ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଦିଲ୍ଲୀ ହାଇକୋର୍ଟଙ୍କ ଟିପ୍ପଣୀ: ସ୍କୁଲରେ ଏସି ଖର୍ଚ୍ଚ ଉଠାନ୍ତୁ ଅଭିଭାବକ

ନୂଆଦିଲ୍ଲୀ,୦୬/୦୫: ସ୍କୁଲରେ  ଏୟାର କଣ୍ଡିସନର (ଏସି) ଲାଗିଥିଲେ  ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଏହାର ଖର୍ଚ୍ଚ  ଉଠାଇବାକୁ ପଡ଼ିବ ବୋଲି ଦିଲ୍ଲୀ ହାଇକୋର୍ଟ  କହିଛନ୍ତି । ପିଲାଙ୍କ ସୁବିଧା ପାଇଁ ଏସି  ଲଗାଯାଇଥାଏ । ତେଣୁ ଏହାର ଆର୍ଥିକ ବୋଝ  କେବଳ ସ୍କୁଲ ମ୍ୟାନେମେଣ୍ଟ ଉପରେ ଲଦା  ଯାଇପାରିବନି ବୋଲି ହାଇକୋର୍ଟର କାର୍ଯ୍ୟକାରୀ  ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ୍‌  ମନମୀତ ପି.ଏସ୍‌ ଅରୋରାଙ୍କ ଖଣ୍ଡପୀଠ ଗତ  ୨ ତାରିଖରେ ଏକ ପିଟିସନର ଶୁଣାଣି କରି  କହିଛନ୍ତି । ଏସି ବାବଦ ଚାର୍ଜ ଲାବୋରେଟୋରୀ  ଏବଂ ସ୍ମାର୍ଟ କ୍ଲାସ୍‌ ଫି’ ଭଳି ହାଇକୋର୍ଟ ଟିପ୍ପଣୀ  ଦେବା ସହ ଅଭିଭାବକଙ୍କ ପକ୍ଷରୁ ଆଗତ ଉକ୍ତ  ପିଟିସନକୁ ଖାରଜ କରିଦେଇଛନ୍ତି । 

ଦିଲ୍ଲୀର ଏକ ଘରୋଇ ସ୍କୁଲରେ ପଢ଼ୁଥିବା  ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଅଭିଭାବକଙ୍କ  ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା ।  ଉକ୍ତ ସ୍କୁଲ ଏସି ସୁବିଧା ବାବଦକୁ ପ୍ରତିମାସରେ  ୨ ହଜାର ଟଙ୍କା ଦାବି କରୁଥିବା ପିଟିସନରେ  କୁହାଯାଇଥିଲା । ପିଲାମାନଙ୍କୁ ଏସି ସୁବିଧା  ଦେବା ଦାୟିତ୍ୱ ସ୍କୁଲ ମ୍ୟାନେଜମେଣ୍ଟର । ତେଣୁ  ସ୍କୁଲ ନିଜ ପାଣ୍ଠିରୁ ଏହି ଖର୍ଚ୍ଚ ଉଠାଇବା କଥା  ବୋଲି ଅଭିଭାବକ ପିଟିସନରେ ଦର୍ଶାଇଥିଲେ । ହାଇକୋର୍ଟ ଏହି ପିଟିସନକୁ ଖାରଜ କରିବା  ସହ କହିଥିଲେ, ୨୦୨୩-୨୪ ପାଇଁ ସ୍କୁଲ  ଯେଉଁ ଫି’ ରସିଦ ଜାରି କରିଛି ସେଥିରେ ଏସି ବାବଦକୁ ଅଲଗା ଫି’ ଉଲ୍ଲେଖ ରହିଛି । ତେଣୁ  ସ୍କୁଲ ବାଛିବା ପୂର୍ବରୁ ଅଭିଭାବକଙ୍କୁ ସେଠାରେ  ମିଳୁଥିବା ସୁବିଧା ଏବଂ ସେ ବାବଦ ଫି’କୁ ଧ୍ୟାନରେ ରଖିବା କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.