ପ୍ରମୂଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଲଭ୍‌..ବ୍ରେକ୍‌ଅପ୍‌..ବ୍ଲାକ୍‌ମେଲ୍‌..ଆତ୍ମାହୁତି: କିରାସିନି ନୁହେଁ, ବରଂ ପେଟ୍ରୋଲ୍‌, ଛାତ୍ରୀଙ୍କ ଘରୁ ମିଳିଲା ଛୋଟ ବୋତଲ

Published By : Manoj | August 8, 2025 9:17 AM

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୦୮/୦୮: କାଠିଆପଡ଼ା  କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ ସମୟ ଗଡ଼ିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ  ଲାଗିଛି । ଆତ୍ମଦାହ ବେଳେ କିରାସିନି ନୁହେଁ, ବରଂ  ପେଟ୍ରୋଲ ବ୍ୟବହାର କରାଯାଇଥିବା ସୂଚନା ମିଳିଛି ।  ପୁଣି ପେଟ୍ରୋଲ ଏକ ଛୋଟ ପ୍ଲାଷ୍ଟିକ୍‌ ବୋତଲରେ  ଅଣାଯାଇଥିଲା । ଯାହାକୁ ପୁଲିସ ଜବତ କରିଛି । ତେବେ ପେଟ୍ରୋଲ କେମିତି ଘରକୁ ଆସିଲା ତାକୁ ନେଇ ପ୍ରଶ୍ନ  ଉଠିଛି । ଏତେ କମ୍‌ ପେଟ୍ରୋଲରେ କେମିତି ଆତ୍ମଦାହ  ହେଲା ଓ ପୀଡ଼ିତା ପେଟ୍ରୋଲ କେଉଁଠାରୁ ପାଇଲେ?  କୌଣସି ପେଟ୍ରୋଲ ପମ୍ପ୍‌ରେ ପ୍ଲାଷ୍ଟିକ୍‌ ବୋତଲରେ  ପେଟ୍ରୋଲ ଅବା ଡିଜେଲ ଦେବା ପାଇଁ ଏବେ କଟକଣା  ଜାରି ହୋଇଥିବା ବେଳେ ସମ୍ଭବତଃ ବାଇକ୍‌ ଅବା ଅନ୍ୟ କୌଣସି ମୋଟର ଯାନରୁ ପେଟ୍ରୋଲ ସଂଗ୍ରହ  କରାଯାଇଥିବା କୁହାଯାଉଛି । ପୁଣି ବୋତଲଟି ମୃତା  ଛାତ୍ରୀଙ୍କ ପାଖରେ ଶିଡ଼ିଘର ଚାନ୍ଦିନୀ ଚଟାଣରେ ପଡ଼ିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.