ନୂଆଦିଲ୍ଲୀ : ଗୋଲଗପ୍ପେ, ପାଣି ପୁରୀ ବା ଫୁଚକେ ( ଗୁପଚୁପ)କୁ ଦେଶରେ ସବୁଠୁ ଅଧିକ ପସନ୍ଦ କରାଯାଉ ଥିବା ଷ୍ଟ୍ରିଟ୍‌ ଫୁଡ୍‌ ଯଦି କହିବା ଭୁଲ ହେବ ନାହିଁ। ଭିନ୍ନ ଭିନ୍ନ ରାଜ୍ୟରେ ଗୋଲଗପ୍ପା ବା ଗୁପଚୁପ୍‌ ଅଲଗା ଅଲଗା ଉପାୟରେ ପ୍ରସ୍ତୁତ ହୋଇପାରେ , ହେଲେ ଏହାକୁ ଖାଇବାରେ ଲୋକଙ୍କ ଚାହିଦା ସବୁ ଜାଗାରେ ରହିଛି। ଏହି ଗୁପଚୁପ ଖାଇବାର ଚାହିଦାକୁ ବଢାଇବା ପାଇଁ ଜଣେ ଷ୍ଟ୍ରିଟ୍‌ ଭେଣ୍ଡର ଅଜବ ଉପାୟ ବାହାର କରିଛନ୍ତି। ନିଜର ଗୁପଚୁପ୍‌ ଷ୍ଟଲ୍‌କୁ ପ୍ରମୋଟ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ନାଗପୁରର ଜଣେ ଠେଲା ଦୋକାନୀ ଏକ ନିରାଆ ମାର୍କେଟିଂ ଉପାୟ ଆପଣାଇଛନ୍ତି , ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  

ସୋସିଆଲ ମିଡ଼ିଆରେ ପୋଷ୍ଟ୍ସ ମୁତାବିକ , ନାଗପୁରର ଗୁପଚୁପ୍‌ ଭେଣ୍ଡର ବିଜୟ ମେୱାଲାଲ ଗୁପ୍ତା ଗୁପଚୁପ୍‌ ଖାଉଥିବା ଲୋକଙ୍କୁ ଏକ ଅଫର ଦେଉଛନ୍ତି। ଅଫର ମୁତାବିକ , ଆପଣଙ୍କୁ ଭେଣ୍ଡରଙ୍କୁ କେବଳ ୯୯ ହଜାର ଟଙ୍କା ଦେବାକୁ ହେବ। ଏହାପରେ ସେ ଆପଣଙ୍କୁ ସାରାଜୀବନ ଗୁପଚୁପ୍‌ ସପ୍ଲାଇ କରିବେ। ଖବର ମୁତାବିକ , ଏହି କଣ୍ଟ୍ରାକ୍ଟର ପୂରା ଗ୍ୟାରଣ୍ଟି ପାଇଁ ଉଭୟ ପଟର ଲୋକ ଷ୍ଟାମ୍ପ ପେପରରେ ଲିଗାଲ୍‌ ସାଇନ୍‌ ମଧ୍ୟ କରିବେ।  

ଗୁପଚୁପ୍‌ର ଏହି ଅଫର ଏତିକିରେ ସୀମିତ ନାହିଁ। ଯେଉଁ ଲୋକ ଏତେ ଦୀର୍ଘ ସମୟର କଣ୍ଟ୍ରାକ୍ଟ ନକରିବାକୁ ଚାହାନ୍ତି ତ ତାଙ୍କ ପାଇଁ ମଧ୍ୟ କିଛି ଅଫର ରହିଛି। ଗୁପଚୁପ୍‌ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ କରିବାର ବର୍ଷକରେ ୧୦ ହଜାର ଟଙ୍କାର ଗୁପଚୁପ୍‌ ଦିଆଯାଉଛି। ଏହି ଦୋକାନୀ ମହିଳା ଓ ଯୁବତୀଙ୍କ ପାଇଁ କିଛି ସ୍ୱତନ୍ତ୍ର ରିହାତି ମଧ୍ୟ କରିଛନ୍ତି। 

ଏହି ଅଫର ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ସେୟାର କରୁଛନ୍ତି। ଯେଉଁଥି କିଛି ଲୋକ ଷ୍ଟ୍ରିଟ୍‌ ଭେଣ୍ଡରର ମାର୍କେଟିଂ ଷ୍ଟ୍ରେଟଜିର ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାକୁ ଥଟ୍ଟା ପରିହାସ କରୁଛନ୍ତି।