ଆଠଗଡ଼ ୨୭/୦୧: ତିଗିରିଆ ଅଞ୍ଚଳରୁ ଯାଉଥିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗସ୍ତ। ହଠାତ୍ ମଝି ରାସ୍ତାରେ ଭାରସାମ୍ୟ ହରାଇ ବ୍ରିଜ୍ରେ ଓଲଟିଲା। ଦୁର୍ଘଟଣାରେ ଗୋଟିଏ ଗୋରୁ ମୃତ ଓ ୩ ଗୁରୁତର, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର। ଦୁର୍ଘଟଣା ବାବା ଧବଳେଶ୍ୱର ପୀଠ ନିକଟରେ ଘଟିଛି। ଗୋରୁଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଲା ଧବଳେଶ୍ଵର ଗୋସେବା ସଂଘ କର୍ମକର୍ତ୍ତା।
ସୂଚନା ଅନୁଯାୟୀ, ଗୁରୁଡ଼ିଝାଟିଆ ମଞ୍ଚେଶ୍ୱର୍ ପଞ୍ଚାୟତ ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ଗତକାଲି ବିଳମ୍ବିତ ରାତିରେ ଗୋ ଚାଲାଣ କରାଯାଉଥିଲା। ଏହି ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଧବଳେଶ୍ଵର ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ଗୋରୁମାନକୁ ଉଦ୍ଧାର କରିଥିଲେ।