ପ୍ରମୂଖ ଖବର
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ଏମସ୍‌ରେ ଆଖିବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ପିପିଲିର ଅର୍ଚ୍ଚନା, ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ

Published By : Manoj | August 19, 2025 10:06 AM

ପିପିଲି,୧୯/୦୮: ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା  ପୁରୀ ଜିଲ୍ଲା ପିପିଲିର ଅର୍ଚ୍ଚନା ଦାଶ (୩୫) ଭୁବନେଶ୍ୱର ଏମ୍‌ସରେ ଆଖି ବୁଜିଛନ୍ତି ।  ଜୟପୁର ଛକ ନିକଟରେ ଭଡ଼ା ଘରେ ରହୁଥିବା ଅର୍ଚ୍ଚନା ଗତ ୧୩ ତାରିଖ ସନ୍ଧ୍ୟାରେ  କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୯୦ ପ୍ରତିଶତ  ପୋଡ଼ି ଯାଇଥିଲା । ସଙ୍କଟାପନ୍ନ  ଅବସ୍ଥାରେ ତାଙ୍କୁ ପ୍ରଥମେ ପିପିଲି  ଡାକ୍ତରଖାନା ନିଆଯାଇଥିଲା । ସେଠାରୁ  ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ସୋମବାର  ସକାଳ ସାଢ଼େ ୬ଟାବେଳେ ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ପରେ ଅପରାହ୍ଣ ପ୍ରାୟ ୪ଟାରେ ମର ଶରୀର  ପିପିଲିରେ ପହଞ୍ଚିଥିଲା । ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।  

ସୂଚନାଯୋଗ୍ୟ, ଅର୍ଚ୍ଚନା ଆତ୍ମହତ୍ୟା ଉଦ୍ୟମ କରିବା ପରେ ପିପିଲି ଓ  ପୁରୀ ଜିଲ୍ଲା ପୁଲିସ ଅଧିକାରୀ, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  କରିଥିଲେ । ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌, କିରାସିନି ବୋତଲ ଜବତ  କରାଯାଇଥିଲା । ଅତ୍ୟଧିକ ଋଣ ଚାପରେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା  ନେଇ ପୁରୀ ଅତିରିକ୍ତ ଏସ୍‌ପି ସଚ୍ଚିନ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.