ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଡିଜିଟାଲ ପ୍ଲାଟଫର୍ମରେ ମୋ ବସ୍‌ : ଘରେ ବସି ଅନଲାଇନ୍‌ରେ କରିପାରିବେ ଟିକଟ, ଓଏନ୍‌ଡିସି ସହ କ୍ରୁଟର ବୁଝାମଣା

Published By : Rasmita Pradhan | November 13, 2024 9:07 AM

ଭୁବନେଶ୍ୱର ୧୩/୧୧ : ବସ୍‌ କିମ୍ବା ଘରେ ଥାଇ ସିଧା ଟିକଟ୍‌ କରି ହେବ । ଫୋନ୍‌ ପେ, ଗୁଗୁଲ ପେ ଭଳି ଆପ୍‌ରେ ଟିକଟ କରି ପାରିବେ ଯାତ୍ରୀ । ଏନେଇ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍‌ସପୋର୍ଟ (କ୍ରୁଟ) ଓପନ୍‌ ନେଟୱାର୍କ ଫର୍‌ ଡିଜିଟାଲ୍‌ କମର୍ସ (ଓଏନ୍‌ଡିସି) ପ୍ଲାଟଫର୍ମରେ ଡିଜିଟାଲ୍‌ ଟିକଟ୍‌ ବିକ୍ରେତା ଭାବରେ ପଞ୍ଜିକୃତ ହୋଇଛି । ମଙ୍ଗଳବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍‌. ଥିରୁମାଲା ନାୟକ, ଓଏନ୍‌ଡ଼ିସିର ଉପସଭାପତି ନିତିନ ନାୟାର ପ୍ରମୁଖଙ୍କ ଉପସ୍ଥିତିରେ ମୋ ବସ୍‌ ଅନ୍‌ଲାଇନ୍‌ ଟିକଟ୍‌ର ଶୁଭାରମ୍ଭ ହୋଇଛି। 

ପେପର୍‌ଲେସ୍‌ ଟିକଟ ପାଇଁ କ୍ରୁଟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଆଜି ଓଏନ୍‌ଡିସି ସହିତ ଚୁକ୍ତି ହୋଇଛି । ଜଣେ ଯାତ୍ରୀ ଫୋନ୍‌ ମାଧ୍ୟମରେ ବସ ଟିକଟ କରି ପାରିବେ । ସେଠାରୁ ଟିକଟ୍‌ ଡାଉନଲୋଡ୍‌ କରିପାରିବେ । ଟିକଟର ମୂଲ୍ୟ ସିଧା ମୋ ବସ୍‌ ଆକାଉଣ୍ଟକୁ ଯିବ । ଚାଲା ମୋବିଲିଟି ପ୍ରାଇଭେଟ୍‌ ଲିମିଟେଡ୍‌ ହେଉଛି ଏହି ପ୍ଲାଟଫର୍ମର ପ୍ରଥମ କ୍ରେତା । ଏଥିରେ ଯାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ଟିକଟ୍‌ କରିବାର ବିକଳ୍ପ ରହିଛି । ଜଣେ ସାଧାରଣ ଯାତ୍ରୀ ଯେ କୌଣସି ଓଏନ୍‌ଡିସି ଅନୁରୂପ ଆପ୍‌ ମାଧ୍ୟମରେ ମୋ ବସ୍‌ ଅନ୍‌ଲାଇନ୍‌ ଟିକେଟ୍‌ କ୍ରୟ କରିପାରିବ । 

ସେପଟେ ଖୁବ୍‌ଶୀଘ୍ର ଓଡ଼ିଶା ମୋ ଯାତ୍ରୀ ଆପ୍‌ ଲଞ୍ଚ ହେବାକୁ ଯାଉଛି । ଏଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାରରୁ ଅଧିକ ଅଟୋ ଓ କାର୍‌ ପଞ୍ଜିକୃତ ହୋଇସାରିଛନ୍ତି । ଓଲା, ଉବର ଭଳି ଏହି ଆପ୍‌ ମାଧ୍ୟମରେ ଜଣେ ଯାତ୍ରୀ ଗାଡି ବୁକିଂ କରି ପାରିବେ । ଖାଲି ସେତିକି ନୁହେଁ, ମୋ ବସ୍‌ରେ ଯିବାକୁ ଚାହୁଁଥିବା ଯାତ୍ରୀ ନିଜ ଘରୁ ବସି ଗୋଟିଏ ଟିକଟ ବୁକିଂ କରିବେ । ଘରୁ ଅଟୋ ନେଇ ତାଙ୍କୁ ବସ୍‌ଷ୍ଟାଣ୍ଡରେ ସଠିକ ସମୟରେ ପହଞ୍ଚାଇବ । ଏଥିପାଇଁ ଆଉ ଅଟୋ ଭଡ଼ା ଦେବାକୁ ପଡ଼ିବନାହିଁ । ଗୋଟିଏ ଟିକଟ୍‌ରେ ଅଟୋ ଓ ବସ୍‌ରେ ଯାତ୍ରା କରି ପାରିବେ । ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.