ସୁବର୍ଣ୍ଣପୁର,୮।୬ : ସୁବର୍ଣ୍ଣପୁର ଜିଲ୍ଲାରେ ହୋଇଥିବା ସମାବେଶରେ ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ସାଧାରଣ ଲୋକ ଏବଂ ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ସଭାସ୍ଥଳକୁ ପ୍ରଶାସନ ବ୍ୟବସ୍ଥାରେ ଯାଇଥିଲେ।  ମାତ୍ର ଘରକୁ ଫେରିବାରେ ବିଳମ୍ୱ ହେବାରୁ ବୀରମହାରାଜପୁର ବ୍ଲକ ମୃଶୁଣ୍ଢି ଗ୍ରାମ ପଞ୍ଚାୟତର ପିଇଓଙ୍କୁ ଜଣେ ବ୍ୟକ୍ତି ମାଡ ମାରିଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି l 

ସୋନପୁର ସ୍ଥିତ ରାମେଶ୍ବର ପଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ବିଭିନ୍ନ ମହିଳା ସ୍ଵଂୟ ସହାୟକ ଦଳ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ସଭା ସ୍ଥଳକୁ ଆସିଥିଲେ l ସଭା କାର୍ଯ୍ୟ ସରିବା ସହିତ ଶତାଧିକ ମହିଳା ପୁରୁଷ ସଭାସ୍ଥଳରେ ଉପସ୍ଥିତ ଥିବା ବେଳେ ବହୁତ୍ ଗାଡ଼ି ଯୋଗୁଁ ସହରରେ ଟ୍ରାଫିକ ବ୍ୟବସ୍ଥା ପାଇଁ କ୍ରମାନ୍ୱୟରେ ଗାଡ଼ି ଗୁଡ଼ିକ ସହର ଛାଡି ଥିଲା l ଯେହେତୁ ଗାଡ଼ିରେ ମହିଳା ଥିଲେ ସେଥିପାଇଁ ପ୍ରଶାସନ କିପରି ମହିଳା ମାନେ ଠିକ ବ୍ୟବସ୍ଥାରେ ଯାଇ ଫେରିବେ ସେଥିପାଇଁ ପଞ୍ଚାୟତର ପିଇଓମାନଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ସମ୍ପାଦନ ନେଇ ନିର୍ଦ୍ଦେଶ ଦିଆଯାଇଥିଲା l   ବୀରମହାରାଜପୁର ବ୍ଲକ ମୃଶୁଣ୍ଢି ଗ୍ରାମ ପଞ୍ଚାୟତର ମାଣିକପୁର ଗାଁ ର ବ୍ରଜମୋହନ ପ୍ରଧାନ ନାମକ ବ୍ୟକ୍ତି ଉତକ୍ଷିପ୍ତ ହୋଇ କାହିଁକି ଏତେ ବିଳମ୍ୱ ହେଲା କହି ଦାୟୀତ୍ଵ ରେ ଥିବା ପଞ୍ଚାୟତ ପିଇଓ ସରୋଜ ନନ୍ଦଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତୁରନ୍ତ ଗିରଫ କରାଯିବ ବୋଲି ଏସଡିପିଓ ହେମନ୍ତ ରାଓ ସୂଚନା ଦେଇଛନ୍ତି l