ନୂଆଦିଲ୍ଲୀ,୧୩।୫: କ’ଣ ଦେଶରେ ପେଟ୍ରୋଲ-ଡିଜେଲର ଦାମ୍ ବଢିବାକୁ ଯାଉଛି କି ? କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ ଆରବିଆଇ ଗଭର୍ଣ୍ଣର ମଧ୍ୟ ଏଭଳି ସଙ୍କେତ ଦେଇଛନ୍ତି। ସରକାରୀ ତୈଳ କମ୍ପାନୀ ଉପରେ ଅଶୋଧିତ ତୈଳର ବଢୁଥିବା ଖର୍ଚ୍ଚ ବୋଝ ଏହାର ବଡ କାରଣ ବୋଲି କୁହାଯାଉଛି। ଗର୍ଭନର ସଞ୍ଜୟ ମାଲହୋତ୍ରା ମଧ୍ୟ ଆମେରିକା ଓ ଇରାନ ଭିତରେ ଯୁଦ୍ଦ ଦ୍ବାରା ମିଡିଲ ଇଷ୍ଟରେ ଉତ୍ତେଜନାର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ବୟାନ ଦେଇଛନ୍ତି। ଆରବିଆଇ ଗର୍ଭନର ସଞ୍ଜୟ ମାଲହୋତ୍ରାଙ୍କ କହିବା ଅନୁସାରେ, ଯଦି ମିଡିଲ ଇଷ୍ଟରେ ସଙ୍କଟ ଆହୁରି ଅଧିକ ଲମ୍ବା ହୁଏ, ତେବେ ଏଭଳି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ଦେଖିବାକୁ ମିଳିପାରେ।

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସଙ୍କେତ ଦେଇଛନ୍ତି, ଯଦି ମଧ୍ୟପୂର୍ବରେ ଉତ୍ତେଜନା ଲାଗି ରରେ ତେବେ ଭାରତକୁ ତୈଳ କମ୍ପାନୀରୁ ଆସୁଥିବା ପେଟ୍ରୋଲ ଓ ଡିଜେଲର ଦାମ୍‌ରେ ବୃଦ୍ଧି କରିବାର ପଦକ୍ଷେପ ନିଆଯାଇପାରେ। ସେ କହିଛନ୍ତି, ଦୁନିଆରେ ମୋଟ ଆବଶ୍ୟକତାର ପ୍ରାୟ ୨୦% ତୈଳ ଆମଦାନୀ ପାଇଁ ଦାୟୀ ହର୍ମୁଜ ଷ୍ଟେ୍ରଟ୍ ବନ୍ଦ ହେବା ଦ୍ବାରା ସପ୍ଲାଇ ଚେନ୍ ପ୍ରଭାବିତ ହୋଇଛି। ଏହି କାରଣରୁ ଅଶୋଧିତ ତୈଳର ବଢୁଥିବା ଦାମ୍, ମୁଦ୍ରାସ୍ପିତି, ଇନ୍ଧନ ଉତ୍ପାଦନ ଉପରେ ନିର୍ଭରତା, ଅର୍ଥବ୍ୟବସ୍ଥା ଉପରେ ଚାପ୍ ପକାଉଛି। ତାଙ୍କର ଏହି ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ସରକାରୀ ତୈଳ କମ୍ପାନୀ ଉପରେ ଅଶୋଧିତ ତୈଳର ବଢୁଥିବା ଖର୍ଚ୍ଚରୁ ଚାପ ବଢିପାରେ।

ସ୍ୱିଜରଲ୍ୟାଣ୍ଡରେ ସ୍ୱିସ୍ ନ୍ୟାସନାଲ୍ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ସଞ୍ଜୟ ମାଲହୋତ୍ରା ଏହି ବକ୍ତବ୍ୟ ଦେଇଛନ୍ତି। ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, ଯଦି ବର୍ତ୍ତମାନର ବିଶ୍ୱ ଶକ୍ତି ସଙ୍କଟ ବୃଦ୍ଧି ପାଏ ଏବଂ ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ସରକାର ଆଉ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖୁଚୁରା ଇନ୍ଧନ ମୂଲ୍ୟକୁ ଅପରିବର୍ତ୍ତିତ ରଖିପାରିବେ ନାହିଁ। ଯଦି ଏହି ଉତ୍ତେଜନା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ, ତେବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଆକାରରେ ଗ୍ରାହକଙ୍କ ଉପରେ ତୈଳ ମୂଲ୍ୟ ବୃଦ୍ଧି କରିବାକୁ ସରକାରଙ୍କୁ କେବଳ ଅଳ୍ପ ସମୟ ଲାଗିବ।

ଆହୁରି ପଢନ୍ତୁ :ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଘରୁ ମାତ୍ର ଦୁଇଟି ଗାଡିର କାରକେଡ୍‌ରେ ବାହାରି ବୈଠକରେ ପହଁଞ୍ଚିଲେ