ପ୍ରମୁଖ ଖବର
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ସ୍ବାତୀ ମାଲିଓ୍ବାଲ ମାମଲାରେ ବିଭବ କୁମାରଙ୍କୁ ଝଟ୍‌କା, ଅଗ୍ରୀମ ଜାମିନ ଆବେଦନ ଖାରଜ କଲେ କୋର୍ଟ

Image Courtesy: indiatoday

ନୂଆଦିଲ୍ଲୀ: ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ ମାମଲାରେ ଗିରଫ ହୋଇଥିବା ବିଭବ କୁମାରଙ୍କୁ ଆଶ୍ବସ୍ତି ମିଳିଲା ନାହିଁ । କୋର୍ଟ ତାଙ୍କର ଅଗ୍ରୀମ ଜାମିନ ଆବେଦନ ଖାରଜ କରିଛନ୍ତି । ଜାମିନ ଆବେଦନର ଶୁଣାଣି ସମୟରେ ବିଭବ କୁମାରଙ୍କ ଓକିଲ ଏନ ହରିହରନ୍‌ କୋର୍ଟରେ କହିଥିଲେ ଯେ, ମେ’ ୧୩ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିବା ଲାଗି ସ୍ବାତୀ ମାଲିଓ୍ବାଲଙ୍କୁ କୌଣସି ଅନୁମତି ମିଳିନଥିଲା । ଏହା ସହ ଏ ସମସ୍ତ ଅଭିଯୋଗ ମନଗଢ଼ା ଏବଂ ଏଥିରେ କୌଣସି ସତ୍ୟତା ନାହିଁ । ସେପଟେ ବିଭବ କୁମାରଙ୍କୁ ଗିରଫ କରିବା ପୂର୍ବରୁ ତାଙ୍କୁ ନୋଟିସ କରାଯାଇ ନାହିଁ ବୋଲି ମଧ୍ୟରେ କୋର୍ଟରେ କହିଥିଲେ  ଏନ ହରିହରନ ।

ଅନ୍ୟପଟ ପୋଲିସ ବିଭବ କୁମାରଙ୍କୁ କୋର୍ଟରେ ହାଜର କରିପାରେ । ଏହା ସହ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ବୋଲି କୁହାଯାଉଛି । ସ୍ବାତୀ ମାଲିଓ୍ବାଲଙ୍କ ପକ୍ଷରୁ ଦିଆଯାଇଥିବା ଏଫଆଇଆର ଆଧାରରେ ପୋଲିସ ଛାନଭିନ କରୁଛି । ଏହି କ୍ରମରେ ପୋଲିସ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସବଭନକୁ ନେଇପାରେ । ଅନ୍ୟପକ୍ଷରେ ବିଭବ କୁମାରଙ୍କ ପାଇଁ ଅଗ୍ରୀମ ଜାମିନ ଆବେଦନ ଆପ୍‌ ପକ୍ଷରୁ କରାଯାଇ ନାହିଁ ବୋଲି ଦଳର ଲିଗାଲ୍‌ ସେଲ୍‌ ସୂତ୍ରରୁ ସୂଚନା ମିଳିଛି । ପୋଲିସ ସିଆରପିସି ୪୧ ନୋଟିସ ବିନା ବିଭବ କୁମାରଙ୍କୁ ଗିରଫ କରିଥିବା ପ୍ରସଙ୍ଗ କୋର୍ଟରେ ଉଠାଇବୁ ବୋଲି ଆପ୍‌ ପକ୍ଷରୁ କୁହାଯାଇଛି । 

ଶନିବାର ଆମ୍‌ ଆଦମୀ ପାର୍ଟି ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ କରିବା ଅଭିଯୋଗରେ ବିଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗିରଫ ପରେ ବିଭବ କୁମାରଙ୍କ ପକ୍ଷରୁ ଅଗ୍ରୀମ ଜାମିନ ପାଇଁ ତିସ ହଜାରୀ କୋର୍ଟରେ ଆବେଦନ କରିଥିଲେ । ସ୍ବାତୀ ମାଲିଓ୍ବାଲଙ୍କ ମାମଲାରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରୁ ବିଭମ କୁମାରଙ୍କୁ ଗିରଫ କରିଛି । ତାଙ୍କୁ ଗିରଫ କରି ସିଭିଲ ଲାଇନ୍ସ ଥାନାକୁ ନେଇଛି ପୋଲିସ । 

ବିଭବ କୁମାରଙ୍କୁ ଗିରଫ କରିବା ଲାଗି ପୋଲିସ ଲଗାତାର ତାଙ୍କ ଉପରେ ନଜର ରଖୁଥିଲା । ସେପଟେ ଗଣମାଧ୍ୟମରୁ ତାଙ୍କ ବିରୋଧରେ ମାମଲା ହୋଇଥିବା ନେଇ ଜାଣିବାକୁ ପାଇଥିଲେ ବୋଲି ବିଭବ କୁମାର କହିଥିଲେ । ଏହା ପରେ ଇମେଲ୍‌ ମାଧ୍ୟମରେ ସେ ପୋଲିସକୁ ଅଭିଯୋଗ କରିଥିଲେ । ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗକୁ ତର୍ଜମା କରିବାକୁ ସେ ଦିଲ୍ଲୀ ପୋଲିସକୁ ଅନୁରୋଧ କରିଥିଲେ । ଦିଲ୍ଲୀର ମନ୍ତ୍ରୀ ଏବଂ ଆପ ନେତ୍ରୀ ଆତିଶୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାର ଇମେଲ ଜରିଆରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । 

ସେପଟେ ଏହି ମାମଲାରେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ଏମ୍ସରେ ସ୍ବାତୀ ମାଲିଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ହୋଇଥିଲା । ମାଲିଓ୍ବାଲଙ୍କ ବାମ ଗୋଡ ଏବଂ ଡାହାଣ ଆଖିର ତଳଭାଗରେ ଆଘାତ ଲାଗିଥିବା ନେଇ ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । ଆପର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ଅନୁଯାୟୀ, ଯେବେ ସେ ମୁଖ୍ୟମନ୍ତ୍ରୀ ବାସଭବନରେ କେଜ୍ରିଓ୍ବାଲ ଭେଟିବାକୁ ଯାଇଥିଲେ ଏହି ସମୟରେ ତାଙ୍କ ପିଏ (ବ୍ୟକ୍ତିଗତ ସହାୟକ) ବିଭବ କୁମାର ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । 

 

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.