ରାଇରଙ୍ଗପୁର, ୨୭/୧୨ : ଟାଉନ ଥାନା ମହୁଲଡିହା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୨୨୦ରେ ଏହି ଦୁର୍ଘଟଣା ହୋଇଛି ।
ପିକଅପ୍ ଧକ୍କାରେ ବାଇକଟି ଜଳି ଯାଇଛି । ଏଥିରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।