ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ରେ ପକେଟମାର୍‌ଙ୍କ ହାତ ସଫେଇ, ନେତା ଓ କର୍ମୀଙ୍କ ମୋବାଇଲ-ପର୍ସ ଚୋରି

Published By : Harapriya Biswal | August 27, 2025 8:33 PM

ପାଟନା,୨୭।୮: ବିହାରର ଦରଭଙ୍ଗା ଜିଲ୍ଲାରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟର ଅଧିକାର ଯାତ୍ରା ଆରମ୍ଭ କରିଛନ୍ତି। ତେବେ ଏହି ସମୟରେ ଏଭଳି ଆଉ ଏକ ଘଟଣା ଘଟିଛି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା। ତାହା ହେଲା ଏହି ଯାତ୍ରା ବେଳେ ବହୁ ନେତାଙ୍କର ପକେଟ ମାର୍ ହୋଇଛି। ସିମରୀରେ ଯେତେବେଳେ ଇଣ୍ଡିଆ ମେଣ୍ଟର ନେତା ‘ଭୋଟ ଚୋର ଗାଦି ଛାଡ଼’ ନାରା ଲଗାଉଥିଲେ, ସେତେବେଳେ ପକେଟ ମାର ମାନେ ନିଜର ହାତ ସଫେଇ କରିନେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମହମ୍ମଦ ଅଲ୍ଲୀ ଅଶରଫ୍ ଫାତମି ଓ ପୂର୍ବତନ ବିଧାୟକ ଭୋଲା ଯାଦବଙ୍କ ସହିତ ବହୁ ନେତା ଓ କର୍ମୀଙ୍କ ମୋବାଇଲ ଏବଂ ପର୍ସ ଚୋରି ହୋଇଛି। କୁହାଯାଉଛି ଯେ, ପକେଟମାରମାନେ ଶୋଭନ ଛକରୁ ନେଇ ଅତରବେଲ୍ ଛକ ପର୍ଯ୍ୟନ୍ତ ଆକ୍ଟିଭ ଥିଲେ। ଏହା ଭିତରେ କର୍ମୀମାନେ ଜଣେ ଯୁବକଙ୍କୁ ପକେଟମାର ଅଭିଯୋଗରେ ଗିରଫ କରିଛନ୍ତି। ଘଟଣାସ୍ଥଳରେ ପହଁଞ୍ଚିଥିବା  ସିମରୀ ପୋଲିସ ତାଙ୍କୁ କଷ୍ଟଡିରେ ନେଇ ପଚରା ଉଚରା କରିଥିଲା।

ସିମରି ଥାନାଧ୍ୟକ୍ଷ ଅରବିନ୍ଦ କୁମାର କହିଛନ୍ତି, ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଏପର୍ଯ୍ୟନ୍ତ ଆବେଦନ କରାଯାଇ ନାହିଁ। ମାମଲାର ଯାଞ୍ଚ କରାଯାଉଛି। କୁହାଯାଉଛି ଯେ, ଶୋଭନ ଛକରେ ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଲ୍ଲୀ ଅଶରଫ୍ ଫତମି ସଡକ କଡରେ ସ୍ବାଗତ ପାଇଁ ଠିଆ ହୋଇଥିଲେ। ଏହି ସମୟରେ ପକେଟମାରମାନେ ତାଙ୍କର ପର୍ସ ବାହାର କରି ନେଇଯାଇଥିଲେ। କୁହାଯାଉଛି ପର୍ସରେ ନଗଦ ଟଙ୍କା ସହ ଏଟିଏମ କାର୍ଡ ଓ ଅନ୍ୟ କାଗଜପତ୍ର ଥିଲା। 

ସେଭଳି ପୂର୍ବତନ ବିଧାୟକ ଭୋଲା ଯାଦବଙ୍କ ମୋବାଇଲ ଓ ପର୍ସ ମଧ୍ୟ ଗାଏବ ହୋଇଯାଇଥିଲା। ତାଙ୍କ ମୋବାଇଲ ନେଇ ଯାଉଥିବା ଯୁବକକୁ ଧରି ନେଇ ଥିଲେ ଦଳୀୟକର୍ମୀ। ଏହାପରେ ତାକୁ ସିମରୀ ଥାନା ପୋଲିସ ହାତରେ ଦେଇଥିଲେ। କେବଳ ସେତିକି ନୁହେଁ ନେତାଙ୍କ ବହୁ କର୍ମୀ ମୋବାଇଲ ଓ ଟଙ୍କା ପର୍ସ ମଧ୍ୟ ଚୋରି କରି ନିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.