ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରର ଫଟୋ ପୁଣି ଭାଇରାଲ୍, ସିଗାରେଟ୍ ଟାଣି ଫଟୋ ଉଠାଇଲେ ଯୁବକ

Published By : Rasmita Pradhan | November 27, 2024 8:49 AM

ଭୁବନେଶ୍ୱର,୨୭/୧୧ : ମନ୍ଦିର ଭିତରେ ଯୁବକ ଜଣକ ସିଗାରେଟ ଟାଣିଲେ । ସିଗାରେଟ ଟଣା ଫଟୋକୁ ସାମାଜିକ ଗଣମାଧ୍ୟମ(ଇନଷ୍ଟାଗ୍ରମ)ରେ ପୋଷ୍ଟ ବି କଲେ । ଏବେ ଏହି ଫଟୋଟି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ସେବାୟତଙ୍କ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ନିକଟରେ ଶିଳ୍ପା ସେଟ୍ଟୀ ମନ୍ଦିର ଭିତରେ ଭିଡିଓ ସୁଟିଂ କରିଥିବା ବେଳେ ଏବେ ଆଉ ଜଣେ ଯୁବକ ସିଟାରେଟ୍ ଟାଣି ଫଟୋ ଉଠାଇବା ଘଟଣା ମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସୂଚନା ଅନୁଯାୟୀ, ଦେବୀ ପ୍ରସାଦ ଦାସ ନାମକ ଯୁବକ ନିଜ ଇନଷ୍ଟାଗ୍ରାମ ଆଇଡି(ଦେବୀ ଅଣ୍ଡରସ୍କ୍ରୋଲ ୧୦୫)ରେ ସୋମବାର ମନ୍ଦିର ଭିତରେ ନିଜର ସିଗାରେଟ ଟଣା ଫଟୋ ଟିଏ ପୋଷ୍ଟ କରିଥିଲେ । ଯାହାକୁ ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ଅନେକ ଲୋକ ଭ୍ୟୁ କରିଥିଲେ । ଫଟୋରେ ଦେବୀ ଶ୍ରୀଲିଙ୍ଗରାଜ ମନ୍ଦିର ରୋଷଘର ପାଖରେ ଠିଆ ହୋଇ ସିଗାରେଟ ଟାଣିବାର ଦୃଶ୍ୟ ରହିଛି । ଫଟୋଟି ଦେଖି ମନ୍ଦିରର ଯୁବ ସେବାୟତ ସମ୍ପୃକ୍ତ ଯୁବକ ଆଖପାଖ ଅଞ୍ଚଳର ବୋଲି ଠଉରେଇ ନେଇଛନ୍ତି । ଏବେ ସେବାୟତମାନେ ପୁରୁଣା ଭୁବନେଶ୍ୱରର ବିଭିନ୍ନ ଖଟି ଉପରେ ନଜର ରଖିଛନ୍ତି । ହାବୁଡରେ ପଡିଲେ ‘ଦେବୀକୁ ପୁଲିସରେ ଦେଇ ଦେବୁ’ବୋଲି ସେବାୟତ ମାନେ କହିଛନ୍ତି ।  

ଉଲ୍ଲେଖନୀୟ, ଅକ୍ଟୋବର ୨୮ ତାରିଖରେ ବଲିଉଡ ନାୟିକା ଶିଳ୍ପା ସେଟ୍ଟୀ ଭିଡିଓ ସୁଟିଂ କ୍ୟାମେରା ନେଇ ଅନେକ ଫଟୋ ଓ ଭିଡିଓ ସୁଟ ପରେ ସେସବୁକରେ ଅପଲୋଡ କରିଥିଲେ । ଏହିପରି ଅନେକ ଘଟଣା ଅତୀତରେ ଘଟିଛି। କିନ୍ତୁ କିଛି ବି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉ ନାହିଁ । ଏ ବାବଦରେ ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆମ ପାଖକୁ ମନ୍ଦିର କାର୍ଯ୍ୟାଳୟ କିମ୍ବା ଅନ୍ୟ କାହାର ଅଭିଯୋଗ ଆସିଲେ ଆମେ ନିଶ୍ଚୟ ତଦନ୍ତ କରିବୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.