ଭୁବନେଶ୍ୱର ୨୬/୧୨: ପିଲାଙ୍କ ମନରେ ମାତା-ପିତାଙ୍କ କଥା ଏବଂ ସେମାନଙ୍କ କାର୍ଯ୍ୟଶୈଳୀର ଗଭୀର ପ୍ରଭାବ ପିଲାଙ୍କ ଉପରେ ପଡିଥାଏ । ଅନେକ ସମୟରେ ଅଭିଭାବକ ଏହା ବୁଝିପାରି ନଥାନ୍ତି । ଫଳରେ ଏହାର ନକାରାତ୍ମକ ପ୍ରଭାବ ପିଲାଙ୍କ ଉପରେ ହିଁ ପଡିଥାଏ। ଏପରିକି ପିଲାଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ଦେଖିବାକୁ ମିଳିପାରେ । ତେଣୁ ପିତାମାତା ପ୍ରଥମେ ଦେଖିବା ଦରକରା ଯେ ସେମାନେ ନିଜ ଅଜଣତାରେ ପିଲାର ଆତ୍ମବିଶ୍ୱାସକୁ କମ୍ କରୁ ନାହାନ୍ତୁ ତ?
ପିଲାଙ୍କୁ ବଡ଼ କରିବାର ଅର୍ଥ କେବଳ ଶାରୀରିକ ଆବଶ୍ୟକତାକୁ ପୁରା କରିବା ନୁହେଁ । ବରଂ ମାନସିକ ଓ ଆଦର୍ଶଗତ ବିକାଶରେ ସହଯୋଗ କରିଥାଏ । ସେଥିପାଇଁ ବାପାମା’ଙ୍କୁ ନିଜ ପିଲାଙ୍କ ପାଇଁ ଘରେ ଏକ ସକାରାତ୍ମକ ଓ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରଖିବା ଆବଶ୍ୟକ, ଯାହା ଦ୍ୱାରା ପିଲାଙ୍କୁ ଆତ୍ମନିର୍ଭର, ଆତ୍ମବିଶ୍ୱାସ ଓ ସମ୍ବେଦନଶୀଳ ନାଗରିକଟିଏ ଭାବେ ଗଢିପାରିବେ । ଏହାସହିତ ପିଲାର ଭାବନାକୁ ମଧ୍ୟ ସମ୍ମାନ ଦେବା, ଭୁଲ୍ରୁ ଶିକ୍ଷା ଦେବା ଓ ତା’ ସ୍ୱପ୍ନକୁ ସମ୍ମାନ ଦେବା ମଧ୍ୟ । ଏସବୁକୁ ପୂରଣ କରିବାରେ ତା’ ସହ ପାଦ ମିଶାଇ ଚାଲିବା ଜରୁରି ।
ଅଭିଭାବକଙ୍କ ଦାୟିତ୍ୱ ପିଲାର ଭବିଷ୍ୟତ ଗଢିବା । କିନ୍ତୁ ଅଭିଭାକଙ୍କର କିଛି ଭୁଲ୍ ପଦକ୍ଷେପ ଯୋଗୁ ପିଲାର ଆତ୍ମବିଶ୍ୱାସ ଦୁର୍ବଳ ହୋଇପଡେ । ଚାଲନ୍ତୁ ଜାଣିବା ଏସବୁ କଣ?
- ଆଲୋଚନା କରିବା ବାରମ୍ବାର ପିଲାର ଭୁଲ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିବା କରିବା ଦ୍ୱାରା ସେ ସନ୍ଦେହରେ ପଡିଥାଏ । ଫଳରେ ନିଜକୁ ଅଯୋଗ୍ୟ ଭାବିବା ସହ କୌଣସି କାମ କରିବାକୁ ଇଚ୍ଛା ସାହାସ ଜୁଟାଇପାରେନା ।
- ତୁଳନା କରିବା: ଅନ୍ୟ ପିଲାର ସହ ନିଜ ପିଲାର ତୁଳନା କରିବା ଦ୍ୱାରା ତା’ ମନରେ ଈର୍ଷା ଓ ହୀନଭାବନା ଜାଗ୍ରତ ହୋଇଥାଏ, ଯାହା ଆତ୍ମବିଶ୍ୱାସ ଭାଙ୍ଗିଥାଏ । ତେଣୁ ପିଲାକୁ ଅନ୍ୟ ସହ ତୁଳନା କରିବା ପରିବର୍ତ୍ତେ ପ୍ରୋତ୍ସାହିତ କରିବା ଉଚିତ୍ ।
- ଭାବନାକୁ ଅଣଦେଖା କରିବା: ପିଲାର ଭାବନାକୁ ବୁଝିବା ସହ ସେହି କ୍ଷେତ୍ରରେ ଆଗେଇ ଯିବାରେ ସହଯୋଗ କରିବା ଜରୁରି ।
- ରୁଚିକୁ ଚାପନ୍ତୁନି: ପିଲାର ପସନ୍ଦକୁ ଅଣଦେଖା କରିବା ଦ୍ୱାରା ତା’ର ଆତ୍ମସମ୍ମାନକୁ କଷ୍ଟ ହୋଇଥାଏ । ତେଣୁ ପିଲାର ଆଗ୍ରହ ଥିବା ଦିଗରେ ତାକୁ ଉତ୍ସାହିତ କରିବା ସହ ଆଗେଇ ଚାଲିବାରେ ସହଯୋଗ କରନ୍ତୁ ।
- ଦୋଷ ନ ଜାଣି ଦଣ୍ଡ ଦିଅନ୍ତୁନି: ପିଲାକୁ କୌଣସି ଦଣ୍ଡ ଦେବା ପୂର୍ବରୁ ତା’ ଦୋଷ ବିଷୟରେ ଭଲ ଭାବେ ବୁଝନ୍ତୁ । ବିନା କାରଣରେ ଅନ୍ୟର କଥାରେ ପ୍ରରୋଚିତ ହୋଇ ଦଣ୍ଡ ଆଦୌ ଦିଅନ୍ତୁନି ।