ପାଟଣାଗଡ଼ ୨୨/୧୨ : ପାଟଣାଗଡର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି  ଶୁଭ ସ୍ତମ୍ଭ ସ୍ଥାପନ ସହ ଦେବ ନିମନ୍ତ୍ରଣ ହୋଇଯାଇଛି। ଆସନ୍ତା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାଟଣାଗଡ ଧନୁଯାତ୍ରା ମହୋତ୍ସବ ପୂର୍ବରୁ ଆଜି ବିଧିବିଧାନ ଅନୁସାରେ ଆଜି  ସନ୍ଧ୍ୟା ସମୟରେ ଗଙ୍ଗାଧର ପାର୍କ ଠାରେ ଶୁଭସ୍ତମ୍ଭ ସ୍ଥାପନ ଓ ଦେବ ନିମନ୍ତ୍ରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ପାଟଣାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ନିକଟକୁ ଧନୁଯାତ୍ରା କମିଟି ପକ୍ଷରୁ ଦେବ ନିମନ୍ତ୍ରଣ କରାଯାଇଥିଲା। ଧାର୍ମିକ ରୀତିନୀତି ସହିତ ପୂଜାର୍ଚ୍ଚନା କରାଯାଇ ଧନୁଯାତ୍ରା ସୁଚାରୁ ଭାବେ ସମ୍ପନ୍ନ ହେବା ପାଇଁ ମାଙ୍କ ଆଶୀର୍ବାଦ କାମନା କରାଯାଇଥିଲା।

ଏହି ଅବସରରେ ଧନୁଯାତ୍ରା କମିଟିର ସଭାପତି ଶୁଶାନ୍ତ କୁମାର ମହାନ୍ତି (ମୁନା), ଉପସଭାପତି ରାଜେଶ ଖାନ,ସମ୍ପାଦକ ଦିଲ୍ଲିପ କୁମାର ଦାସ,ସହ ସଂପାଦକ ଗୋଳାପ ବର୍ଗତ୍ତି, କୋଷାଧ୍ୟକ୍ଷ ଅଶ୍ଵିନୀ କୁମାର ସାହୁ ଙ୍କସହ ଧନୁଯାତ୍ରା କମିଟି ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। କମିଟି ସଦସ୍ୟ ମାନେ କହିଛନ୍ତି ଯେ, ଏବର୍ଷ ଧନୁଯାତ୍ରାକୁ ଆଉ ଭବ୍ୟ ଓ ଶୃଙ୍ଖଳିତ ଭାବରେ ଆୟୋଜନ କରାଯିବ। ଧନୁଯାତ୍ରାକୁ ନେଇ ପାଟଣାଗଡ ସହର ଓ ଆଖପାଖ ଅଞ୍ଚଳରେ ଏବେଠାରୁ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି ।