ଭୁବନେଶ୍ୱର ୧୪/୦୭: ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ମାମଲାର ତଥ୍ୟ ଅନୁଧ୍ୟାନ ପାଇଁ କମିଟି ଗଢ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ  ଦାସ । ଏହି ତଥ୍ୟ ଅନୁଧ୍ୟାନ କମିଟିରେ  ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷା ରହିଥିବା ବେଳେ ନାରୀ ନ୍ୟାୟ ବାହିନୀର ଆବାହକ  ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ବିଧାୟକ  ସୋଫିଆ ପିର୍ଦ୍ଦୋଶ, ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠୀ, ପ୍ରଦେଶ  ମହିଳା କଂଗ୍ରେସ ଉପସଭାନେତ୍ରୀ  ପ୍ରଣତି ମିଶ୍ର, ପିସିସି ମୁଖପାତ୍ର  ଜୟଶ୍ରୀ ପାତ୍ର, ପିସିସି ସମ୍ପାଦିକା ଡା.  ଦେବସ୍ମିତା ଶର୍ମା ଓ ମହିଳା କଂଗ୍ରେସ  ନେତ୍ରୀ ସୁସ୍ମିତା ଘୋଷାଲ ପ୍ରମୁଖ  ସଭ୍ୟ ଭାବେ ରହିଛନ୍ତି । 

ଏହି କମିଟି ବାଲେଶ୍ୱର ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ  ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ  କାର୍ଯ୍ୟାଳୟରେ ଦାଖଲ କରିବାକୁ ପିସିସି ମିଡିଆ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ  ପ୍ରକାଶ କରାଯାଇଛି ।