆଗାମୀ ଦିନରେ ସମସ୍ତଙ୍କୁ ସାମିଲ କରି କାମ କରିବୁ ।

ବିଗତ ଦିନରେ ଆମେ ୨୮ଲକ୍ଷ ଘର ଦେଇଥିଲୁ । ନୂତନ ଭାବେ ୩୮ଲକ୍ଷ ଘର ପଞ୍ଜିକୃତ ହୋଇଛି । କେନ୍ଦ୍ର ସରକାରଙ୍କଠାରୁ ୧ ଲକ୍ଷ ୨୦ହଜାର ଘର ପାଇଥିଲୁ । ୨୮ହଜାର ଘର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ୨୦ହଜାର ସମ୍ପୂର୍ଣ୍ଣ ହୋଇସାରିଛି । ୨୦୨୫-୨୬ରେ ୪ହଜାର ଘର ଆମର ଏଚିଭମେଣ୍ଟ । ଅନ୍ତଦ୍ବୟ ଗୃହ ଯୋଜନାରେ ଆମେ ୧ ଲକ୍ଷ ୬୮ହଜାର ଲୋକଙ୍କୁ ଘର ଦେଇଛୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ୨୦ହଜାର ଘର ଆମେ ଦେଇଛୁ ।