ସାଲେପୁର, ୨୮/୦୭ : ଦୁଇ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ପ୍ରତ୍ୟାହାର କରିବା ଦାବିରେ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା। ସାଲେପୁର ଶିକ୍ଷା ଜିଲ୍ଲା ଅନ୍ତର୍ଗତ ନରଦା ପଞ୍ଚାୟତରେ ଥିବା କୁକୁଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକମାନେ ଧାରଣା ଦେଇଛନ୍ତି। ୨ ଜଣ ଶିକ୍ଷକଙ୍କ ବଦଳିକୁ ଗ୍ରାମବାସୀ ବରୋଧ କରିଛନ୍ତି।
ସୂଚନାନୁଯାୟୀ, ସାଲେପୁର ଶିକ୍ଷା ଜିଲ୍ଲା ଅନ୍ତର୍ଗତ ନରଦା ପଞ୍ଚାୟତ ଥିବା କୁକୁଡାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୨ ଜଣ ଶିକ୍ଷକଙ୍କ ବଦଳି କରାଯାଇଛି। ଏହି ନିର୍ଦ୍ଦେଶ ପ୍ରତ୍ୟାହାର ଦାବିରେ ଆଜି ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ/ସଭ୍ୟା, ଅଭିଭାବକ ଓ ଛାତ୍ରଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଫଳରେ ଆଜି ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଖବର ପାଇ ସିଆରସି ଆନ୍ଦୋଳନକାରୀକ ନିକଟରେ ପହଞ୍ଚି ବୁଝାସୁଝା କଲା ପରେ ଅଭିଭାବକମାନେ ଧାରଣାରୁ ହଟିଥିଲେ।