କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୦୮/୦୮: କାଠିଆପଡ଼ା  କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ସମୟ ଗଡ଼ିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ  ଲାଗିଛି । ଆତ୍ମଦାହ ବେଳେ କିରାସିନି ନୁହେଁ, ବରଂ  ପେଟ୍ରୋଲ ବ୍ୟବହାର କରାଯାଇଥିବା ସୂଚନା ମିଳିଛି ।  ପୁଣି ପେଟ୍ରୋଲ ଏକ ଛୋଟ ପ୍ଲାଷ୍ଟିକ୍‌ ବୋତଲରେ  ଅଣାଯାଇଥିଲା । ଯାହାକୁ ପୁଲିସ ଜବତ କରିଛି । ତେବେ ପେଟ୍ରୋଲ କେମିତି ଘରକୁ ଆସିଲା ତାକୁ ନେଇ ପ୍ରଶ୍ନ  ଉଠିଛି । ଏତେ କମ୍‌ ପେଟ୍ରୋଲରେ କେମିତି ଆତ୍ମଦାହ  ହେଲା ଓ ପୀଡ଼ିତା ପେଟ୍ରୋଲ କେଉଁଠାରୁ ପାଇଲେ?  କୌଣସି ପେଟ୍ରୋଲ ପମ୍ପ୍‌ରେ ପ୍ଲାଷ୍ଟିକ୍‌ ବୋତଲରେ  ପେଟ୍ରୋଲ ଅବା ଡିଜେଲ ଦେବା ପାଇଁ ଏବେ କଟକଣା  ଜାରି ହୋଇଥିବା ବେଳେ ସମ୍ଭବତଃ ବାଇକ୍‌ ଅବା ଅନ୍ୟ କୌଣସି ମୋଟର ଯାନରୁ ପେଟ୍ରୋଲ ସଂଗ୍ରହ  କରାଯାଇଥିବା କୁହାଯାଉଛି । ପୁଣି ବୋତଲଟି ମୃତା  ଛାତ୍ରୀଙ୍କ ପାଖରେ ଶିଡ଼ିଘର ଚାନ୍ଦିନୀ ଚଟାଣରେ ପଡ଼ିଥିଲା ।