ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ମହେନ୍ଦ୍ରଗିରିଦର୍ଶନ ସାରି ଫେରିବାବେଳେ ଓଲଟିଲା ପିକଅପ୍ ଭ୍ୟାନ୍, ୧୦ଗୁରୁତର

Published By : Gurupada Nath | May 15, 2025 8:29 PM

ପାତ୍ରପୁର,୧୫/୫ :  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଅଣ୍ଡଅଣ୍ଡା ନିକଟରେ ଏକ ଯାତ୍ରୀବାହୀ ମହିନ୍ଦ୍ରା ମ୍ୟାକ୍ସ ପିକଅପ ଭ୍ୟାନ୍ ଭରସାମ୍ୟ ହରାଇ ଓଲଟିପଡ଼ିଛି । ଫଳରେ ଫଳରେ ଗାଡ଼ିରେ ଥିବା ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ପାତ୍ରପୁର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ଆହତଙ୍କ ଆଶୁ ଚିକିତ୍ସା କରାଯିବା ପରେ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଯାଇଛି । 

ସୂଚନା ଅନୁସାରେ ଆସ୍କା ଅଂଚଳର କିଛି ବ୍ୟକ୍ତି ମହେନ୍ଦ୍ରଗିରି ଦର୍ଶନ ପାଇଁ ଗୁରୁବାର ସକାଳୁ ଯାଇଥିଲେ । ସନ୍ଧ୍ୟାରେ ଫେରୁଥିବା ସମୟରେ ଅଣ୍ଡଅଣ୍ଡା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡ଼ିରେ ବସିଥିବା ପ୍ରାୟ ସମସ୍ତଙ୍କୁ ଆଘାତ ଲାଗିଛି । ଆହତଙ୍କ ମଧ୍ୟରେ ୫ଜଣ ଶିଶୁ ରହିଛନ୍ତି । ପାତ୍ରପୁର ମେଡ଼ିକାଲରେ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଦୁର୍ଘଟଣାଗ୍ରସ୍ତଙ୍କୁ ସହଯୋଗ କରୁଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.