ମେଷ : ଦଶମଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଉନ୍ନତି, ସହକର୍ମୀଙ୍କ ସହଯୋଗ ମିଳିବ, ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, ବନ୍ଧୁମିଳନ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ନିଜ କଥାବାର୍ତ୍ତା ଠିକ୍ ରଖିବେ, ଯୁକ୍ତି ତର୍କ ହେବାର ସମ୍ଭାବନା ଅଛି, ସ୍ୱାସ୍ଥ୍ୟପ୍ରତି ସଚେତନ ରହିବେ, ବ୍ୟବସାୟରେ ଉନ୍ନତି, ନିବେଶରେ ସାମାନ୍ୟ ଲାଭ, ଆର୍ଥିକ ଉନ୍ନତି, ସମାଜରେ ସମ୍ମାନ ବୃଦ୍ଧି ପାଇବ ।

ଶୁଭ ରଙ୍ଗ : ନାଲି ଓ ଧଳା ।

ବୃଷ : ନବମ ଚନ୍ଦ୍ର, ଘାତବାରଯୋଗୁ ଦୂର ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, କର୍ମକ୍ଷେତ୍ରରେ ସାମାନ୍ୟ ସଫଳତା ଦେଖା ଦେବ, ଶତ୍ରୁ ବୃଦ୍ଧି ଘଟିପାରେ, ବାଦ ବିବାଦ ହେବାର ସମ୍ଭାବନା ଅଛି, ଶରୀର ପ୍ରତି ସତର୍କ ରହିବେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଧର୍ଯ୍ୟ ରଖିବେ, ଋଣ ନବାଦବାବେଳେ ସତର୍କତା ଅବଲମ୍ବନ କରିବେ, ହନୁମାନ ଚାଳିଶା ପାଠ କରନ୍ତୁ ।

ଶୁଭ ରଙ୍ଗ : ବାଦାମୀ ଓ ଧୂସର ।

ମିଥୁନ : ଅଷ୍ଟମଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା ଲାଗି ପାରେ, କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଘଟିପାରେ, ଶରୀର ପ୍ରତି ସତର୍କ ରହିବେ, ପେଟ ଜନୀତ ସମସ୍ୟା ଦେଖା ଦେଇପାରେ, ଦୂର ଯାତ୍ରା ନିଷେଧ, ଚୋରି ହେବାର ସମ୍ଭାବନା ରହିଛି, ନିବେଶରେ ହାନି ହେବ, ଟଙ୍କା ଦବାନବାରେ ସତର୍କ ରହିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ଅସଫଳ ହେବେ । ଗଣେଶଙ୍କ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ସବୁଜ ଓ କ୍ରିମ୍ ।

କର୍କଟ : ସପ୍ତମଚନ୍ଦ୍ରଯୋଗୁଆର୍ଥିକଉନ୍ନତି, ଆୟବୃଦ୍ଧି, ଧାର୍ମିକକାର୍ଯ୍ୟରେଯୋଗଦାନ ଦେବେ, ମନରେଉତ୍ସାହରହିବ, ଗୃହେ ଆନନ୍ଦ, ଅଯଥା ଖର୍ଚ୍ଚହୋଇପାରେ, କର୍ମକ୍ଷେତ୍ରରେପ୍ରଶଂସା, ଯାନବାହନ କ୍ରୟକରିପାରନ୍ତି, ମହାଦେବଙ୍କୁ ଆରାଧନା କରିବେ ।

ଶୁଭ ରଙ୍ଗ : ନୀଳ ଓ ଧଳା ।

ସିଂହ : ଷଷ୍ଠଚନ୍ଦ୍ର, ଘାତବାର ଯୋଗୁ ବନ୍ଧୁ ମିଳନ, କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ, ବିପଦ ଜ୍ଜନକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ, ମାନସିକ ଅସ୍ଥିରତା, ଶରୀର ଅସୁସ୍ଥ ରହିବ, ଶତ୍ରୁ ବୃଦ୍ଧି ହୋଇପାରନ୍ତି, ବାଦ ବିବାଦ ହେବାର ସମ୍ଭାବନା ଅଛି, ପରିବାରରେ ମନାନ୍ତର ହୋଇପାରେ, ଯାନବାହନ ପ୍ରତି ସତର୍କତା, ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

ଶୁଭ ରଙ୍ଗ : ସୁନେଲି ଓ କ୍ରିମ୍ ।

କନ୍ୟା : ପଞ୍ଚମ ଚନ୍ଦ୍ର, ଘାତବାର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବଡ଼ ନିବେଶ କରିବା ପୂର୍ବରୁ ଚିନ୍ତା କରନ୍ତୁ । ଯାନବାହନ ପ୍ରତି ସତର୍କତା, କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ଦୂର ଯାତ୍ରା ନିଷେଧ, ଋଣ ନବାଦବାବେଳେ ସତର୍କତା ଅବଲମ୍ବନ କରିବେ, ବାଦବିବାଦ ହୋଇପାରେ, ଯୁକ୍ତି ତର୍କରୁ ଦୂରେଇ ରୁହନ୍ତୁ, ମାନ, ସମ୍ମାନ ହାନି ହେବାର ସମ୍ଭାବନା ଅଛି, ମହାପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ସବୁଜ ଓ ନୀଳ ।

