ମେଷ : ଷଷ୍ଠ ଚନ୍ଦ୍ର ଯୋଗୁ ବନ୍ଧୁ ମିଳନ, କର୍ମ କ୍ଷେତ୍ରରେ ପରିଶ୍ରମ କରିବାକୁ ପଡ଼ିବ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ବ୍ୟବସାୟରେ ଉନ୍ନତି, ଆର୍ଥିକ କ୍ଷେତ୍ରରେ ସତର୍କ ରହିବେ । ମାନସିକ ଚାପ ଲାଗି ରହିବ, ପରିବାରରେ କଳହ ହେବାର ସମ୍ଭାବନା ଅଛି, ଖାଦ୍ୟ ପ୍ରତି ସତର୍କ ରହିବେ, ଟଙ୍କା ନବାଦବାରେ ସତର୍କ ରହିବେ, ଶତ୍ରୁ ବୃଦ୍ଧି ହୋଇ ପାରନ୍ତି, ଭଗବାନ ଶିବଙ୍କର ଆରାଧନା କରିବେ ।

ଶୁଭ ରଙ୍ଗ : ଧଳା ଓ ହଳଦିଆ ।

ବୃଷ : ପଞ୍ଚମ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, କର୍ଣ୍ଣ ପୀଡ଼ା ଦେଖାଦେଇପାରେ, କର୍ମ କ୍ଷେତ୍ରରେ ଚିନ୍ତା ଲାଗି ରହିବ, କାର୍ଯ୍ୟ ସଫଳ ହେବ, ବିଦ୍ୟାର୍ଥୀମାନେ ଉପକୃତ ହେବେ, ସୁସମ୍ବାଦ ମିଳିପାରେ, ଗୃହେ ଆନନ୍ଦ, ଆର୍ଥିକ ଲାଭ ହେବ, ଆୟ ଅଧିକ ରହିବ, ରାଜନୀତି କ୍ଷେତ୍ରରେ ସଫଳତା ମଳିବ । ମା’ ଲକ୍ଷ୍ମୀଙ୍କୁ ଆରାଧନା କରିବେ ।

ଶୁଭ ରଙ୍ଗ : ଧଳା, ଆକାଶିଆ ଓ ନୀଳ ।

ମିଥୁନ : ଚତୁର୍ଥ ଚନ୍ଦ୍ର ଯୋଗୁ ମାନସିକ ଅଶାନ୍ତି, ପରିବାରରେ କଳହ ହେବାର ସମ୍ଭାବନା ଅଛି, କାର୍ଯ୍ୟରେ ବାଧାବିଘ୍ନ ଘଟିପାରେ, ଶରୀରରେ କଷ୍ଟ ଦେଖାଦେଇପାରେ, ଯାନବାହନ ପତ୍ରି ସତର୍କତା, କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖବେ । ଧୈର୍ଯ୍ୟ ରଖିବେ, ଜମିବାଡ଼ି କ୍ରୟ କରିବେ ନାହିଁ । ଭଗବାନ ଗଣେଶଙ୍କ ଆରାଧନା କରିବେ ।

ଶୁଭ ରଙ୍ଗ : ସବୁଜ ଓ ଧଳା ।

କର୍କଟ : ତୃତୀୟ ଚନ୍ଦ୍ର, ଘାତବାର ଯୋଗୁ ଦୂର ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ, ବାଦବିବାଦ ହେବାର ସମ୍ଭାବନା ଅଛି, ମାନସିକ ଚାପ ଲାଗି ରହିବ, କର୍ମ କ୍ଷେତ୍ରରେ ଯୁକ୍ତି କରିବେ ନାହିଁ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ସାମାଜିକ କାର୍ଯ୍ୟରେ ଯୋଗ ଦେବେ, ଚାକିରୀ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି, ଭଗବାନ ଗଣେଶଙ୍କ ଆରାଧନା କରିବେ ।

ଶୁଭ ରଙ୍ଗ : ହଳଦିଆ ।

ସିଂହ : ଦ୍ୱିତୀୟ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଶତ୍ରୁ ବୃଦ୍ଧି, ଆର୍ଥିକ ଲାଭ, କଥାବାର୍ତ୍ତାରେ ସତର୍କ ରହିବେ, ଗୃହେ ଆନନ୍ଦ, ବ୍ୟବସାୟରେ ଉନ୍ନତି, କର୍ମ କ୍ଷେତ୍ରରେ ପ୍ରମୋଶନ ଯୋଗ, ଅଧିକ ଆତ୍ମବିଶ୍ୱାସ ହେବ ନାହିଁ । ବ୍ୟବସାୟରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ଶରୀର ପ୍ରତି ସତର୍କ ରହିବେ, ଆଖି ସମସ୍ୟା ଦେଖାଦେଇପାରେ । ଭଗବାନ ସୂର୍ଯ୍ୟଦେବଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ନାରଙ୍ଗୀ ଓ ସୁନେଲି ।

କନ୍ୟା : ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ନୂତନ ବସ୍ତୁ କ୍ରୟ କରିପାରନ୍ତି, ବ୍ୟବସାୟରେ ଉନ୍ନତି, ଯାନବାହନ କ୍ରୟ କରିପାରନ୍ତି, ରାଜନୀତି କ୍ଷେତ୍ରରେ ସଫଳତା, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଜମିବାଡ଼ି କ୍ରୟ କରିପାରନ୍ତି । ମାନସିକ ଶାନ୍ତି, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।

