ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୋନ ନଦୀର କାଠପାଳ ପୋଲ ତଳୁ ବାଲି ତାଡିନେଲେ ମାଫିଆ

Published By : Suraj Kumar | March 31, 2025 10:52 PM

ନୀଳଗିରୀ,୩୧/୩(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରୀ ଅଞ୍ଚଳରେ ଥିବା ସୋନନଦୀରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ କମିନାହିଁ। ସୋନନଦୀର କାଠପାଳ ପୋଲ  ତଳୁ  ବାଲି ତାଡି ନେଇଛନ୍ତି ମାଫିଆ। ଫଳରେ ପୋଲର ସ୍ଥାୟିତ୍ବକୁ ନେଇ ପ୍ରଶ୍ବବାଚୀ ସୃଷ୍ଟି ହୋଇଛି। 

ସୂଚନାଯୋଗ୍ୟ ନୀଳଗିରୀ ତହସିଲ ଅଧିନ ସୋନନଦୀ ଏବେ ବାଲି ମାଫିଆଙ୍କ କବଜାରେ ରହିଛି। ନଦୀପଠା ସମେତ ନଦୀ ଗର୍ଭରୁ ବାଲି ଚୋରି କରି ନେଉଥିବା ବେଳେ କୋଟିକୋଟି ଟଙ୍କାର ରାଜସ୍ୱ ହରାଇ ସାରିଲେଣି ସରକାର।  ବାଲେଶ୍ଵର-ମିତ୍ରପୁର-ଉଦଳା ମୁଖ୍ୟ ରାସ୍ତା କାଠପାଳ ଠାରେ ସୋନନଦୀ ଉପରେ ନିର୍ମିତ ପୋଲ ଏବେ ଭୁଶୁଡି ପଡିବା ଆଶଙ୍କା ଘାରିଛି।ପୋଲ ତଳୁ ଟ୍ରାକ୍ଟର ଲଗାଇ ବାଲି ଚୋରି କରିନେଉଥିବା ଦେଖାଯାଇଛି।ପୂର୍ବରୁ ପୋଲ ନିକଟରେ ଏକ ବାଲି ଖାଦାନ ନିଲାମ ହୋଇଥିବା ବେଳେ ନଦୀ ଉଠାଇଲେ ପୋଲ ଉପରେ ବିପଦ ହେବ ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇ ବାଲି ଖାଦାନ ସରକାର ବନ୍ଦ କରିଦେଇଥିଲେ। ତେବେ ବାଲି ମାଫିଆ ଗ୍ରାମର କିଛି ଲୋକଙ୍କୁ ହାତ କରି ପୋଲ ତଳୁ ବାଲି ଚୋରି କରୁଛନ୍ତି। 

ଚୋରିର ଦୃଶ୍ୟ ଜନୈକ ବ୍ୟକ୍ତି ଉତ୍ତୋଳନ କରି ପ୍ରଶାସନ ଓ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପରେ ତାଙ୍କୁ ମାଫିଆ ମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି।ବାରମ୍ବାର ସେ ବାଲିଚୋରି କୁ ବିରୋଧ କରୁଥିବା ବେଳେ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡୁଥିବା କହିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.