ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆଣ୍ଟାର୍କଟିକା ଓ ଭାରତ ତଳୁ ମିଳିଥିବା ମହାଦେଶର ଭଗ୍ନାଂଶକୁ ନେଇ ବୈଜ୍ଞାନିକ ଆଶ୍ଚର୍ଯ୍ୟ

Published By : Prameya | March 20, 2025 11:29 PM

ନୂଆଦିଲ୍ଲୀ - ଆଣ୍ଟାର୍କଟିକାର ପୃଷ୍ଠ ତଳେ ଏକ ପ୍ରାଚୀନ ମହାଦେଶର ଭଗ୍ନାଂଶ ମିଳିବା ନେଇ ବୈଜ୍ଞାନିକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏକ ଡାଟା ମୁତାବିକ, ମହାଦ୍ୱୀପ ବିଷୟରେ ସନ୍ଧାନ ଏକ ଗ୍ରାଭିଟି ମ୍ୟାପିଂ ସାଟେଲାଇଟ୍‌ ଠାରୁ ଜଣାପଡ଼ିଛି, ଯାହାକି ୨୦୧୩ ଠାରୁ ସେବା ବାହାରେ(ଆଉଟ୍‌ ଅଫ୍ ସର୍ଭିସ) ରହିଛି। ଏହା ୟୁରୋପୀୟ ମହାକାଶ ଏଜେନ୍ସିର ଗ୍ରାଭିଟି ଫିଲ୍ଡ ଓ ଓସନ ସର୍କୁଲେସନ ଏକ୍ସପ୍ଲୋରର (ଜିଓସିଇ) ଉପଗ୍ରହ ଅଟେ। 

ଏହି ସାଟେଲାଇଟ (ଉପଗ୍ରହ)କୁ ପୃଥିବୀର ଗ୍ରାଫିଟି ଫିଲ୍ଡର ମାନଚିତ୍ର ତିଆରି କରିବାକୁ ବ୍ୟବହାର କରାଯାଇ ଥିଲା ଏବଂ ୪ବର୍ଷ ପରେ ଇଏସଏ ଦ୍ୱାରା ଏହାକୁ ନଷ୍ଟ କରି ଦିଆ ଯାଇଥିଲା। ସେବାରୁ ବାହାର ହେବା ସତ୍ତ୍ୱେ , ଏଥିରେ ଏବେ ବି କିଛି ମୂଲ୍ୟବାନ ଡାଟା ରହିଛି, ଯାହାର ବ୍ୟବହାର ବୈଜ୍ଞାନିକମାନେ ପୃଥିବୀର ଲିଥୋସ୍ପିୟର ( ଗ୍ରହର ଆଭ୍ୟନ୍ତରଣ ଭୂବିଜ୍ଞାନର ବାହ୍ୟ ଭାଗ)ର ମ୍ୟାପିଂ ପାଇଁ କରୁଛନ୍ତି। ଏହି ଅଧ୍ୟୟନ ସାଇଣ୍ଟିଫିକ୍‌ ରିପୋର୍ଟସରେ ପ୍ରକାଶିତ ହୋଇଛି।

ବ୍ରିଟିଶ ଆଣ୍ଟର୍କଟିକା ସର୍ବେକ୍ଷଣରେ ଭୂବିଜ୍ଞାନ ଓ ଭୂଭୌତିକୀୟ ବିଜ୍ଞାନ ପ୍ରମୁଖ ଓ ଅଧ୍ୟୟନର ସହ-ଲେଖକ ଫାଷ୍ଟୋ ଫେରାସିଓଲି କହିଛନ୍ତି , ଏହି ଗ୍ରାଭିଟି ଇମେଜ୍‌ ପୃଥିବୀରେ ସବୁଠୁ କମ୍‌ ଜଣାଥିବା ମହାଦ୍ୱୀପ-ଆଣ୍ଟାର୍କଟିକାର ଅଧ୍ୟୟନ କରିବାରେ , ଆମ କ୍ଷମତାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି।

ବରଫର ଚାଦରର ବିଶାଳ ବିସ୍ତାରର କାରଣରୁ ଆଣ୍ଟାର୍କଟିକାର ଇତିହାସ ଓ ଏହାର ତଳେ କଣ ରହିଛି , ଏହାର ଅଧ୍ୟୟନ କରିବା ମୁସ୍କିଲ ରହିଛି। ନବୀନତମ ଡାଟା ଏବେ ବୈଜ୍ଞାନିକଙ୍କୁ ଆଣ୍ଟାର୍କଟିକାର ଭୂବୈଜ୍ଞାନିକ ଇତିହାସ ଓ ବିଲିୟନ ବିଲିୟନ ବର୍ଷ ପୂର୍ବେ ଏହା କେଉଁଠି ଥିଲା , ଏହା ଜାଣିବାରେ ସାହାଯ୍ୟ କରୁଛି। 

