ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କିରାସିନି ଚୋରା ଚାଲାଣ, ପୋଲିସକୁ ହନ୍ତସନ୍ତ କଲେ ଲୋକେ

Published By : Harapriya Sethi | March 31, 2025 7:33 AM

ସୋର,୩୧/୩: ସୋର ବ୍ଲକ ମୂଳିସିଂ ପଞ୍ଚାୟତ ମୂଳିସିଂ ଗ୍ରାମରେ କିରାସିନି ଚୋରା ଚାଲାଣ ବେଳେ ଜଣେ ଯୁବକଙ୍କୁ ଅଟକାଇ ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଗତ ଶନିବାର ଅପରାହ୍ନରେ ମୂଳିସିଂ ନିକଟରେ ଦୁଇ ଜଣେ ବ୍ୟକ୍ତି ଏକ ବାଇକ୍‌ରେ ୫୦ ଲିଟର କିରାସିନି ନେଇ ସୋର ଅଭିମୁଖେ ଯାଉଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇବା ସହିତ ସୋର ପୁଲିସକୁ ଖବର ଦେଇଥିଲେ । ପୁଲିସ ୫୦ ଲିଟର କିରାସିନି ଜବତ କରିଛି । ଏ ବାବଦରେ ଗ୍ରାମବାସୀଙ୍କ ପକ୍ଷରୁ ସୋର ଥାନା, ବିଡିଓ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ନିରୀକ୍ଷକଙ୍କୁ କରାଯାଇଛି । ଏହି ଗ୍ରାମରେ ଥିବା କଣ୍ଟ୍ରୋଲ ରିଟେଲର ଚନ୍ଦ୍ରଶେଖର ମହାପାତ୍ର ଚାଉଳ, କିରାସିନି ଲୋକଙ୍କୁ ନ ଦେଇ ଏହାକୁ ବାହାରେ ବିକ୍ରି କରୁଥିବା ଗ୍ରାମବାସୀମାନେ ଅଭିଯାଗ କରିଛନ୍ତି । 

ଗତ ଶନିବାର ଅପରାହ୍ନରେ ଉକ୍ତ କଣ୍ଟ୍ରୋଲ ରିଟେଲର ଏହି କିରାସିନିକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ । ସେ ବାଇକ୍‌ରେ ନେଇ ଯାଉଥିବା ବେଳେ ଗ୍ରାମବାସୀମାନେ ଅଟକାଇ ପୁଲିସକୁ ଖବର ଦେଇଥିଲେ । କିରାସିନି ନେଇ ଯାଉଥିବା ବ୍ୟକ୍ତିଙ୍କୁ ପଚାରିବାରୁ ସେ ଚନ୍ଦ୍ରଶେଖରଙ୍କ ନିକଟରୁ କିରାସିନି ଧାର ନେଉଥିବା କହିଥିଲେ । ସୋର ବିଡିଓ ସତ୍ୟନାଥ ନାୟକ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.