ଭୁବନେଶ୍ୱର ୨୬/୧୨: ପିଲାଙ୍କ ମନରେ ମାତା-ପିତାଙ୍କ  କଥା ଏବଂ ସେମାନଙ୍କ  କାର୍ଯ୍ୟଶୈଳୀର ଗଭୀର ପ୍ରଭାବ  ପିଲାଙ୍କ ଉପରେ ପଡିଥାଏ । ଅନେକ  ସମୟରେ ଅଭିଭାବକ ଏହା ବୁଝିପାରି  ନଥାନ୍ତି । ଫଳରେ ଏହାର ନକାରାତ୍ମକ  ପ୍ରଭାବ ପିଲାଙ୍କ ଉପରେ ହିଁ ପଡିଥାଏ।  ଏପରିକି ପିଲାଙ୍କ ଭିତରେ ଆତ୍ମବିଶ୍ୱାସର  ଅଭାବ ଦେଖିବାକୁ ମିଳିପାରେ । ତେଣୁ  ପିତାମାତା ପ୍ରଥମେ ଦେଖିବା ଦରକରା  ଯେ ସେମାନେ ନିଜ ଅଜଣତାରେ  ପିଲାର ଆତ୍ମବିଶ୍ୱାସକୁ କମ୍‌ କରୁ  ନାହାନ୍ତୁ ତ? 

ପିଲାଙ୍କୁ ବଡ଼ କରିବାର ଅର୍ଥ କେବଳ ଶାରୀରିକ ଆବଶ୍ୟକତାକୁ ପୁରା କରିବା ନୁହେଁ । ବରଂ ମାନସିକ  ଓ ଆଦର୍ଶଗତ ବିକାଶରେ ସହଯୋଗ  କରିଥାଏ । ସେଥିପାଇଁ ବାପାମା’ଙ୍କୁ  ନିଜ ପିଲାଙ୍କ ପାଇଁ ଘରେ ଏକ  ସକାରାତ୍ମକ ଓ ସ୍ୱାସ୍ଥ୍ୟକର ପରିବେଶ  ବଜାୟ ରଖିବା ଆବଶ୍ୟକ, ଯାହା ଦ୍ୱାରା  ପିଲାଙ୍କୁ ଆତ୍ମନିର୍ଭର, ଆତ୍ମବିଶ୍ୱାସ ଓ  ସମ୍ବେଦନଶୀଳ ନାଗରିକଟିଏ ଭାବେ  ଗଢିପାରିବେ । ଏହାସହିତ ପିଲାର ଭାବନାକୁ ମଧ୍ୟ ସମ୍ମାନ ଦେବା, ଭୁଲ୍‌ରୁ  ଶିକ୍ଷା ଦେବା ଓ ତା’ ସ୍ୱପ୍ନକୁ ସମ୍ମାନ ଦେବା  ମଧ୍ୟ । ଏସବୁକୁ ପୂରଣ କରିବାରେ ତା’  ସହ ପାଦ ମିଶାଇ ଚାଲିବା ଜରୁରି । 

ଅଭିଭାବକଙ୍କ ଦାୟିତ୍ୱ ପିଲାର ଭବିଷ୍ୟତ ଗଢିବା । କିନ୍ତୁ ଅଭିଭାକଙ୍କର  କିଛି ଭୁଲ୍‌ ପଦକ୍ଷେପ ଯୋଗୁ ପିଲାର  ଆତ୍ମବିଶ୍ୱାସ ଦୁର୍ବଳ ହୋଇପଡେ ।  ଚାଲନ୍ତୁ ଜାଣିବା ଏସବୁ କଣ? 

  • ଆଲୋଚନା କରିବା ବାରମ୍ବାର ପିଲାର ଭୁଲ୍‌କୁ ଆଙ୍ଗୁଳି  ନିର୍ଦ୍ଦେଶ କରିବା କରିବା ଦ୍ୱାରା ସେ  ସନ୍ଦେହରେ ପଡିଥାଏ । ଫଳରେ  ନିଜକୁ ଅଯୋଗ୍ୟ ଭାବିବା ସହ  କୌଣସି କାମ କରିବାକୁ ଇଚ୍ଛା  ସାହାସ ଜୁଟାଇପାରେନା ।  
  • ତୁଳନା କରିବା: ଅନ୍ୟ ପିଲାର ସହ  ନିଜ ପିଲାର ତୁଳନା କରିବା ଦ୍ୱାରା  ତା’ ମନରେ ଈର୍ଷା ଓ ହୀନଭାବନା  ଜାଗ୍ରତ ହୋଇଥାଏ, ଯାହା ଆତ୍ମବିଶ୍ୱାସ ଭାଙ୍ଗିଥାଏ । ତେଣୁ  ପିଲାକୁ ଅନ୍ୟ ସହ ତୁଳନା କରିବା  ପରିବର୍ତ୍ତେ ପ୍ରୋତ୍ସାହିତ କରିବା  ଉଚିତ୍‌ ।  
  • ଭାବନାକୁ ଅଣଦେଖା କରିବା:  ପିଲାର ଭାବନାକୁ ବୁଝିବା ସହ  ସେହି କ୍ଷେତ୍ରରେ ଆଗେଇ  ଯିବାରେ ସହଯୋଗ କରିବା  ଜରୁରି ।  
  • ରୁଚିକୁ ଚାପନ୍ତୁନି: ପିଲାର ପସନ୍ଦକୁ  ଅଣଦେଖା କରିବା ଦ୍ୱାରା ତା’ର  ଆତ୍ମସମ୍ମାନକୁ କଷ୍ଟ ହୋଇଥାଏ ।  ତେଣୁ ପିଲାର ଆଗ୍ରହ ଥିବା ଦିଗରେ ତାକୁ ଉତ୍ସାହିତ କରିବା  ସହ ଆଗେଇ ଚାଲିବାରେ  ସହଯୋଗ କରନ୍ତୁ ।  
  • ଦୋଷ ନ ଜାଣି ଦଣ୍ଡ ଦିଅନ୍ତୁନି:  ପିଲାକୁ କୌଣସି ଦଣ୍ଡ ଦେବା  ପୂର୍ବରୁ ତା’ ଦୋଷ ବିଷୟରେ ଭଲ  ଭାବେ ବୁଝନ୍ତୁ । ବିନା କାରଣରେ ଅନ୍ୟର କଥାରେ ପ୍ରରୋଚିତ  ହୋଇ ଦଣ୍ଡ ଆଦୌ ଦିଅନ୍ତୁନି ।