ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୫ ଦିନ ପରେ ଘରକୁ ଫେରିଲେ ଗୁରୁଚରଣ ସିଂ, କହିଲେ ଏମିତି..

ନୂଆଦିଲ୍ଲୀ,୧୮/୫: 'ତାରକ ମେହେତା କା ଉଲଟା ଚଷମା' ଅଭିନେତା ଗୁରୁଚରଣ ସିଂଙ୍କ ନିଖୋଜ ଘଟଣା। ୨୫ ଦିନ ପରେ ଘରକୁ ଫେରିଲେ ଅଭିନେତା । ତେବେ ଆଧ୍ୟାତ୍ମିକ ଯାତ୍ରାରେ ଯିବା ପାଇଁ ସେ ଘରୁ ଚାଲିଯାଇଥିବା ସେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଛନ୍ତି  । ଏପ୍ରିଲ ୨୨ ତାରଖ ଦିନ ଗୁରୁଚରଣ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସେ ଘରକୁ ଫେରିଛନ୍ତି ।

ସୂଚନା ମୁତାବକ, ଏପ୍ରିଲ ୨୨ ତାରିଖ ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ ଗୁରୁ । କିନ୍ତୁ ଏପ୍ରିଲ ୨୬ ତାରିଖରେ ଗୁରୁଚରଣ ସିଂ ଙ୍କ ବାପା ପୋଲିସ ଷ୍ଟେସନରେ ପୁଅ ନିଖୋଜ ହେବା ନେଇ ଏକ ରିପୋର୍ଟ ଦାଖଲ କରିଥିଲେ ।  କିନ୍ତୁ ସେ ସେବେଠାରୁ ଆଉ ଘରକୁ ଫେରିନଥିଲେ ଏବଂ ଫୋନ ମଧ୍ୟ ବନ୍ଦ ରଖିଥିଲେ । ତେବେ ପରିବାର ଲୋକଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ଅଭିନେତାଙ୍କୁ ଖୋଜିବା ପାଇଁ ତଦନ୍ତ ଚଳାଇଥିଲା । ଗୁରୁଚରଣ ଅମୃତସର ଏବଂ ଲୁଧିଆନା ପରି ଅନେକ ସହରର ଗୁରୁଦ୍ୱାର ବୁଲିବା ପରେ ଘରକୁ ଫେରିଛନ୍ତି। 

ତେବେ ପୋଲିସର ଯାଞ୍ଚ ସମୟରେ ଗୁରଚରଣଙ୍କ ୧୦ରୁ ଅଧିକ ଆକାଉଣ୍ଟ ସାମ୍ନାକୁ ଆସିଛି। ଏଥିସହ ତାଙ୍କର ଏକାଧିକ ମେଲ ଆଇଡି ମଧ୍ୟ ରହିଛି। ତଦନ୍ତରୁ ଜଣାପଡିଛି ଅଭିନେତାଙ୍କ ଧର୍ମ ପ୍ରତି ବିଶ୍ବାସ ବଢିବାକୁ ଲାଗିଥିଲା। ସେ ତାଙ୍କର ଜଣେ ଘନିଷ୍ଠ ସାଙ୍ଗଙ୍କୁ ପାହାଡକୁ ଯିବାର ରାସ୍ତା ବିଷୟରେ ପଚାରି ବୁଝିଥିଲେ । ଶେଷଥର ପାଇଁ ତାଙ୍କୁ ଇରିକ୍ସାରେ ଚାଲିକି ଯାଉଥିବାର ଦେଖିବାକୁ ମିଳିଥିଲା । 'ତାରକ ମେହେତା କା ଉଲଟା ଚଷମା'ରେ ଗୁରୁଚରଣ ସିଂଙ୍କ ରୋଶନ ସିଂ ସୋଦି ଚରିତ୍ର ତାଙ୍କୁ ବେଶ ଲୋକପ୍ରିୟତା ଦେଇଥିଲା । ୨୦୧୩ରେ ସେ ଶୋ ଛାଡି ୨୦୧୪ରେ ପୁଣି ଫେରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.