ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଲୁଟ ଉଦ୍ୟମ କରି ଖରାପ ରାସ୍ତାରେ ଯିବା ବେଳେ ଫସିଗଲେ ଲୁଟେରା , ଲୋକଙ୍କ ହାତରେ ଧରାପଡି ଛେଚା ଖାଇଲେ

Published By : Suraj Kumar | August 12, 2025 10:16 PM

ଉଦଳା,୧୨।୮ : ମୋବାଇଲ ଲୁଟି ଖସି ଯିବାକୁ ଉଦ୍ୟମ କରି ଫସିଗଲେ ଲୁଟେରା। ଖରାପ ରାସ୍ତାରେ ଯାଇ ଫସିଗଲେ।  ଗାଡି ରୁ ପଡିଲେ ଆଉ ତା ପରେ ଲୋକଙ୍କ ହାତରୁ ଛେଚା ଖାଇ ଏବେ ପୋଲିସ କବଜାରେ ଲୁଟେରା। ଏଭଳି ଘଟଣା ଘଟିଛି ଉଦଳା - ବାଲେଶ୍ୱର ରାସ୍ତାର ସାଇଁକୁଳା କଲେଜ ନିକଟରେ। 

ନୂଆଗାଁ ଗ୍ରାମର ଜଣେ ଯୁବତୀ କଲେଜ ନିକଟରେ ଫୋନରେ କଥା ହୋଇ ଚାଲି ଚାଲି ଯାଉଥିଲେ। ଏହି ସମୟରେ  ୩ ଜଣ ଲୁଟେରା ବାଇକରେ ଆସି ତାଙ୍କ ନିକଟରୁ ମୋବାଇଲ ଲୁଟିନେବାକୁ ଉଦ୍ୟମ କରିଥିଲେ। ହେଲେ ମୋବାଇଲ ଲୁଟିବାରେ ସଫଳ ହୋଇପାରି ନ ଥିଲେ। ଯାହା ପରେ ଯୁବତୀ ପାଟି କରିବାରୁ ଲୁଟେରାମାନେ କଲେଜ ଛକ ରୁ ଦାମାସାହି ରାସ୍ତାରେ  ଦ୍ରୁତଗତିରେ ଚାଲିଯାଇଥିଲେ। ହେଲେ ଉକ୍ତ ରାସ୍ତାଟି ଖାଲ ଢିପରେ ଭର୍ତ୍ତି ଥିବାରୁ ଅନ୍ଧାରରେ ଜାଣି ନ ପାରି ଲୁଟେରାମାନେ ଭାରସାମ୍ୟ ହରାଇ ବାଇକ ସହ ତଳେ ପଡିଯାଇଥିଲେ। ଏହି ସମୟରେ ଯୁବତୀଙ୍କ ଚିତ୍କାର ଶୁଣି ଲୁଟେରାମାନଙ୍କୁ ଗୋଡ଼ାଉଥିବା ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ସୂଚନା ଦେଇଥିଲେ। ଗାଡି ରୁ ପଡି ଲୁଟେରା ଗୁରୁତର ହୋଇଥିବା ବେଳେ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ପଚରାଉଚରା ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.