ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫାଣ୍ଡିରେ ନିଶାସେବନ କରିବା ପଡିଲା ମହଙ୍ଗା: ଏଏସ୍‌ଆଇ, ହାବିଲ୍‌ଦାର୍‌, କନ୍‌ଷ୍ଟେବଲ ନିଲମ୍ବିତ

Published By : Prameya | November 16, 2024 2:07 PM

ପୁରୀ,୧୬/୧୧: ସମୁଦ୍ର କୂଳ ଥାନା ଅଧୀନ ପେଣ୍ଠକଟା ଫାଣ୍ଡିରେ ନିଶାସେବନ କରିବା ମହଙ୍ଗା ପଡ଼ିଲା । ଫସିଲେ ପୁଲିସ  ଅଧିକାରୀ ଓ କର୍ମଚାରୀ । ଜଣେ ଏଏସ୍‌ଆଇଙ୍କ ସହ ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଲଙ୍କୁ ନିଲମ୍ବନ  କରିଛନ୍ତି ଏସ୍‌ପି ବିନୀତ ଅଗ୍ରୱାଲ୍‌ । ନିଲମ୍ବିତ ପୁଲିସ ଅଧିକାରୀ ଓ କର୍ମଚାରୀ ହେଲେ  ଏଏସ୍‌ଆଇ ସରୋଜ ପ୍ରଧାନ, ହାବିଲଦାର୍‌  ବଳରାମ ମଲ୍ଲିକ ଏବଂ କନ୍‌ଷ୍ଟେବଲ ପୂର୍ଣ୍ଣଚନ୍ଦ୍ର  ବେହେରା । ଖବର ଅନୁସାରେ ପେଣ୍ଠକଟା ଫାଣ୍ଡିରେ ନିୟମିତ ଭାବେ ମଦ ଆସର  ଜମୁଥିବା ନେଇ ଅଭିଯୋଗ ହେଉଥିଲା । 

ଗତ  ୬ ତାରିଖ ରାତିରେ ନିଶାସକ୍ତ ଅବସ୍ଥାରେ  ଫାଣ୍ଡି ଭିତରୁ ବାହାରକୁ ଆସି ପୁଲିସ  ବାବୁମାନେ ହୋହଲ୍ଲା କରିଥିଲେ । ସ୍ଥାନୀୟ  ଲୋକେ ଏହି ଦୃଶ୍ୟ ଦେଖିବା ପରେ ଘଟଣା  ପ୍ରଚାରିତ ହୋଇଥିଲା । ଏନେଇ ବିଭିନ୍ନ  ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।  ଶେଷରେ କର୍ତ୍ତବ୍ୟରେ ଅବହେଳା କରିଥିବା  ଅଭିଯୋଗରେ ଏସ୍‌ପି ଶ୍ରୀ ଅଗ୍ରୱାଲ୍‌  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣଙ୍କୁ ନିଲମ୍ବନ  କରିଛନ୍ତି । 

ସୂଚନାଯୋଗ୍ୟ ଯେ, ହାବିଲ୍‌ଦାର୍‌  ଶ୍ରୀ ମଲ୍ଲିକ ବିରୋଧରେ ଏକାଧିକବାର  ସର୍ବସାଧାରଣ ସ୍ଥାନରେ କଳି ଝଗଡ଼ା କରିବା  ନେଇ ମଧ୍ୟ ଅଭିଯୋଗ ରହିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.