ପ୍ରମୂଖ ଖବର
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବିପଦ ସଂକୂଳ ଅବସ୍ଥାରେ ପିଣ୍ଡାଙ୍ଗି ଅଙ୍ଗନୱାର୍ଡି କେନ୍ଦ୍ର; ଛାତରୁ ଗଳୁଛି ପାଣି, ମରାମତି ପାଇଁ ଦାବୀ କଲେ ଗ୍ରାମବାସୀ

Published By : Soubhagya Ranjan | July 6, 2025 6:30 PM

ଫିରିଙ୍ଗିଆ,୦୬/୦୭: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପାହିରାଜୁ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ବହୁ ଅବ୍ୟବସ୍ଥାରେ ଏବଂ ବିପଦ ସଂକୂଳ ଅବ୍ୟବସ୍ଥାରେ ରହିଛି। ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିଣ୍ଡାଙ୍ଗି ଗ୍ରାମବାସୀ। ଦୀର୍ଘ ବର୍ଷରୁ ନିର୍ମିତ ଏହି ଅଙ୍ଗନୱାର୍ଡି କେନ୍ଦ୍ରର ଘର ଦୁର୍ବଳ ହୋଇଯିବା କାରଣରୁ ଛାତରୁ ପାଣି ଗଳି ଘର ଭିତରେ ପଡ଼ୁଛି। ଏଥିସହିତ କେତେକ ସ୍ଥାନରେ କାନ୍ଥ ଗୁଡ଼ିକରେ ଇଟା ବାହାରି କାନ୍ଥର ଅବସ୍ଥା ମଧ୍ୟ ବେହାଲ ହୋଇ ପଡ଼ିଛି। ଅବ୍ୟବସ୍ଥାର ଜ୍ବଳନ୍ତ ଉଦାହରଣ ପାଲଟିଥିବା ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ରର କୌଣସି ସୁରକ୍ଷା ପାଚେରୀ ନଥିବା ବେଳେ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କିଛି ନାହିଁ। 

ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ଫିରିଙ୍ଗିଆ ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ି ପାରୁନାହିଁ । ବର୍ତ୍ତମାନ ଅଙ୍ଗନୱାର୍ଡି କେନ୍ଦ୍ରରେ ୧୫ ଜଣ ଶିଶୁ ପାଠ ପଢ଼ୁଛନ୍ତି। କେବଳ ଏତିକି ନୂହେଁ କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା' ମଧ୍ୟ ଏହି ଅଙ୍ଗନୱାର୍ଡି କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ, ପାଖାପାଖି ସେଭଳି କିଛି ସୁବିଧା ନାହିଁ। ଅଙ୍ଗନୱାର୍ଡି କେନ୍ଦ୍ରରେ ରୋଷେଇ ଘର ଟିଏ ମଧ୍ୟ ହୋଇପାରିନାହିଁ । ଏହି ବିପଦ ସଂକେତ ଅଙ୍ଗନୱାର୍ଡି କେନ୍ଦ୍ର ସ୍ଥାନରେ ନୂଆ ଅଙ୍ଗନୱାର୍ଡି ଗୃହ, ରୋଷେଇ ଘର, ସୁରକ୍ଷା ପାଚେରୀ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାପାଇଁ ନିବେଦନ କରିଛନ୍ତି ପିଣ୍ଡାଙ୍ଗି ଗ୍ରାମବାସୀ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.