ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ବଡ଼ ପ୍ରସ୍ତୁତି କରୁଛି ରେଳ ବାଇ

Published By : Bijay Swain | November 20, 2024 5:59 PM

Image courtesy :- swarajyamag

ନୂଆଦିଲ୍ଲୀ: ଆପଣ କେବେ ନା କେବେ ଟ୍ରେନରେ ଯାତ୍ରା କରି ନିଜର ଗନ୍ତବ୍ୟସ୍ଥଳକୁ ଯାଇଥିବେ ନିଶ୍ଚୟ । ପ୍ରତିଦିନ ଭାରତୀୟ ରେଳର ବ୍ୟବହାର କରି ଲକ୍ଷଲକ୍ଷ ଲୋକ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତି । ଏହାକୁ ନଜରରେ ରଖି ରେଳ ବିଭାଗ ସାରା ଦେଶରେ ହଜାର ହଜାର ଟ୍ରେନ ଚଲାଇଥାଏ । ତେବେ ଭାରତରେ ଯାତ୍ରୀମାନଙ୍କ ସଂଖ୍ୟା ବହୁତ ଅଧିକ ହୋଇଥିବାରୁ ଟ୍ରେନରେ ସାଧାରଣତଃ ଭିଡ ଅଧିକ ହୁଏ । ଆମ ଦେଶରେ ଯାତ୍ରୀ ଅନୁପାତରେ ଟ୍ରେନ ସଂଖ୍ୟା କମ ରହିଥିବାରୁ ଅକ୍ଟୋବର ଓ ନଭେମ୍ବର ମାସ ଭଳି ପାର୍ବଣ ଋତୁରେ ଟ୍ରେନରେ ସିଟ ମିଳିବା ତ ଦୂରର କଥା ଟ୍ରେନ୍‌ ଭତରକୁ ପଶିବା ବି କଷ୍ଟ । 

ଏହି ସବୁ କାରଣ ପାଇଁ ଲୋକମାନେ ପ୍ରଥମରୁ ପ୍ରାୟ ସମସ୍ତ ସିଟ ବୁକ୍ କରି ଦେଇଥାନ୍ତି । କୈଣସି କାରଣରୁ ଅଳ୍ପ କିଛି ସିଟ ବଞ୍ଚିଗଲେ ମଧ୍ୟ ଆମ ଦେଶରେ ନିମ୍ନ ମଧ୍ୟବିତ ବର୍ଗର ଲୋକଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସେମାନେ ଅଧିକ ମୂଲ୍ୟଯୁକ୍ତ ଟିକେଟ ନକିଣି ସାଧାରଣ ଶ୍ରେଣୀରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରିଥାନ୍ତି । ସାଧାରଣ ଶ୍ରେଣୀରେ ପ୍ରଥମରୁ ଭିଡ ହେଉଥିବାରୁ କୈଣସିମତେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲୋକମାନେ ଟ୍ରେନର ଶୈଚାଳୟରେ ମଧ୍ୟ ଯାତ୍ରା କରିଥାନ୍ତି । ଏସବୁକୁ ନଜରରେ ରଖି ରେଳ ବିଭାଗ ସାଧାରଣ ଶ୍ରେଣୀରେ ଯାତ୍ରା କରୁଥିବା ଲୋକମାନଙ୍କ ନିମନ୍ତେ ଏକ ପ୍ରକଳ୍ପ ଉପରେ କାମ କରିବା ଆରମ୍ଭ କରିସାରିଲାଣି । 

ନିୟମିତ ରୁପେ ଚାଲୁଥିବା ବିଭିନ୍ନ ଟ୍ରେନରେ ନୂତନ ସାଧାରଣ ଡବା (ଜେନେରାଲ୍‌ ବଗି) ଯୋଡିବା କାମ ଆରମ୍ଭ କଲାଣି ରେଳ ବିଭାଗ । ଚଳିତ ନଭେମ୍ବର ମାସରେ ୩୭୦ଟି ନିୟମିତ ଚାଲୁଥିବା ଟ୍ରେନରେ ଏକ ହଜାରରୁ ଅଧିକ ସାଧାରଣ ଶ୍ରେଣୀର ଡବା ସଂଯୋଗ କରାଯିବ । ରେଳ ବିଭାଗର ଏହି ନିଷ୍ପତି ଯୋଗୁଁ ଏହି ଶ୍ରେଣୀରେ ଯାତ୍ରା କରୁଥିବା ଲୋକମାନଙ୍କୁ ପୂର୍ବ ତୁଳନାରେ ବର୍ତ୍ତମାନ ଅଧିକ ସିଟ ମିଳିବାର ସମ୍ଭାବନା ରହିବା ସହିତ ସେମାନେ ଏକ ସୁରକ୍ଷିତ ଯାତ୍ରା କରିପାରିବେ । “ଚେନ୍ନାଇର ଇଣ୍ଟିଗ୍ରାଲ୍ ଓ ରାୟବରେଲି କୋଚ ଫ୍ୟାକ୍ଟ୍ରିରେ ଏହି ବଗି ଗୁଡିକର ନିର୍ମାଣ କରାଯାଉଛି । ରେଳ ବିଭାଗ ଆସନ୍ତା ଦୁଇ ବର୍ଷରେ ୧୦,୦୦୦ ସାଧାରଣ ଶ୍ରେଣୀର ବଗି ତିଆରି କରିବାର ଲକ୍ଷ୍ୟ ରଖିଛି” ବୋଲି ରେଳ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍ତି । 

ଏହାବ୍ୟତୀତ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ପାର୍ବଣରେ ହେବାକୁ ଥିବା ଭିଡକୁ ଲକ୍ଷ କରି ୫୮୩ଟି ନୂତନ ସାଧାରଣ ଶ୍ରେଣୀର କୋଚକୁ ୨୨୦ଟି ନିୟମିତ ଚାଲୁଥିବା ଟ୍ରେନରେ ଯୋଡାଯାଇ ଥିଲା । ରେଳବିଭାଗର ଏହି ନିଷ୍ପତ୍ତି ଆସନ୍ତା ସମୟରେ ସାଧାରଣ ଶ୍ରେଣୀରେ ଯାତ୍ରାକରୁଥିବା ଲୋକମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ଯେଉଁଥିପାଇଁ ଲୋକମାନେ ଏକ ଆରାମଦାୟକ ଯାତ୍ରାର ଲାଭ ଉଠାଇବା ସହିତ ଶାନ୍ତିରେ ଯାତ୍ରା କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.