ନୂଆଦିଲ୍ଲୀ,୦୨/୦୨; ସଂସଦ ବଜେଟ୍ ଅଧିବେଶନରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଚର୍ଚ୍ଚା ହୋଇଛି । ଏଥିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବ ସେନା ପ୍ରମୁଖ ମନୋଜ ରନୱାଣେଙ୍କ ବିଷୟରେ କହି ଡୋକଲାମ ଏବଂ ଚୀନ ସୀମାରେ ଟ୍ୟାଙ୍କ ଉପସ୍ଥିତିର ଉଲ୍ଲେଖ୍ୟ କରିଥିଲେ । ଏହାକୁ ନେଇ ଗୃହରେ ପ୍ରବଳ ହୋ ହାଲ୍ଲା ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ବୟାନ ଉପରେ ଆପତ୍ତି ଉଠାଇଥିଲେ । ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କ ବୟାନକୁ ବିରୋଧ କରିଥିଲେ । ଏହି ସମୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦର ନିୟମ ୩୪୯ ଉଦ୍ଧୃତ କରି ରାହୁଲ ଗାନ୍ଧୀଙ୍କୁ ଜେନେରାଲ ନରୱୋଣେଙ୍କ ଅପ୍ରକାଶିତ ପୁସ୍ତକକୁ ଉଲ୍ଲେଖ୍ୟ ନକରିବାକୁ ଅନେକ ଥର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାହୁଲ ଗାନ୍ଧୀ ବାରମ୍ବାର ସମାନ କାର୍ଯ୍ୟ କରିଥିଲେ । ଏହାପରେ ବାଚସ୍ପତି ଓମ୍ ବିର୍ଲା ରାହୁଲ ଗାନ୍ଧୀଙ୍କ ବର୍ଷିଛନ୍ତି ।
ଗୃହରେ ହଟ୍ଟଗୋଳ ଏବେ ବଢିଲା ଯେ କେହି କାହା କଥା ଶୁଣିଲେ ନାହିଁ । ଏହାପରେ ରାହୁଲ ଗାନ୍ଧୀ ବାଚସ୍ପତି ଓମ୍ ବିର୍ଲାଙ୍କୁ ପଚାରିଲେ, ତା ପରେ ମୋର କଣ କହିବାକୁ ଅଛି କୁହନ୍ତୁ । ବାଚସ୍ପତି ତାଙ୍କୁ ଆଶ୍ୱସ୍ତ କରି କହିଲେ, ମୁଁ ଆପଣଙ୍କ ପରାମର୍ଶଦାତା ନୁହେଁ କିନ୍ତୁ ଏଠାରେ ଆଲୋଚନା ହେଉଥିବା ପ୍ରସଙ୍ଗରେ ଆପଣଙ୍କୁ କହିବା ଉଚିତ୍ ।''
ଏହା ବି ପଢନ୍ତୁ...ଚୀନ୍ ଉପରେ ରାହୁଲଙ୍କ ମନ୍ତବ୍ୟ ପରେ ଲୋକସଭାରେ ପ୍ରବଳ ହଙ୍ଗାମା,ରାଜନାଥ ବି କଲେ ଚ୍ୟାଲେଞ୍ଜ
ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ, କେଉଁ ନିୟମ ଆମକୁ ଭାରତ-ଚୀନ ସମ୍ପର୍କ ଉପରେ ଆଲୋଚନା କରିବାରୁ ବାଧା ଦେଉଛି । ବାଚସ୍ପତି ଉତ୍ତର ଦେଇଥିଲେ, ''ଆପଣ ଏପରି ପୁସ୍ତକ ବିଷୟରେ କହୁଛନ୍ତି ଯାହା ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁସାରେ ପ୍ରକାଶିତ ହୋଇନାହିଁ । ଏହାଛଡା ଆପଣ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି ତାହାର କୌଣସି ପ୍ରାସଙ୍ଗିକତା ନାହିଁ ।'' ରାହୁଲ ଗାନ୍ଧୀ ଜିଦ୍ ଧରି ବାଚସ୍ପତିଙ୍କୁ ପଚାରିଲେ, ଆପଣ କଣ କହୁଛନ୍ତି ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବୈଦେଶିକ ନୀତି ସହିତ କୌଣସି ସମ୍ପର୍କ ନାହିଁ ? ବାଚସ୍ପତି ଉତ୍ତର ଦେଇଥିଲେ ଦୟାକରି ହାତରେ ଥିବା ବିଷୟବସ୍ତୁ କୁହନ୍ତୁ । ଆପଣଙ୍କୁ ଏହି ନିୟମ ବିଷୟରେ ଅନେକ ଥର ଅବଗତ କରାଯାଇଛି ।''