କଣ୍ଟାବାଞ୍ଜି/ ତୁରେକେଲା: କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯାଉଥିବା ୪୨ ନମ୍ବର ରାଜ୍ୟ ରାଜପଥର କେଭି କଲେଜ ପାଖରେ ଏକ ବିଦ୍ୟୁତ ଖୁଣ୍ଟକୁ ପିକ୍ଅପ୍ ଗାଡ଼ି ଧକ୍କା ଦେଇ । ପରେ ଗାଡ଼ିଟି ଖୁଣ୍ଟକୁ ପିଟିଲା ପରେ ଚାଷ ଜମି ଭିତରକୁ ପଶିଯାଇଥିଲା।
ତେବେ ଦୁର୍ଘଟଣା ପରେ ଡ଼୍ରାଇଭର ଜଣକ ସେଠାରୁ ଫେରାଇ ହୋଇ ଯାଇଥିବା ଜଣାଯାଇଛି। ତେବେ ରାସ୍ତା ଉପରେ ବିଦ୍ୟୁତ୍ ଖୁଣ୍ଟଟି ପଡିଥିବା ଯୋଗୁ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।