ବାଲିଅନ୍ତା,୨୯/୦୭: ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ପଟ୍ଟଚିତ୍ର ପ୍ରଶିକ୍ଷକ  ପ୍ରଶାନ୍ତ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ  କରିଛନ୍ତି । ଏହି ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମ୍ବର୍ନ୍ଧନା  ଉତ୍ସବରେ ପଟ୍ଟଚିତ୍ର ପ୍ରଶିକ୍ଷକ ଶ୍ରୀ  ଦାସଙ୍କ ସମେତ ଓଡ଼ିଶାର ୯ଜଣ  ପଟ୍ଟଚିତ୍ର ଶିଳ୍ପୀଙ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ  କରିଥିଲେ । ସମ୍ବର୍ଦ୍ଧିତ ଶ୍ରୀ ଦାସ ବାଲିଅନ୍ତା ବ୍ଲକ୍‌ ଜୟଦେବ ପୀଠ ନିକଟରେ ଜିଲ୍ଲା  ହସ୍ତଶିଳ୍ପ ତାଲିମ କେନ୍ଦ୍ରର କାର୍ଯ୍ୟରତ କର୍ମଚାରୀ (ଅତିଥି ଉପଦେଷ୍ଟା) ଅଛନ୍ତି । 

୨୦୧୫  ମସିହାରୁ ୧୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ପଟ୍ଟଚିତ୍ର ପ୍ରଶିକ୍ଷଣ ଦେଇଆସୁଛନ୍ତି । ନିପୁଣ  ପଟ୍ଟଚିତ୍ର କାରୀଗରିତା ପାଇଁ ଶ୍ରୀଦାସଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ରାଷ୍ଟ୍ରପତି ଭବନରୁ  ନାମ ଚୟନ କରାଯାଇଥିଲା । ଶ୍ରୀ ଦାସଙ୍କ ଘର ନିମାପଡ଼ାର ନୂଆରଗିରୀ ଗ୍ରାମରେ ।