ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଯଦି ମୁସଲମାନ ମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛ, ତେବେ ପାକିସ୍ତାନ ଚାଲିଯାଅ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ମୁସଲମାନ ମାନଙ୍କୁ ସଂରକ୍ଷଣ ଦେବା ବିଚାରକୁ କଡା ବିରୋଧ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସର୍ମା । ବିହାରର ସିୱାନ ଲୋକସଭା ଆସନରେ ପ୍ରଚାର କରିବା ବେଳେ ସେ ଏହାକୁ ବିରୋଧ କରିଛନ୍ତି । ସୂଚନାଥାଉକି, ସିଏମ୍ ହିମନ୍ତଙ୍କ ଏହି ମନ୍ତବ୍ୟ ସେତେବେଳେ ଆସିଥିଲା, ଯେତେବେଳେ ଲାଲୁ ଯାଦବ କହିଥିଲେ ଯେ ମୁସଲମାନ ମାନଙ୍କୁ ସଂରକ୍ଷଣ ଦିଅ । ଏହା ଉପରେ ସିଏମ୍ ହିମନ୍ତ କହିଛନ୍ତି ଯେ ଭାରତରେ ଧର୍ମ ଆଧାରରେ ସଂରକ୍ଷଣ ଦେବା ସମ୍ଭବ କି ?

ସାଧାରଣ ସଭାକୁ ସମ୍ବୋଧିତ କରି ସିଏମ ହିମନ୍ତ କହିଛନ୍ତି ଯେ, "ଯଦି ତୁମେ ମୁସଲମାନ ମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛ, ତେବେ ପାକିସ୍ତାନ ଯାଇ ସେଠାରେ ସଂରକ୍ଷଣ ଦିଅ । ଏହା ଭାରତରେ କେବେ ଘଟିବ ନାହିଁ । ସେ କହିଛନ୍ତି ଯେ ବାବାସାହେବ ଆମ୍ବେଦକର ଆମକୁ ସମ୍ବିଧାନ ଦେଇଛନ୍ତି। ଯେଉଁଠାରେ ଏହା ସମ୍ବିଧାନରେ ଉଲ୍ଲେଖ କରାଯାଇଛି ଯେ ଏସସି, ଏସଟି ଏବଂ ଓବିସି ସଂରକ୍ଷଣ ପାଇବା ଉଚିତ୍।

ସୂଚନାଥାଉକି, ଆସାମ ସିଏମ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ଉଦାହରଣ ଦେଇ ସେହି ଉଦାହରଣ ଗୁଡ଼ିକୁ ସମାଲୋଚନା କରିଥିଲେ । ଯେଉଁଠାରେ ମୁସଲମାନ ମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯାଇଥିଲା । ଅନ୍ୟ ପଛୁଆ ବର୍ଗଙ୍କ ମୂଲ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ମୁସଲମାନ ମାନଙ୍କୁ ସଂରକ୍ଷଣ ପ୍ରଦାନ କରିବାକୁ କର୍ଣ୍ଣାଟକର ନିଷ୍ପତ୍ତିକୁ ସେ ସମାଲୋଚନା କରି କହିଛନ୍ତି ଯେ, ଏହା ପଛୁଆ ବର୍ଗର ସଂରକ୍ଷଣ ଲୁଟ କରିବା ପରେ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.