ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଲଢେଇ, ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୧୯/୦୫: ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ମୋଟ ୩୦୫  ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିମଧ୍ୟରୁ  ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ  ଓ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ୪୦ଜଣ  ପ୍ରାର୍ଥୀ ଲଢୁଥିବା ବେଳେ ଏହା ଅନ୍ତର୍ଗତ ୩୫  ବିଧାନସଭା ଆସନ ପାଇଁ ୨୬୫ ଯୋଦ୍ଧା  ଲଢୁଛନ୍ତି । 

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ  ୬୯ ହଜାର ୮୮୭ ମତଦାତା ୯୧୬୨  କେନ୍ଦ୍ରରେ ଭୋଟ୍‌ ଦେବେ । ସେମାନଙ୍କ ମଧ୍ୟରୁ  ୪୦ ଲକ୍ଷ ୩୩ ହଜାର ୯୯୨ ପୁରୁଷ ମତଦାତା  ଥିବା ବେଳେ ୩୯ ଲକ୍ଷ ୩୫ ହଜାର ୪୪  ମହିଳା ଓ ୮୫୧ ତୃତୀୟ ଲିଙ୍ଗୀ ଭୋଟର । ୧୮୧୨ ଜଣ ଶତାୟୁ ମତଦାତା ରହିଛନ୍ତି । ୧  ଲକ୍ଷ ୭ ହଜାର ୮୨୩ଜଣ ଦିବ୍ୟାଙ୍ଗ ମତଦାତା  ଥିବାବେଳେ ୪୬ଜଣ ପ୍ରବାସୀ ଓ ୧୦ ହଜାର  ୬୩୦ଜଣ ସର୍ଭିସ୍‌ ଭୋଟର ଅଛନ୍ତି । ମୋଟ  ବୁଥ୍‌ଗୁଡିକ ମଧ୍ୟରୁ ୨୦% ସମ୍ବେଦନଶୀଳ ।  ଏହି ସମ୍ବେଦନଶୀଳ ବୁଥଗୁଡିକରେ ସକାଳ  ୭ରୁ ମତଦାନ ଆରମ୍ଭ ହୋଇ ୪ଟାରେ  ସରିବ । ଅନ୍ୟ ସମସ୍ତ ବୁଥ୍‌ରେ ୬ଟାରେ ମତଦାନ ସରିବାକୁ ଥିବାବେଳେ କିଛି ବୁଥ୍‌ରେ ୫ଟାରେ ଶେଷ ହେବ । ତେବେ ୧୦୪୧ଟି  ବୁଥ୍‌ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ତ୍ୱାରା  ପରିଚାଳିତ ହେବ । ୨୫ଟି ବୁଥ ପରିଚାଳନା କରିବେ ଦିବ୍ୟାଙ୍ଗ ଅଧିକାରୀ ଓ କର୍ମଚାରୀ ।  ୧୫୪୧ଟି ଆଦର୍ଶ (ମଡେଲ୍‌) ବୁଥ୍‌  ଥିବାବେଳେ ୨ ଲକ୍ଷ ୧୩ ହଜାର ୧୨୯ଜଣ  ପ୍ରଥମ ଥର ମତଦାତା । 

ଶାନ୍ତିଶୃଙ୍ଖଳାରେ ମତଦାନ କରିବା  ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ  (ସିଏପିଏଫ୍‌) ନିୟୋଜିତ ହୋଇଛନ୍ତି ।  ସବୁଠାରୁ ଅଧିକ ୨୨ କମ୍ପାନୀ ଫୋର୍ସ  କନ୍ଧମାଳରେ ନିୟୋଜିତ ହୋଇଥିବା ବେଳେ  ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬,  ବଲାଙ୍ଗିର ଓ ବରଗଡ଼ରେ ୧୪, ଝାରସୁଗୁଡା  ଓ ବୌଦ୍ଧରେ ୫, ସୁବର୍ଣ୍ଣପୁରରେ ୪,  ନୟାଗଡ଼ରେ ୨ କମ୍ପାନୀ ସୁରକ୍ଷା ବଳ  ନିୟୋଜିତ କରାଯାଇଛି । 

ନିର୍ବାଚନ ପୂର୍ବରୁ ଏହି ୫ଟି ଲୋକସଭା  କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ  ମୋଟ ୨୫୪ କୋଟି ଟଙ୍କାର ସାମଗ୍ରୀ ଜବତ  ହୋଇଛି। ସେଥିରୁ ୧୭ କୋଟି ୧୮ ଲକ୍ଷ  ନଗଦ ରାଶି ଥିବା ବେଳେ ୩୧ ଲକ୍ଷ ଲିଟର  ମଦ, ୭୩ କୋଟି ଟଙ୍କାର ଡ୍ରଗ୍‌ସ ଓ ୧୪  କୋଟିର ସୁନାଗହଣା ଜବତ କରାଯାଇଛି ।  ସବୁଠାରୁ ଅଧିକ ବରଗଡ଼ରେ ୧ କୋଟି ୨୬  ଲକ୍ଷ ଟଙ୍କା ନଗଦ ଏବଂ ୮ଲକ୍ଷ ଲିଟର ମଦ  ଜବତ ହୋଇଛି । ଯାହା ସାରା ରାଜ୍ୟରେ  ଜବତ ହୋଇଥିବା ମଦର ୨୫ ପ୍ରତିଶତ । କନ୍ଧମାଳରେ ୩୬ ଲକ୍ଷ ଓ ଆସ୍କାରେ ୧୩  ଲକ୍ଷ ଟଙ୍କା ଜବତ ହୋଇଥିବା ରାଜ୍ୟ ମୁଖ୍ୟ  ନିର୍ବାଚନ ଅଧିକାରୀ (ସିଇଓ)ନିକୁଞ୍ଜ ବିହାରୀ  ଧଳ ସୂଚନା ଦେଇଛନ୍ତି । ଖଲିକୋଟ ହିଂସା  ଘଟଣାରେ ମାମଲା ପଞ୍ଜିକରଣ କରିବା ସହ  ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କେନ୍ଦ୍ରୀୟ  ନିର୍ବାଚନ ଅଧିକାରୀ (ଇସିଆଇ) ଡିଜିପିଙ୍କୁ  ରିପୋର୍ଟ ତଲବ କରିଥିଲେ । ଗତକାଲି  ଡିଜିପି ରିପୋର୍ଟ ଦାଖଲ କରି ସାରିଛନ୍ତି ।  ଭୋଟ ପାଇଁ ଅତିରିକ୍ତ ଡିଜି ର‌୍ୟାଙ୍କର  ଜଣେ ଅଫିସରଙ୍କୁ ନିଯୁକ୍ତି କରାଯାଇଛି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.