ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୁପଚୁପ୍ ପ୍ରିୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଭାଇରାଲ : ଥରକେ ଏତିକି ଟଙ୍କା ଦେଲେ, ସାରା ଜୀବନ ମିଳିବ ସପ୍ଲାଇ

Published By : Prameya | February 13, 2025 8:10 PM

ନୂଆଦିଲ୍ଲୀ : ଗୋଲଗପ୍ପେ, ପାଣି ପୁରୀ ବା ଫୁଚକେ ( ଗୁପଚୁପ)କୁ ଦେଶରେ ସବୁଠୁ ଅଧିକ ପସନ୍ଦ କରାଯାଉ ଥିବା ଷ୍ଟ୍ରିଟ୍‌ ଫୁଡ୍‌ ଯଦି କହିବା ଭୁଲ ହେବ ନାହିଁ। ଭିନ୍ନ ଭିନ୍ନ ରାଜ୍ୟରେ ଗୋଲଗପ୍ପା ବା ଗୁପଚୁପ୍‌ ଅଲଗା ଅଲଗା ଉପାୟରେ ପ୍ରସ୍ତୁତ ହୋଇପାରେ , ହେଲେ ଏହାକୁ ଖାଇବାରେ ଲୋକଙ୍କ ଚାହିଦା ସବୁ ଜାଗାରେ ରହିଛି। ଏହି ଗୁପଚୁପ ଖାଇବାର ଚାହିଦାକୁ ବଢାଇବା ପାଇଁ ଜଣେ ଷ୍ଟ୍ରିଟ୍‌ ଭେଣ୍ଡର ଅଜବ ଉପାୟ ବାହାର କରିଛନ୍ତି। ନିଜର ଗୁପଚୁପ୍‌ ଷ୍ଟଲ୍‌କୁ ପ୍ରମୋଟ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ନାଗପୁରର ଜଣେ ଠେଲା ଦୋକାନୀ ଏକ ନିରାଆ ମାର୍କେଟିଂ ଉପାୟ ଆପଣାଇଛନ୍ତି , ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  

ସୋସିଆଲ ମିଡ଼ିଆରେ ପୋଷ୍ଟ୍ସ ମୁତାବିକ , ନାଗପୁରର ଗୁପଚୁପ୍‌ ଭେଣ୍ଡର ବିଜୟ ମେୱାଲାଲ ଗୁପ୍ତା ଗୁପଚୁପ୍‌ ଖାଉଥିବା ଲୋକଙ୍କୁ ଏକ ଅଫର ଦେଉଛନ୍ତି। ଅଫର ମୁତାବିକ , ଆପଣଙ୍କୁ ଭେଣ୍ଡରଙ୍କୁ କେବଳ ୯୯ ହଜାର ଟଙ୍କା ଦେବାକୁ ହେବ। ଏହାପରେ ସେ ଆପଣଙ୍କୁ ସାରାଜୀବନ ଗୁପଚୁପ୍‌ ସପ୍ଲାଇ କରିବେ। ଖବର ମୁତାବିକ , ଏହି କଣ୍ଟ୍ରାକ୍ଟର ପୂରା ଗ୍ୟାରଣ୍ଟି ପାଇଁ ଉଭୟ ପଟର ଲୋକ ଷ୍ଟାମ୍ପ ପେପରରେ ଲିଗାଲ୍‌ ସାଇନ୍‌ ମଧ୍ୟ କରିବେ।  

ଗୁପଚୁପ୍‌ର ଏହି ଅଫର ଏତିକିରେ ସୀମିତ ନାହିଁ। ଯେଉଁ ଲୋକ ଏତେ ଦୀର୍ଘ ସମୟର କଣ୍ଟ୍ରାକ୍ଟ ନକରିବାକୁ ଚାହାନ୍ତି ତ ତାଙ୍କ ପାଇଁ ମଧ୍ୟ କିଛି ଅଫର ରହିଛି। ଗୁପଚୁପ୍‌ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ କରିବାର ବର୍ଷକରେ ୧୦ ହଜାର ଟଙ୍କାର ଗୁପଚୁପ୍‌ ଦିଆଯାଉଛି। ଏହି ଦୋକାନୀ ମହିଳା ଓ ଯୁବତୀଙ୍କ ପାଇଁ କିଛି ସ୍ୱତନ୍ତ୍ର ରିହାତି ମଧ୍ୟ କରିଛନ୍ତି। 

ଏହି ଅଫର ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ସେୟାର କରୁଛନ୍ତି। ଯେଉଁଥି କିଛି ଲୋକ ଷ୍ଟ୍ରିଟ୍‌ ଭେଣ୍ଡରର ମାର୍କେଟିଂ ଷ୍ଟ୍ରେଟଜିର ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାକୁ ଥଟ୍ଟା ପରିହାସ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.