ମୁମ୍ବାଇ,୧୮/୫: ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ପାତାଲ ଲୋକ ୨ '। ନିକଟରେ 'ପଞ୍ଚାୟତ 3' ର ରିଲିଜ ତାରିଖ ଘୋଷଣା କରାଯିବା ପରେ ବର୍ତ୍ତମାନ ପାତାଲ ଲୋକ ର ରିଲିଜ ତାରିଖ ଘୋଷଣା ହୋଇଛି। ଆପଜନ ଏକ ଇଭେଣ୍ଟରେ ଏହାର ରିଲିଜ ତାରିଖ ଘୋଷଣା କରିଛି । ତେବେ ଏହି ଓ୍ବେବ ସିରିଜଟି ଆସନ୍ତା ୨୮ ତାରିଖ ଦିନ ରିଲିଜ ହେବାକୁ ଯାଉଛି।
ପାତାଲ ଲୋକ ସିଜିନ ୧ରେ ଜୟଦୀପ ଅହଲାବତ, ଅଭିଷେକ ବାନାର୍ଜୀ, ଇଶ୍ବକ ସିଂ , ବୋଧିସତ୍ତ୍ବା ଶର୍ମାଙ୍କ ଭଳି କଳାକାର ଅଭିନୟ କରିଥିଲେ । ଏହା ୨୦୨୦ ମସିହା ମେ ତାରିଖରେ ରିଲିଜ ହୋଇଥିଲା । ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ପାତାଲ ଲୋକ ସିରିଜକୁ ଅରୁଣ ଓ ପ୍ରୋଷିତ ରାଏ ନିର୍ଦ୍ଦେଶନା ଦେଇଥିଲେ। ସିରିଜର କାହାଣୀ ତରୁଣ ତେଜପାଲଙ୍କ ବହି 'ଦ ଷ୍ଟୋରୀ ଅଫ ମାଇ ଅସାସନ୍ସ' ଉପରେ ଆଧାରିତ ।