ପ୍ରମୂଖ ଖବର
  • କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨ ଛାତ୍ର ଗିରଫ, ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ
  • ||
  • ନିମାପଡ଼ା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଗଞ୍ଜାମ : ୩୩ କେଭି ତାର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ, ଜଳିଗଲା ୮ରୁ ଉର୍ଦ୍ଧ୍ୱ ଘରର ବିତ୍ୟୁତ ସରଞ୍ଜାମ
  • ||
  • ପୁରୀ : ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
  • ||
  • ପୁରୀରେ ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର
  • ||
  • ପୁରୀ : କୁମ୍ଭକାର ଶାଳରେ କୁରାଳ ପଞ୍ଚମୀ ପୂଜାର୍ଚ୍ଚନା
  • ||
  • ସଂସଦରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୧୨ଟା ଯାଏ ଲୋକସଭା ମୁଲତବୀ
  • ||
  • 'ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ'...
  • ||
  • ଚଣ୍ଡିଖୋଲ : ଦୋକାନ ଉପରେ ମାଡ଼ି ଗଲା ଟ୍ରକ୍‌, ୨ ଆହତ
  • ||
  • ଝାରସୁଗୁଡ଼ା : ବାପାକୁ ଚାପୁଡ଼ା ମାରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲା ପୁଅ, ୨ ଅଟକ
  • ||
  • ସମ୍ବଲପୁର: ଭିଜିଲାନ୍ସ ଜାଲରେ ଏସିଏଫ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍
  • ||
  • ଘନ କୁହୁଡି ବଳୟରେ ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
  • ||
  • ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣା: ୫ ଦିନ ଜୀବନ ମରଣ ସହ ସଙ୍ଘର୍ଷ ପରେ ଆଖି ବୁଜିଲା ପୁଅ
  • ||
  • ପୁରୀ: ଶନିବାର ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ: ଘୋଡ଼ ପ୍ରସ୍ତୁତି ଶେଷ, ଆଜି ଅଧିବାସ ନୀତି
  • ||
  • ଶିମିଳିପାଳରୁ ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା, ୨ ଅଭିଯୁକ୍ତ ଗିରଫ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଫେରିଛି ଶୀତ, ନିଆଁ ଜାଳି ଥଣ୍ଡାରୁ ରକ୍ଷା ପାଉଛନ୍ତି ଲୋକେ
  • ||
  • ବଡ଼ଧରଣର ଭୂକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦, ସୁନାମୀ ଆଲର୍ଟ
  • ||
  • ଆସନ୍ତା ୧୧ ଯାଏ ରାଜ୍ୟରେ ଶୀତ କମ୍‌,୧୨ରୁ ସାମାନ୍ୟ ବଢ଼ିବ ଜାଡ଼: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଆଶଙ୍କା
  • ||

ଆଦାନୀ ଝଡରେ କମ୍ପିଲା ଗୃହ, ଗୁରୁବାର ଯାଏ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୭/୧୧:  ତୃତୀୟ ଦିନରେ ବି ଚାଲି ପାରିଲାନି ସଂସଦର ଶୀତ ଅଧିବେଶନ ।  ଆରମ୍ଭରୁ ଅଚଳ ହେଲା ଗୃହକାର୍ଯ୍ୟ ।  ଆଦାନୀ ଝଡରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ହୋ ହାଲ୍ଲାରେ କମ୍ପିଲା ଗୃହ ।  ଗୁରୁବାର ଯାଏ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲବତୀ ଘୋଷଣା ହୋଇଛି । ଲୋକସଭାକୁ ବାଚସ୍ପତି ଓମବିର୍ଲା ମୁଲତବୀ ଘୋଷଣା କରିଥିଲେ ।

ତୃତୀୟ ଦିନରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ଉଭୟ ଗୃରେ ଆଦାନୀ ପ୍ରସଙ୍ଗ ଉଠିଥିଲା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଦାନୀ ଲାଞ୍ଚ ଘଟଣାରେ ଆଲୋଚନା ନେଇ କଂଗ୍ରେସ  ଦାବି କରିଥିଲା ।  କଂଗ୍ରେସ ସାଂସଦ ରଣଦୀପ ସିଂହ ସୁରଜୱାଲା ଏବଂ ମନୀଷ ତିୱାରୀ ମୁଲତବୀ ପ୍ରସ୍ତାବ ଦେଇଥିଲେ । ଲୋକସଭାରେ ଆଦାନୀ ମାମଲାରେ ଆଲୋଚନା ନେଇ ଦାବି କରିଥିଲେ ବିରୋଧୀ । ଫଳରେ ଆରମ୍ଭରୁ ଅଚଳ ହୋଇଥିଲା ଗୃହ । ବାଧ୍ୟ ହୋଇ ପ୍ରଥମେ ଅପରାହ୍ନ ୧୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ବି ଗୃହକାର୍ଯ୍ୟ ଚାଲି ପାରିନଥିଲା । ବାଧ୍ୟ ହୋଇ ଗୁରୁବାର ଯାଏ ଲୋକସଭାକୁ ମୁଲବତୀ ଘୋଷଣା କରିଛନ୍ତି ବାଚସ୍ପତି ଓମବିର୍ଲା ।

ଆଦାନୀ ଗ୍ରୁପ ଉପରେ ହୋଇଥିବା ଅଭିଯୋଗକୁ ନେଇ ଲୋକସଭା ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ତୁମେ ଭାବୁଛ ଆଦାନୀ ଉପରେ ଲାଗିଥିବା ଅଭିଯୋଗ ସେ ସ୍ବୀକାର କରିବେ । ଏହା ସ୍ବାଭାବିକ ସେ ଅଭିଯୋଗକୁ ଖଣ୍ଡନ କରିବେ । ତାଙ୍କୁ ଗିରଫ କରାଯାଉ । ସେହି ଭଦ୍ର ବ୍ୟକ୍ତି ଜଣଙ୍କ କୋଟି କୋଟି ଟଙ୍କା ଲାଞ୍ଚ ନେଇଛନ୍ତି । ତାଙ୍କୁ  ତୁରନ୍ତ ଗିରଫ କରାଯାଉ । ସରକାର ତାଙ୍କୁ ସୁରକ୍ଷା ଦେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.