ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଜାରି ହେଲା ଗିରଫ ପରଓ୍ବାନା

Image Courtesy: newsx

ନୂଆଦିଲ୍ଲୀ: ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ (ଗିରଫ ପରଓ୍ବାନା) ଜାରି ହୋଇଛି ।  ଗତ ମାସ ଯୌନ ନିର୍ଯାତନା ନେଇ କେତେକ ଭିଡିଓ ଭାଇରାଲ ହେବା ଏବଂ ଏଥିରେ ପ୍ରଜ୍ବଳ ରେବାନ୍ନାଙ୍କ ସଂପୃକ୍ତି ନେଇ ଜଣାପଡ଼ିବା ପରେ ସେ ରାତାରାତି ଦେଶ ଛାଡ଼ି ଚାଲିଯାଇଥିଲେ । ସେ ଜର୍ମାନୀରେ ଥିବା କଥା କୁହାଯାଉଛି । ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ କର୍ଣ୍ଣାଟକ ପୋଲିସର ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସ୍ଆଇଟି) କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବାନ୍ନା ଏଥର ହାସନ ଲୋକସଭାରୁ ଉଭୟ ବିଜେପି ଓ ଜେଡିଏସ୍ ମେଣ୍ଟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏପ୍ରିଲ ୨୬ ତାରିଖରେ ଏହି ଆସନରୁ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ସରିବା ପରେ ତାଙ୍କ ସହ ସମ୍ପୃକ୍ତ ଶତାଧିକ ଯୌନ କେଳେଙ୍କାରୀ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ସେ ଫେରାର୍ ହୋଇଯାଇଥିଲେ। 

ପ୍ରଜ୍ଜ୍ୱଳଙ୍କ ବିରୋଧରେ ଦୁଷ୍କର୍ମ, ଅସଦାଚରଣ, ଧମକ ଦେବା ଓ ବ୍ଲାକମେଲ୍ କରିବା ଆଦି ଅଭିଯୋଗ ହୋଇଛି। ଅନ୍ତର୍ଜାତୀୟ ପୋଲିସ ଇଣ୍ଟରପୋଲ ପକ୍ଷରୁ ତାଙ୍କୁ ଧରିବାକୁ ଏକ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି। ତେବେ ଯୌନ କେଳେଙ୍କାରୀ ମାମଲାରେ କେବଳ ପ୍ରଜ୍ବଳ ନୁହଁନ୍ତି ତାଙ୍କ ବାପା ଏଚ୍‌ଡି ରେବାନ୍ନାଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି। ଏଚ୍‌ଡି ରେବାନ୍ନାଙ୍କୁ ପୂର୍ବରୁ ଅପହରଣ ମାମଲାର ଗିରଫ କରିଥିଲା ପୋଲିସ । କିନ୍ତୁ ପରେ ସେ ଜାମିନ ପାଇ ବାହାରକୁ ଆସିଥିଲେ । ଶୁକ୍ରବାର କୋର୍ଟ ତାଙ୍କର ଅନ୍ତରୀଣ ଜାମିନ ଅବଧିକୁ ମେ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

ସେପଟେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ନାତି ପ୍ରଜ୍ବଳ ରେବାନ୍ନାଙ୍କ ଯୌନ କେଳେଙ୍କାରୀ ମାମଲାରେ ପ୍ରଥମ ଥର ମୁହଁ ଖୋଲିଥିଲେ । ଏହି ମାମଲାରେ ଅନେକ ଲୋକଙ୍କ ସଂପୃକ୍ତି ଅଛି କିନ୍ତୁ ସେ କାହାର ନାଁ ନେବେ ନାହିଁ ବୋଲି କହିଥିଲେ ।

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.