ତୁଳା : ଦ୍ୱାଦଶ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ ଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ, ଶରୀର ପ୍ରତି ସଚେତନ ରୁହନ୍ତୁ, ସାମାନ୍ୟ ଶରୀର କ୍ଲାନ୍ତ ଦେଖାଦେଇପାରେ, ବନ୍ଧୁ ମିଳନ, ଗୃହେ ଆନନ୍ଦ, ମନରେ ଅଜଣା ଭୟ କିମ୍ବା ଚିନ୍ତା ଲାଗି ରହିବ, ଦୂର ଯାତ୍ରା କରିପାରନ୍ତି, କର୍ମ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ନିବେଶ କରିବେ ନାହିଁ, ମା’ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ଧଳା ଓ କ୍ରୀମ୍ ।

ବିଛା : ଏକାଦଶ ଚନ୍ଦ୍ର ଯୋଗୁ ଆର୍ଥିକ ଲାଭ ହେବ, କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ, କାର୍ଯ୍ୟରେ ସଫଳତା, ସମାଜରେ ସମ୍ମାନ ବୃଦ୍ଧି, ବନ୍ଧୁ ମିଳନ, ମନ ପ୍ରସନ୍ନ ରହିବ, ବ୍ୟବସାୟରେ ଉନ୍ନତି, ରାଜନୀତି କ୍ଷେତ୍ରରେ ସଫଳତା, ଶରୀର ସୁସ୍ଥ ରହିବ, ନୂତନ ବସ୍ତୁ କ୍ର୍ରୟ କରିପାରନ୍ତି, ପ୍ରଭୁ ହନୁମାନଙ୍କୁ ଆରାଧନା କରିବେ ।

ଶୁଭ ରଙ୍ଗ ନାଲି ଓ ଧଳା ।

ଧନୁ : ଦଶମ ଚନ୍ଦ୍ର ଯୋଗୁ ରାଜନୀତି କ୍ଷେତ୍ରରେ ଉନ୍ନତି, ଅଟକିଥିବା କାର୍ଯ୍ୟ ସଫଳ ହେବ, କର୍ମ କ୍ଷେତ୍ରରେ ଉନ୍ନତି, ସମାଜରେ ସମ୍ମାନ ବୃଦ୍ଧି ହେବ, ଜମିବାଡ଼ି କ୍ରୟ କରିପାରନ୍ତି, ଶତ୍ରୁମାନେ ପରାଜୟ ହେବେ, ମନ ପ୍ରଫୁଲ ରହିବ, ଆର୍ଥିକ ଲାଭ, ନୂତନ କାର୍ଯ୍ୟଆରମ୍ଭ କରିପାରନ୍ତି । ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବେ ।

ଶୁଭ ରଙ୍ଗ : କେଶରୀ ଓ ସୁନେଲି ।

ମକର : ନବମ ଚନ୍ଦ୍ର ଯୋଗୁ ମନରେ ଚାପ ଲାଗି ରହିବ, ଯୁକ୍ତିତର୍କ ହେବାର ସମ୍ଭାବନା ଅଛି, ପରିବାରରେ ସାମାନ୍ୟ ମନାନ୍ତର ଦେଖାଦେଇପାରେ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଦୂର ଯାତ୍ରା କରିପାରନ୍ତି, ଗୁରୁଜନମାନଙ୍କ ସାହାଯ୍ୟ ମିଳିପାରେ, ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ନୀଳ, କଳା ଓ ଆକାଶୀ ନୀଳ ।

କୁମ୍ଭ : ଅଷ୍ଟମ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ ଯୋଗ, ବ୍ୟୟ ବୃଦ୍ଧି ହେବ, ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ, ସାମାନ୍ୟ ଶରୀର କଷ୍ଟ ଦେଖାଦେଇପାରେ, ଖାଦ୍ୟ ପ୍ରତି ସତର୍କ ରହିବେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ମାନସକ ଚାପ ଲାଗି ରହିବ, ଟଙ୍କା ନବାଦବାରେ ସତର୍କ ହେବେ । ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବେ ।

ଶୁଭ ରଙ୍ଗ : ବାଇଗଣୀ ଓ ଧଳା ।

ମୀନ : ସପ୍ତମ ଚନ୍ଦ୍ର ଯୋଗୁ ଗୃହେ ଆନନ୍ଦ, ବ୍ୟବସାୟରେ ଉନ୍ନତି, ସମାଜରେ ସମ୍ମାନ ବୃଦ୍ଧି ହେବ, ବନ୍ଧୁ ମିଳନ, ନୂତନ କର୍ଯ୍ୟ ଆରମ୍ଭ କରିପାରନ୍ତି, ଯାନବାହନ କ୍ରୟ କରିପାରନ୍ତି, ମନ ପ୍ରଫୁଲ ରହିବ, ଶରୀର ସୁସ୍ଥ ରହିବ, ରାଜନୀତି କ୍ଷେତ୍ରରେ ଉନ୍ନତି, ନୂତନ ବସ୍ତୁ କ୍ରୟ କରିପାରନ୍ତି, ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ ।

ଶୁଭ ରଙ୍ଗ : ହଳଦିଆ ଓ ସୁନେଲି ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