ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାତିରେ ମାତିଛନ୍ତି ଡକାୟତ, କାବୁ କଲେ ଅଞ୍ଚଳବାସୀ

Published By : Harapriya Sethi | November 2, 2024 10:24 AM

ନୀଳଗିରି,୦୨/୧୧: ବାଲେଶ୍ଵର ଜିଲ୍ଲା ବିଭିନ୍ନ ଅଞ୍ଚଳରେ ରାତିରେ ମାତିଛନ୍ତି ଡକାୟତ ଗ୍ୟାଙ୍ଗ । ବୋଲେରୋରେ ଆସି ବାଇକ୍‌ ସିରିଜ ଲୁଟ୍‌ କରିବା ବେଳେ ଘରା ପଡ଼ିଲେ ଲୁଟେରା । ନୂଆପାଢ଼ୀ ଅଞ୍ଚଳରେ ଲୁଟେରାଙ୍କୁ କାବୁକଲେ ଗ୍ରାମବାସୀ । ଅଭିଯୁକ୍ତଙ୍କ ଘର ରେମୁଣା ଥାନା ଅନ୍ତର୍ଗତ ଅଞ୍ଚଳରେ ବୋଲି ଜଣାପଡିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ନୀଳଗିରି ଥାନା ମହିସାପଟ୍ଟା ଅଞ୍ଚଳରେ କରମା ନାଟ ଦେଖି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପଦ୍ମନାଭପୁର ଗ୍ରାମର ବୁଧିଆ ସିଂଙ୍କ ତାଙ୍କ ସମ୍ପର୍କୀୟ ସହିତ ଶୁକ୍ରବାର ରାତିରେ ଫେରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡ଼ିରେ ୫ ଜଣ ଯୁବକ ଆସି ବୁଧିଆ ସିଂଙ୍କୁ ଅଟକାଇ ମାଡ଼ ମାରିଥିଲେ । ଏହ ସହ ତାଙ୍କ ବାଇକ ଲୁଟି ନେଇଥିଲେ । ଲୁଟ୍‌ କରିବା ପରେ ବାଇକ ନେଇ ରେମୁଣା ରାସ୍ତାରେ ପଳାଇ ଯାଇଥିଲେ । ଯିବା ବେଳେ ନୂଆପାଢ଼ୀ ଅଞ୍ଚଳରେ ଆଉ ଗୋଟିଏ ବାଇକ ଲୁଟିବାକୁ ଉଦ୍ୟମ କରିଥିଲେ । ଲୁଟିବା ବେଳେ ଅଞ୍ଚଳବାସୀ ଲୁଟେରାଙ୍କୁ କାବୁ କରିନେଇ ଥିଲେ । ଏହି ସମୟରେ ବୋଲେରୋରେ ବସିଥିବା ଡକାୟତ ଖସିଯାଇଥିବା ବେଳେ ଚୋରି କରି ନେଇ ଯାଉଥିବା ଯୁବକଙ୍କୁ ଅଟକାଇ ଥିଲେ ଅଞ୍ଚଳବାସୀ । ତାଙ୍କୁ ରେମୁଣା ଥାନାରେ ଜିମା ଦେବା ପରେ ଅନ୍ୟ ସ୍ଥାନରେ ଲୁଟିବା ବେଳେ ଧରାପଡିଲେ ଡକାୟତ । ଏନେଇ ନୀଳଗିରି ଥାନାରେ ମାମଲା ରୁଜୁ କରାଯିବା ପରେ ପୋଲିସ ସମସ୍ତ ଅଭିଯୁକ୍ତ ଓ ବାଇକକୁ ରେମୁଣା ଥାନାରୁ ଆଣି ଖୋଳତାଡ଼ କରୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.