ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁରୀରେ କମ୍ପିବ ବିଜେଡି-ବିଜେପିର ରୋଡ ସୋ’: ସୋମବାର ଅପରାହ୍ଣରେ ବଡ଼ଦାଣ୍ଡରେ ଶକ୍ତି ପ୍ରଦର୍ଶନ କରିବେ ପାଣ୍ଡିଆନ୍‌

ପୁରୀ,୧୯/୦୫: ଚଳିତ ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଚାଲିଛି ବଳ କଷାକଷି । ପରସ୍ପର ମଧ୍ୟରେ କେବଳ ଭାଷଣବାଜି ଚାଲିଛି ତାହାନୁହେଁ । ରୋଡ ସୋ’ କରି ଉଭୟ ଦଳ ଶକ୍ତି ପ୍ରଦର୍ଶନ କରୁଛନ୍ତି । ପୁରୀରେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ରୋଡ ସୋ’ କରିବାକୁ ଥିବାବେଳେ ଅପରାହ୍ଣ ୫ଟାରେ ବିଜେଡିର ଷ୍ଟାର ପ୍ରଚାରକ  କାର୍ତ୍ତିକ ପାଣ୍ଡିଆନ୍‌ ପୁରୀରେ ପହଞ୍ଚି ପ୍ରଥମେ ଶ୍ରୀମନ୍ଦିରକୁ  ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । 

ପରେ ସେ ମରିଚିକୋଟ  ଛକଠାରୁ ରୋଡ ସୋ’ ଆରମ୍ଭ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିର  ଦେଇ ନବକଳେବର ରୋଡ ଓ ଅଠରନଳାରେ ରୋଡ ସୋ’  ସରିବ ବୋଲି ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ସୂଚନା  ଦେଇଛନ୍ତି । ଏହି ରୋଡ ସୋ’ରେ ବିଜେଡିର ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ପୁରୀ ସଦର ବିଧାୟକ ସୁନିଲ କୁମାର  ମହାନ୍ତିଙ୍କ ପାଇଁ ପ୍ରଚାର କରିବେ। ପୁରୀବାସୀଙ୍କ ପାଇଁ ବିଜେଡି କି ପ୍ରତିଶ୍ରୁତି ଦେଉଛି ତାହା ଉପରେ ସମସ୍ତଙ୍କର ନଜର । ଗୋଟିଏ ଦିନରେ ଦୁଇ ପ୍ରମୁଖ ଦଳର ମୁଖ୍ୟ ନେତୃତ୍ୱଙ୍କ ରୋଡ ସୋ’ ଯୋଗୁଁ ପୁରୀ ରାଜନୀତିରେ ଉଷ୍ମତା ଦେଖାଦେଇଛି । 

ଅନ୍ୟପକ୍ଷରେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ତାଳବଣିଆରେ ବିଶାଳ ଜନସମାବେଶକୁ  ସମ୍ବୋଧିତ କରିବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • vk pandian
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.