ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ 'ଟ୍ରାମି'ର ତାଣ୍ଡବ, ୧୩୬ ଛୁଇଁଲା ମୃତକଙ୍କ ସଂଖ୍ୟା

Published By : Swapna Ray | October 28, 2024 12:57 PM

ଫିଲିପାଇନ୍ସ, ୨୮।୧୦: ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ 'ଟ୍ରାମି' । ୧୩୬ ଛୁଇଁଲା ମୃତକଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୪୦ ଜଣେ ନିଖୋଜ ଥିବାବେଳେ ୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଘୂର୍ଣ୍ଣିଝଡ଼ ପରେ ତୁହାକୁ ତୁହା ବର୍ଷା ମାଡ଼ ଯୋଗୁଁ ଫିଲିପାଇନ୍ସରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୫ ଲକ୍ଷ ଲୋକ ସହର ଛାଡ଼ିଦେଇଛନ୍ତି । 

ଚଳିତ ବର୍ଷ ଦକ୍ଷିଣ ପୂର୍ବ ଏସୀୟ ଦ୍ୱୀପପୁଞ୍ଜ ବିନାଶକାରୀ ଘୂର୍ଣ୍ଣିଝଡ଼ର ସାମନା କରୁଛି । ପ୍ରବଳ ବର୍ଷା, ପବନ ସହ ଭୂସ୍ଖଳନରେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଘୂର୍ଣ୍ଣିଝଡ଼ ପରେ ତୁହାକୁ ତୁହା ବର୍ଷା ମାଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବାତ୍ୟା ପ୍ରଭାବରେ ୧୩୬ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ୪୦ ଜଣ ନିଖୋଜ ଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ, ଭୂସ୍ଖଳନରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଫିଲିପାଇନ୍ସର ରାଷ୍ଟ୍ରପତି ବଙ୍ଗବଙ୍ଗ୍ ମାର୍କୋସ ଶନିବାର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ହେତୁ ଅନେକ ଅଞ୍ଚଳ ପହଞ୍ଚିବା କଷ୍ଟକର ହୋଇପଡ଼ିଛି । ଯେଉଁଥିପାଇଁ ଲୋକମାନେ ସେଠାରେ ଅଟକି ରହିଛନ୍ତି । ଶୁକ୍ରବାର ଉତ୍ତର-ପଶ୍ଚିମ ଦିଗରୁ ଟାଇଫୁନ୍ 'ଟ୍ରାମି' ଫିଲିପାଇନ୍ସରେ ମାଡ଼ ହୋଇଥିଲା । ଫଳରେ ପୂରା ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । 

ସେହିପରି ଘୂର୍ଣ୍ଣିଝଡ଼ ଯୋଗୁଁ ୫ ଲକ୍ଷ ଲୋକ ସହର ଛାଡ଼ି ପଳାୟନ କରିଛନ୍ତି । ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଶରଣ ନେଇଛନ୍ତି । ପୁଲିସ, ଅଗ୍ନିଶମ ବାହିନୀ ଏବଂ ସେନା କର୍ମଚାରୀମାନେ ସନ୍ଧାନୀ କୁକୁରଙ୍କ ସାହାଯ୍ୟରେ ଭୂସ୍ଖଳନର ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଖୋଜାଖୋଜି ଜାରି ରଖିଥିବା ଫିଲିପାଇନ୍ସ ରାଷ୍ଟ୍ରପତି କହିଛନ୍ତି । ଟାଇଫୁନ୍ ଟ୍ରାମି ଚଳିତ ବର୍ଷ ଦକ୍ଷିଣ ପୂର୍ବ ଏସୀୟ ଦ୍ୱୀପପୁଞ୍ଜରେ ମାଡ଼ ହୋଇଥିବା ସବୁଠାରୁ ଘାତକ ତଥା ବିନାଶକାରୀ ଝଡ଼ ମଧ୍ୟରୁ ଗୋଟିଏ । ଟ୍ରାମି ଯୋଗୁଁ ପ୍ରବଳ ସହ ପବନ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏଥିସହ ତୁହାକୁ ତୁହା ବର୍ଷା ମାଡ଼ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସିବାରୁ ଅନେକ କ୍ଷୟକ୍ଷତି ଘଟିଛି । ଏବେବି ଅନେକ ଲୋକ ପାଣି ଘେରରେ ଅଛନ୍ତି । ତେବେ ଉଦ୍ଧାରକାରୀ ଦଳ ଲୋକମାନଙ୍କୁ ବିପଦରୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.