ମିରଟ : ମିରଟରେ ଶିବ ମହାପୁରାଣ କଥା ପ୍ରବଚନ ବେଳେ ଦଳାଚକଟା ଘଟଣା । ଏଥିରେ ଅନେକ ଲୋକ ଆହତ ହେବାର ଖବର ସାମ୍ନାକୁ ଆସିଛି। ଶୁକ୍ରବାର ପଣ୍ଡିତ ପ୍ରଦୀପ ମିଶ୍ରଙ୍କର ଶିବ ପୁରାଣ କଥା ଚାଲିଥିଲା। ଏତିକି ବେଳେ ଲୋକଙ୍କର ପ୍ରବଳ ଭିଡ଼ ଆରମ୍ଭ ହୋଇ ଯାଇଥିଲା। ଫଳରେ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଧାଁ ଦୌଡ଼ ଆରମ୍ଭ ହୋଇଥିଲା। ଏଥିରେ ଅନେକ ମହିଳା ଓ ବୟସ୍କ ଲୋକ ଆହତ ହୋଇଛନ୍ତି।
କୁହାଯାଇଛି କି, କଥା ପ୍ରବଚନ ବେଳେ ଭିଡ଼ ବେକାବୁ ହେବାରେ ଦଳାଚକଟା ହୋଇଥିଲା। ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। କହି ରଖୁଛୁ କି , ଆଜି କଥାର ୬ଷ୍ଠ ଦିନ। ଆସନ୍ତାକାଲି କଥାର ଅନ୍ତିମ ଦିନ ହେବ। ଏଥିରେ ଆଜି ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଛି।
ପ୍ରାରମ୍ଭିକ ସୂଚନା ଅନୁସାରେ , କଥାକୁ ଯାଉଥିବା ଲୋକଙ୍କର ଭିଡ଼ ବେକାବୁ ହୋଇ ଥିଲା। ଏଥିରେ ସେଠାରେ ମୁତୟନ ସୁରକ୍ଷାକର୍ମୀ ମାନେ ରୋକିବାକୁ ଚେଷ୍ଟା କଲେ। ଲୋକେ ପ୍ରଥମେ ତ ଠେଲାପେଲା ଆରମ୍ଭ କରିଥିଲେ । ଏହାପରେ ସେଠାରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇ ଥିଲା। ଏହାପରେ ଠେଲାପେଲା ମଧ୍ୟରେ କିଛି ଲୋକ ତଳେ ଖସି ପଡିଲେ। ଗତ ୬ଦିନ ଧରି ଚାଲୁଥିବା କଥାପ୍ରବଚନକୁ ନିତି ଲକ୍ଷେରୁ ଅଧିକ ଲୋକେ ପଣ୍ଡିତ ପ୍ରଦୀପ ମିଶ୍ରଙ୍କୁ ଶୁଣିବା ପାଇଁ ପହଞ୍ଚୁଛନ୍ତି। ପୁଲିସ ଫୋର୍ସ ପୂର୍ବରୁ ହିଁ ପେଣ୍ଡାଲ ଓ ଏହାର ଆଖପାଖରେ ମୁତୟତ ଅଛନ୍ତି। ଚଳାଚକଟାର ସୂଚନା ପାଇବା କ୍ଷଣି ପୁଲିସ୍ ଓ ପ୍ରଶାସନ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ।
କୁହାଯାଉଛି କି ଦୁର୍ଘଟଣାରେ ଅନେକ ମହିଳା , ପିଲା ଓ ବୟସ୍କ ବ୍ୟକ୍ତି ଆହତ ହୋଇଛନ୍ତି। ଚଳାଚକଟାରେ ଅଧ ଡର୍ଜନ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ ନିଆଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼କୁ କାବୁ କରିଥିଲେ। ବର୍ତ୍ତମାନ ସ୍ଥିତି ସାମାନ୍ୟ ଥିବା କୁହାଯାଉଛି। ଏହାସହ ମେଡିକାଲ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଇଛି।
ଅନ୍ୟପଟେ ପୁଲିସ ଅଧିକ୍ଷକ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହା ଗୁଜର ପ୍ରସାର କରାଯାଉଛି। ହେଲେ ଏମିତି ହୋଇ ନାହିଁ । ସେ କହିଛନ୍ତି ମିରଟରେ ଶିବ ପୁରାଣ କଥା କାର୍ଯ୍ୟକ୍ରମରେ ଚଳଚକଟାର ସୂଚନା ମିଛ।