ତୁଳା : ଚତୁର୍ଥ ଚନ୍ଦ୍ରଯୋଗୁ ମାନସିକ ଅଶାନ୍ତି, ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ପରିବାରରେ ମନାନ୍ତର, ଯାନ ବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, କାର୍ଯ୍ୟ କ୍ଷେତ୍ରରେ ଅଧିକ ସାବଧାନ ରହିବେ, କର୍ମ କ୍ଷେତ୍ରରେ ଚାପ ବଢ଼ିପାରେ, ଆତ୍ମ ବିଶ୍ୱାସ ବୃଦ୍ଧି ହେବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ମା’ଦୁର୍ଗାଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ଆକାଶୀ ନୀଳ ଓ ଧଳା ।

ବିଛା : ତୃତୀୟ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ ଲାଭ, ଆତ୍ମ ବିଶ୍ୱାସ ବଢ଼ିବ, ଦୂର ଯାତ୍ରା କରିପାରନ୍ତି, ବ୍ୟବସାୟରେ ଉନ୍ନତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ଆୟ ଅଧିକ ରହିବ, ଧନ ପ୍ରାପ୍ତି ଯୋଗ, ଯାନବାହନ କ୍ରୟ କରିପାରନ୍ତି, ଶରୀର ସୁସ୍ଥ ରହିବ, କର୍ମକ୍ଷେତ୍ରରେ ପ୍ରମୋଶନ ଯୋଗ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ହନୁମାନଙ୍କ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ଲାଲ ଓ ଗୋଲାପି ।

ଧନୁ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ ଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, କଳହ ସୃଷ୍ଟି ହେବାର ସମ୍ଭାବନା ଅଛି, ଶରୀର ସାଧାରଣ ରହିବ, ଚାକିରୀ କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ, ରାଜନୀତି କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ଭଗବାନ ଶିବଙ୍କ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ସୁନେଲି ଓ ହଳଦିଆ ।

ମକର : ଶ୍ରୀଚନ୍ଦ୍ର ବା ଜନ୍ମ ଚନ୍ଦ୍ର ଯୋଗୁ ମନ ପ୍ରଫୁଲ ରହିବ, ନୂତନ ବସ୍ତ୍ର କ୍ରୟ କରିପାରନ୍ତି, ସମାଜରେ ମାନ, ସମ୍ମାନ ବୃଦ୍ଧି, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ଶରୀର ସାଧାରଣ ରହିବ, ଆର୍ଥିକ ଉନ୍ନତି, ଆୟ ବୃଦ୍ଧି ହେବ, ଯାନବାହନ କ୍ରୟ କରିପାରନ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି । ମହାପ୍ରଭୁଜଗନ୍ନାଥଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ନୀଳ ଓ କଳା ।

କୁମ୍ଭ : ଦ୍ୱାଦଶ ଚନ୍ଦ୍ର ଯୋଗୁ ଅଯଥା ବ୍ୟୟ ହେବ, ମାନସିକ ଚାପ ଲାଗି ରହିବ, ଶରୀରରେ କ୍ଳାନ୍ତ ଅନୁଭବ କରିବେ, ଚୋରି ହେବାର ସମ୍ଭାବନା ଅଛି, ଟଙ୍କା ନବାଦବା ପ୍ରତି ସତର୍କ ରହିବେ, ଶତ୍ରୁ ବୃଦ୍ଧି ହୋଇପାରନ୍ତି, କଥାବାର୍ତ୍ତାବେଳେ ସତର୍କତା ଅବଲମ୍ବନ କରିବେ, କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଘଟିପାରେ, ଗୃହେ ଆନନ୍ଦ, ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ବାଇଗଣୀ ଓ ଗାଢ଼ ନୀଳ ।

ମୀନ : ଏକାଦଶ ଚନ୍ଦ୍ର ଯୋଗୁ ବୃଥା ଭ୍ରମଣ, ଆର୍ଥିକ ଉନ୍ନତି, କାର୍ଯ୍ୟ କ୍ଷେତ୍ରରେ ସଫଳତା, ଧନ ପ୍ରାପ୍ତି ଯୋଗ, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, କର୍ମକ୍ଷେତ୍ରରେ ପ୍ରଭାବ ରହିବ, ବନ୍ଧୁମିଳନ, ଶରୀର ସୁସ୍ଥ ରହିବ, ବ୍ୟବସାୟରେ ଉନ୍ନତି, ଗୃହେ ଆନନ୍ଦ, ଜମିବାଡ଼ି କ୍ରୟ କରିପାରନ୍ତି, କୋଟକ ଚେରୀ ମାମଲାରେ ଜୟ ଯୁକ୍ତ, ଭଗବାନ ହନୁମାନଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ହଳଦିଆ ଓ କେଶରୀ ।

ଜ୍ୟୋତିର୍ବିଦ୍ : ଅନାମିକା

ଯୋଗାଯୋଗ : ୯୭୭୭୭୧୧୭୩୩