ଅଧ୍ୟୟନରେ ବିସ୍ତୃତ ଭାବେ କୁହାଯାଇଛି ଯେ, ଗତ ୨୦୦ ମିଲିୟନ ବର୍ଷ ମଧ୍ୟରେ ଆଣ୍ଟାର୍କଟିକା କେତେ ଆଗକୁ ବଢି ସାରିଛି। ମହାଦେଶ ଗୁଡ଼ିକର ଗତିକୁ ଦର୍ଶାଉଥିବା ଏକ ଭିଡ଼ିଓରେ ମଧ୍ୟ ଏହା ଦର୍ଶାଯାଇଛି। ଆଣ୍ଟାର୍କଟିକାକୁ ଗୋଣ୍ଡୱାନା ଠାରୁ ଅଲଗା ହେବାର ଦେଖାଯାଇ ପାରେ, ଯାହା ସୁପରକଣ୍ଟିନେଣ୍ଟ ପେଞ୍ଜିୟାର ଏକ ଉପଖଣ୍ଡ। ଗୋଣ୍ଡୱାନା ୧୮୦ ମିଲିୟନ ବର୍ଷ ପୂର୍ବେ ଭାଙ୍ଗିବା ଆରମ୍ଭ ହୋଇଥିଲା ଏବଂ ଏଥିରୁ ଭାରତ , ଅଷ୍ଟ୍ରେଲିଆ , ଆଣ୍ଟାର୍କଟିକା ତିଆରି ହୋଇଛି, ଯାହା ନିଜର ବର୍ତ୍ତମାନ ସ୍ଥାନକୁ ଆସିଛନ୍ତି। 

ଆଣ୍ଟାର୍କଟିକା କେବେ ଭାରତ ଓ ଅଷ୍ଟ୍ରେଲିଆ ସହ ଜଡ଼ିତ ଥିଲା –

ବୈଜ୍ଞାନିକଙ୍କୁ କେବଳ ଆଣ୍ଟାର୍କଟିକା ନୁହେଁ ଅଷ୍ଟ୍ରେଲିଆ ଓ ଭାରତର ମଧ୍ୟ ଏକ ମାଇଲ୍‌ ତଳେ ପ୍ରାଚୀନ ମହାଦେଶୀୟ ପ୍ଲେଟ୍‌ର ଖଣ୍ଡ ମିଳିଛି, ଯେଉଁଥିରୁ ଏହା ସାବ୍ୟସ୍ତ ହୋଇଥାଏ କି , ପୂର୍ବ ଆଣ୍ଟାର୍କଟିକା ଓ ଉଭୟ ଦେଶ କେବେ ପରସ୍ପର ମଧ୍ୟରେ ଯୋଡ଼ି ରହିଥିଲେ। ହେଲେ ପଶ୍ଚିମୀ ଆଣ୍ଟାର୍କଟିକାର ତଳେ ଏମିତି ହିଁ ଖଣ୍ଡ ବା କ୍ରେଟନର ସନ୍ଧାନ ମିଳିନାହିଁ ।

ନିକଟରେ ଆଉ ଏକ ଅଧ୍ୟୟନ ଆଣ୍ଟାର୍କଟିକାର ତଳେ ଥିବା ଲ୍ୟାଣ୍ଡସ୍ପେପ୍‌ର ଏକ ନୂଆ ମ୍ୟାପ୍‌ ତିଆରି କରିଛି। ବ୍ରିଟିଶ ଆଣ୍ଟାର୍କଟିକା ସର୍ବେକ୍ଷଣ(ବିଏଏସ)ର ନେତୃତ୍ୱରେ ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକଙ୍କ ଏକ ଟିମ୍‌ ଦେଖାଇଛନ୍ତି ଯେ, ମହାଦ୍ୱୀପର ତଳେ କଣ ରହିଛି। ବେଡମ୍ୟାପ୍‌୩ ଦେଖାଇ ଥାଏ ଯେ, ୨୭ ମିଲିୟନ କ୍ୟୁବିକ୍‌ କିଲୋମିଟର ବରଫ ବିନା ଆଣ୍ଟାର୍କଟିକା କେମିତି ଦେଖା ଯାଉଛି। ସେଠାରେ ମୋଟା ବରଫର ଚାଦର ତଳେ ଉଚ୍ଚ ଉଚ୍ଚ ପାହାଡ ଓ ଗଭୀର ଘାଟୀ ସବୁ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.